Posted inଖେଳ

କଳିଙ୍ଗରେ ଡ୍ରାଗ୍‌ଫ୍ଲିକ୍‌ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୨୯।୭ (ତପନ ସ୍ବାଇଁ): ଓଡ଼ିଶାରେ ହକିର ବିକାଶ ଲକ୍ଷ୍ୟରେ ଆଉ ଏକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଏବଂ ନାଭାଲ ଟାଟା ଏଚ୍‌ପିସିର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ଡ୍ରାଗ୍‌ଫ୍ଲିକ୍‌ ଟ୍ରେନିଂ କ୍ୟାମ୍ପ ଶୁକ୍ରବାର ଆରମ୍ଭ ହୋଇଛି। ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି କ୍ୟାମ୍ପକୁ ହକି ଅଲିମ୍ପିଆନ ରୂପିନ୍ଦରପାଲ ସିଂ ପରିଚାଳନା କରୁଛନ୍ତି। ପାନ୍‌ପୋଷ ସ୍ପୋଟର୍‌ସ ହଷ୍ଟେଲ, ହକି ହାଇପରଫର୍ମାନ୍ସ ସେଣ୍ଟର ଓ ସାଇ ସୁନ୍ଦରଗଡ଼ର କ୍ୟାଡେଟମାନେ ଏହି କ୍ୟାମ୍ପରୁ ଉପକୃତ ହୋଇପାରିବେ। ରାଜ୍ୟର ଡ୍ରାଗ୍‌ଫ୍ଲିକରଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କହିଲେ ଅତ୍ୟୁକ୍ତି ହେବନାହିଁ।
”ଏହି କ୍ୟାମ୍ପର ଆୟୋଜନ ଏକ ଉତ୍ତମ ପଦକ୍ଷେପ। ଓଡ଼ିଶାର ଯୁବ ଖେଳାଳିଙ୍କ ମଧ୍ୟରେ ମୁଁ ମୋର ଜ୍ଞାନ, ଦକ୍ଷତା ଏବଂ ଅଭିଜ୍ଞତା ବାଣ୍ଟିବା ପାଇଁ ଏହା ମାଧ୍ୟମରେ ସୁଯୋଗ ପାଇଛି। ଏହି କ୍ୟାମ୍ପରେ ଯଦିଓ ଡ୍ରାଗ୍‌ଫ୍ଲିକ୍‌ ଉପରେ ଫୋକସ କରାଯାଉଛି ତେବେ ଗେମ୍‌ର ବୈଷୟିକ, ଶାରୀରିକ ଓ ମାନସିକ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି“ ବୋଲି ରୂପିନ୍ଦର ପ୍ରକାଶ କରିଛନ୍ତି। ମୁଁ ପୂର୍ବରୁ ୨୦୨୦ରେ ଭୁବନେଶ୍ୱର ଆସିଥିଲି। ଖେଳାଳିଙ୍କ ପାଇଁ ସୁବିଧା ସୁଯୋଗକୁ ବିଚାରକୁ ନେଲେ ଏହା ମଧ୍ୟରେ ଏଠାରେ ଅନେକ ପରିବର୍ତ୍ତନ ହୋଇଯାଇଛି। କ୍ରୀଡ଼ା ବିଜ୍ଞାନ, ପୁଷ୍ଟି ଏବଂ ମନସ୍ତତ୍ତ୍ୱକୁ ଦୃଷ୍ଟିରେ ରଖାଯାଇ ହକି ପ୍ରୋଗ୍ରାମ ଆୟୋଜନ କରାଯାଉଛି। ହକି ହେଉ କିମ୍ବା ଅନ୍ୟ କିଛି କ୍ରୀଡ଼ା, ଓଡ଼ିଶା ଯେ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଏଥିରେ ଦ୍ୱିମତ ନାହିଁ ବୋଲି ରୂପିନ୍ଦର କହିଛନ୍ତି।
ସିନିୟର, ଜୁନିୟର ଓ ସବ୍‌ଜୁନିୟର ବର୍ଗରେ ଏହି କ୍ୟାମ୍ପରେ ଭାଗ ନେଇଥିବା ଉଦୀୟମାନ ୩୧ ଖେଳାଳିଙ୍କୁ ୮ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। କ୍ୟାମ୍ପରେ ଟ୍ରେନିଂ ସହିତ ବିଭିନ୍ନ ଟେକ୍ନିକ୍‌ ଏବଂ ଶାରୀରିକ ପରୀକ୍ଷାର ଭିଡିଓ ବିଶ୍ଳେଷଣ କରାଯିବ ଏବଂ ଫିଟ୍‌ନେସ ସ୍ତର ବଢ଼ାଇବା ପାଇଁ ଜିମ୍‌ର ବ୍ୟବହାର କରାଯିବ। ଏହା ବ୍ୟତୀତ ଖେଳାଳିଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମରେ ମନସ୍ତାତ୍ତ୍ୱିକ ପରୀକ୍ଷା କରାଯିବ ା ଫଳରେ ସେମାନେ ଉଚ୍ଚ-ଚାପଯୁକ୍ତ ମ୍ୟାଚ ପରିସ୍ଥିତିରେ ଆତ୍ମବିଶ୍ୱାସର ସହ ଖେଳ ଉପରେ ଫୋକସ କରିପାରିବେ। ଆସନ୍ତା ଅଗଷ୍ଟରେ ଷ୍ଟ୍ରାଇକରଙ୍କ ପାଇଁ ଅନୁରୂପ ଏକ କ୍ୟାମ୍ପ କରାଯିବାର କାର୍ଯ୍ୟକ୍ରମ ରହିଛି। ତାରକା ମହିଳା ହକି ଖେଳାଳି ରାଣୀ ରାମପାଲ ଉକ୍ତ କ୍ୟାମ୍ପ ପରିଚାଳନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?