Posted inଜାତୀୟ

ସଂଘର୍ଷ ମଧ୍ୟରେ ୟୁକ୍ରେନରୁ ୨୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ର ସ୍ବଦେଶ ଫେରିଛନ୍ତି

ନୂଆଦିଲ୍ଲୀ,୧୫।୩: ଲଗାତର ୨୦ ଦିନ ହେଲାଣି ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ରାଜ୍ୟ ସଭାରେ ଏକ ବିବୃତ୍ତି ରଖିଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ୨୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ୟୁକ୍ରେନରୁ ଭାରତକୁ ଫେରାଇ ଅଣାଯାଇଛି ବୋଲି ଏସ୍‌ ଜୟଶଙ୍କର କହିଛନ୍ତି। ଲଗାତର ଭାବେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରୁଥିଲୁ କିନ୍ତୁ ଆମ ସମ୍ମୁଖରେ ଏକ ଆହ୍ବାନ ଥିଲା ଯେ, ନାଗରିକମାନଙ୍କୁ କିପରି ସମ୍ପୂର୍ଣ୍ଣ ସୁରକ୍ଷିତ ସେଠାରୁ ବାହାର କରାଯିବ। ଏହାକୁ ଧ୍ୟାନରେ ରଖି ଭାରତ ସରକାର ‘ଅପରେଶନ ଗଙ୍ଗା’ ଅଭିଯାନ ଆରମ୍ଭ କରିଥିଲେ। କଠିନ ପରିସ୍ଥିତିରେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏହା ଏକ ପ୍ରମୁଖ ଅପରେଶନ ରହିଥିଲା ବୋଲି ଜୟଶଙ୍କର କହିଛନ୍ତି। ଫେବୃଆରୀ ୧୫, ୨୦ ଓ ୨୨ରେ ଭାରତୀୟ ଛାତ୍ର ଏବଂ ନାଗରିକମାନଙ୍କୁ ୟୁକ୍ରେନ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲା। ଲଗାତର ଆଡଭାଇଜରୀ ଜାରି ହେବା ସତ୍ତ୍ୱେ ପାଠପଢ଼ା ବନ୍ଦ ହୋଇଯିବା ଭୟରେ ବହୁ ସଂଖ୍ୟକ ଛାତ୍ର ସେଠାରୁ ଫସି ରହିଥିଲେ। ଯେତେବେଳେ ପରିସ୍ଥିତି ଅଧିକ ଖରାପ ହେଲା, ୧୮ହଜାରରୁ ଅଧିକ ଭାରତୀୟ ଛାତ୍ର ସେଠାରେ ଫସି ରହିଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତ ସମେତ ୟୁକ୍ରେନ ଦୂତାବାସରେ ଏକ କଲ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ଅନ୍ୟପଟେ ଯୁଦ୍ଧ ସଙ୍କଟ ଯୋଗୁ ଏୟାର ସ୍ପେସ୍‌ ମଧ୍ୟ ବନ୍ଦ ହୋଇଯିବାରୁ ପଡୋଶୀ ଦେଶର ସହାୟତାରେ ସେମାନଙ୍କୁ ଉଦ୍ଧାର କରିବାକୁ ଚିନ୍ତା କରାଯାଇଥିଲା। ଏହି ଅପରେଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ଭାବେ ସମୀକ୍ଷା ବୈଠକ କରିବା ସହ ଏହାର ତଦାରଖ କରୁଥିଲେ ବୋଲି ଜୟଶଙ୍କର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?