ଡ. ଯଯାତି କେଶରୀ ନାୟକଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ ରିଭିଓ୍ବର’ ସମ୍ମାନ

ଭୁବନେଶ୍ୱର, ୨।୪ (ବ୍ୟୁରୋ): କୋଲକାତାସ୍ଥିତ ଭାରିଏବ୍‌ଲ ଏନର୍ଜି ସାଇକ୍ଲୋଟ୍ରନ୍‌ ସେଣ୍ଟର (ଭିଇସିସି)ଠାରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଡ. ଯଯାତି କେଶରୀ ନାୟକଙ୍କୁ ଚଳିତ ବର୍ଷ ‘ଆଉଟ୍‌ଷ୍ଟାଣ୍ଡିଂ ରିଭିଓ୍ବର’ ସମ୍ମାନ ମିଳିଛି। ୟୁକେ ବ୍ରିଷ୍ଟଲସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ (ଆଇଓପି) ସାଇନ୍ସ ପକ୍ଷରୁ ଡ. ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକା, ସ୍ପେନ୍‌, ଫ୍ରାନ୍ସ, ଜାପାନ୍‌, ଇଟାଲୀ, ଗ୍ରୀସ୍‌ ଏବଂ ଜର୍ମାନୀ ସମେତ ବିଶ୍ୱସ୍ତରରେ ୧୦ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ଭାରତରୁ ଡ. ନାୟକ ଏହି ଅନ୍ତର୍ଜାତୀୟ ସମ୍ମାନ ପାଇବାର ଗୌରବଲାଭ କରିଛନ୍ତି। ନ୍ୟୁକ୍ଲିୟର ଆଣ୍ଡ୍‌ ପାର୍ଟିକିଲ୍‌ ଫିଜିକ୍ସ ଉପରେ ପ୍ରକାଶ ପାଉଥିବା ଗବେଷଣାତ୍ମକ ପତ୍ରିକା ‘ଜର୍ନାଲ ଅଫ୍‌ ଫିଜିକ୍ସ୍‌ ଜି’ରେ ସମୀକ୍ଷା କ୍ଷେତ୍ରରେ ଡ. ନାୟକଙ୍କ ଶ୍ରେଷ୍ଠ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
କେନ୍ଦୁଝର ଜିଲା ଶାଳଣିଆ ପଞ୍ଚାୟତର ମନୋହରପୁର ନିବାସୀ ଗଣେଶ୍ୱର ନାୟକ ଓ ନିରୁପମା ନାୟକଙ୍କ ଜ୍ୟେଷ୍ଠପୁତ୍ର ହେଉଛନ୍ତି ଡ. ନାୟକ। ଡଅଁର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଭଦ୍ରକ ମହାବିଦ୍ୟାଳୟରେ ସ୍ନାତକ ଏବଂ ରେଭେନ୍‌ଶା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଭାଭା ପାରମାଣବିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ଗବେଷଣା ଜୀବନ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ଡାକ୍ତର ମାଡ଼ ମାରିବା ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକୋ

ଭବାନୀପାଟଣା,୧୪ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ କାର୍ଯ୍ୟରତ ଡାକ୍ତର ନିସ୍ତୁକ...

ଗଛରେ ପିଟିହେଲା କାର୍‌: ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ଜିଲା କୁର୍ଲୁ ଘାଟିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛରେ...

୨୩ରୁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୨୧।୮(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ମନ୍ଦିର ଆସନ୍ତା ୨୩ ତାରିଖ ତଥା ସୋମବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।...

ଗିରଫ ହେଲେ ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର,୬।୫(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶୁକ୍ରବାର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲାର...

ନେଗେଟିଭ୍‌ ରିପୋର୍ଟ ବିନା ଗଞ୍ଜାମରେ ପ୍ରବେଶ ମନା

ଛତ୍ରପୁର,୨୨ା୩: କରୋନା ହଟସ୍ପଟ ରାଜ୍ୟରୁ ପ୍ରବାସୀମାନେ ଟ୍ରେନ ଯୋଗେ ଗଞ୍ଜାମ ଜିଲାକୁ ଫେରୁଛନ୍ତି। ଦୈନିକ ଛତ୍ରପୁର, ବ୍ରହ୍ମପୁର ଓ ଖଲ୍ଲିକୋଟ ଷ୍ଟେଶନରେ ପ୍ରବାସୀ ଓହ୍ଲାଉଛନ୍ତି। ଜିଲାରେ...

୭୭,୮୧୫ କୋଟି ଟଙ୍କାର ସ୍ପେକ୍ଟ୍ରମ୍‌ ନିଲାମ

ଭୁବନେଶ୍ୱର,୩।୩:ଟେଲିକମ୍‌ କମ୍ପାନୀଗୁଡ଼ିକ ଲାଗି ସୋମବାର ଆରମ୍ଭ ହୋଇଥିବା ସ୍ପେକ୍ଟ୍ରମ୍‌ ନିଲାମ ମଙ୍ଗଳବାର ଶେଷ ହୋଇଛି। ୨ ଦିନରେ ମୋଟ ୭୭,୮୧୫ କୋଟି ଟଙ୍କାର ନିଲାମ ଡକାଯାଇଛି।...

ଓଡ଼ିଶାରେ ପହଞ୍ଚିଲା ଆଉ ୧ ଲକ୍ଷ ଟିକା

ଭୁବନେଶ୍ୱର,୪।୫(ବ୍ୟୁରୋ): ଆମ ରାଜ୍ୟରେ ମଙ୍ଗଳବାର ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି। ଟିକା ଆସି ପହଞ୍ଚିବା ପରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। କାରଣ ଟିକା...

ସାମାଜିକ ଦୂରତ୍ୱ ପାଇଁ ଗାଇଡ୍‌ଲାଇନ୍‌: ୧୪୪ ଧାରା ପରିବର୍ତ୍ତେ କରାଯିବ ସଚେତନ, ବିବାହ ଉତ୍ସବରେ ୫୦ ମଧ୍ୟରେ ଅତିଥି ସୀମିତ ପାଇଁ ପରାମର୍ଶ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ନେଇ ମଙ୍ଗଳବାର ସରକାର କମିଟି ଗଠନ କରିଛନ୍ତି। ଗାଇଡ୍‌ଲାଇନ୍‌ କମିଟି ମୁଖ୍ୟ ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ...

Advertisement
Archives

Model This Week