Advertisement
Posted inଜାତୀୟ

ଇଞ୍ଜିନିୟରରୁ ଡଗ୍‌ ବ୍ରିଡର

ଚେନ୍ନାଇ,୪।୧: ଘରେ ବିଦେଶୀ ବ୍ରିଡ୍‌ର କୁକୁର ରଖିବା ଏବେ ଟ୍ରେଣ୍ଡ୍‌ ପାଲଟିଛି। ଯେଉଁଥିଲାଗି ଏ ପ୍ରକାର କୁକୁରଙ୍କ ଚାହିଦା ବଢ଼ୁଥିବାବେଳେ ଦେଶୀ କୁକୁରଙ୍କୁ କେହି ପସନ୍ଦ କରୁନାହାନ୍ତି। ହେଲେ ଦେଶୀ କୁକୁର ପାଇଁ ତାମିଲନାଡ଼ୁର ସତିଶ ଏବେ ଜାତୀୟ ପୁରସ୍କାର ହାସଲ କରିଛନ୍ତି। ପେସାରେ ଇଞ୍ଜିନିୟର ସତିଶ ଏବେ ପାଲଟିଛନ୍ତି ଡଗ୍‌ ବ୍ରିଡ୍‌ର। ଏଥିଲାଗି ଡିସେମ୍ବରରେ ତାଙ୍କୁ ‘ବ୍ରିଡ୍‌ କନ୍‌ଜରଭେଶନ୍‌ ଆଓ୍ବାର୍ଡ ୨୦୨୨’ରେ ସମ୍ମାନିତ କରାଯାଇଛି।
ମଦୁରାଇର ଉସିଲାମପାଟ୍ଟିରେ ସତିଶ ଡଲିଜ୍‌ କେନ୍ନେଲ ନାମରେ ଏକ ଫାର୍ମ ହାଉସ୍‌ ଚଳାଉଛନ୍ତି। ଏକରରୁ ଊର୍ଦ୍ଧ୍ୱ ପରିମିତ ଜାଗାରେ ସେ ବନାଇଥିବା ଡଗ୍‌ ଫାର୍ମ ହାଉସ୍‌ରେ ୧୦୦ ପ୍ରଜାତିର ଦେଶୀ କୁକୁର ରହୁଛନ୍ତି। ଅରୁଲ ଏବଂ ପଦ୍ମାବତୀଙ୍କ ସାନ ପୁଅ ସତିଶ। ଉସିଲାମପାଟ୍ଟି ଟକୁଲ ଥାନାରେ ଅରୁଲ କାର୍ଯ୍ୟ କରନ୍ତି। ସତିଶ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ। ମହାମାରୀ କୋଭିଡ୍‌ ଯୋଗୁ କମ୍ପାନୀ ଓ୍ବାର୍କ ଫର୍ମ ହୋମ୍‌ ଲାଗୁ କରିବାରୁ ସତିଶ ମଦୁରାଇସ୍ଥିତ ତାଙ୍କ ଗାଁକୁ ଚାଲିଆସିଥିଲେ। ବ୍ରିଡ୍‌ (ପଶୁ ପ୍ରଜନନ) ବିଷୟରେ ସେ ଆଗରୁ ଅବଗତ ଥିବାବେଳେ ଘରେ ରହି ଅବସର ସମୟରେ କୁକୁର ବ୍ରିଡ୍‌ ଉପରେ କାମ କରିବା ଆରମ୍ଭ କଲେ। ବିଦେଶୀ କୁକୁର ବଦଳରେ ଦେଶୀ କୁକୁରଙ୍କୁ ନେଇ ସତିଶ ବ୍ରିଡିଂ କରିବା ପରେ ଏ ନେଇ ସେ ନିଜସ୍ବ ଏକ ଫାର୍ମ ହାଉସ୍‌ ତିଆରି କଲେ।
ସତିଶଙ୍କ ପାଖରେ ରାଜାପାଲାୟମ୍‌, ଛିପ୍ପିପରାଇ, କାନ୍ନି, କୋମ୍ବାଇ (ତାମିଲନାଡୁର ଦେଶୀ ପ୍ରଜାତି କୁକୁର) ଭଳି ଅନେକ ପ୍ରଜାତି ଉପଲବ୍ଧ। ଫାର୍ମରେ ପ୍ରତ୍ୟେକ କୁକୁର ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠର ସୁବିଧା ରହିଛି। ଇଞ୍ଜିନିୟରିଂ ତାଙ୍କ ପେସା ହୋଇଥିବାବେଳେ ଡଗ୍‌ ବ୍ରିଡ୍‌ କରିବା ତାଙ୍କୁ ଆତ୍ମସନ୍ତୋଷ ଦେଉଥିବା ସତିଶ କହିଛନ୍ତି। ଇଞ୍ଜିନିୟରିଂ ଡିଗ୍ରୀ ସାରିବା ପରେ ସେ ରାଜାପଲାୟମ୍‌, କୋମ୍ବାଇ ଏବଂ ଛିପ୍ପିପରାଇ ପ୍ରଜାତି କୁକୁର ଆଣି ଘରେ ପ୍ରଥମେ ବ୍ରିଡିଂ ପ୍ରକ୍ରିୟା ଆରମ୍ଭ କରିଥିଲେ। ଘରେ ଏତେ ସଂଖ୍ୟକ କୁକୁର ରଖିବା ସମ୍ଭବପର ହୋଇ ନ ଥିବାବେଳେ ଏ ନେଇ ତାଙ୍କୁ ଏକ ଫାର୍ମ ହାଉସ୍‌ ତିଆରି ପାଇଁ ଘରଲୋକ ପ୍ରସ୍ତାବ ଦେଇଥିଲେ। ଫାର୍ମ ହାଉସ୍‌ ଦେଖାଶୁଣା କରିବା ଲାଗି ସତିଶ ୪ ଜଣଙ୍କୁ ରଖିଥିବାବେଳେ କୁକୁରଙ୍କ ପିଛା ମାସିକ ୫୦,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଦେଶୀ କୁକୁର ୬,୦୦୦ରୁ ୧୫,୦୦୦ ଟଙ୍କାରେ ବିକ୍ରି କରାଯାଉଛି। ବିଦେଶୀ କୁକୁର ବଦଳରେ ଦେଶୀ କୁକୁର ଚାହିଦା ବଢ଼ାଇବା ଲାଗି ସତିଶ ଚାହୁଁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରନାଲରେ ଶେଷ ହେଲା କୃଷକଙ୍କ ବିରୋଧ ପ୍ରଦର୍ଶନ

ଚଣ୍ଡିଗଡ଼,୧୧ ।୯: ଅଗଷ୍ଟ ୨୮ରେ ବସତାଡା ଟୋଲରେ କୃଷକଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଓ ଏସ୍‌ଡିଏମ୍ ଆୟୁଷ ସିହ୍ନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟ...

ଦିଲ୍ଲୀ ଦଙ୍ଗା: ଚାର୍ଜଶିଟ୍‌ରେ ୟେଚୁରୀ-ଯୋଗେନ୍ଦ୍ର-ଜୟତୀଙ୍କ ନାମ

ନୂଆଦିଲ୍ଲୀ, ୧୩।୯: ଫେବୃୟାରୀ ୨୩ରୁ ୨୬ ମଧ୍ୟରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ଚାର୍ଜଶିଟ୍‌ରେ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ ନେତା...

ଜେଏନ୍‌ୟୁ ହିଂସା ମାମଲାରେ ପୋଲିସକୁ ସମନ ଜାରି କଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଛାତ୍ରୀଛାତ୍ରଙ୍କୁ ମାରପିଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା। ଏହି...

ଘର ଲୋକ ବି ଦେଲେନି ଭୋଟ

ନୂଆଦିଲ୍ଲୀ,୧୨।୧୦: ସ୍ଥାନୀୟ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ ଜଣେ ଭାଜପା କର୍ମକର୍ତ୍ତା। କୌତୁହଳର କଥା ହେଲା, ତାଙ୍କ ପରିବାରରେ ୫ ସଦସ୍ୟ ଥିବା...

ଶରଦ ଯାଦବଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଶାହା, କହିଲେ ଦେଶ ପାଇଁ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୧୩।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଦେହାନ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଆମ...

୩ ଦିନରେ ଲକ୍ଷାଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୦ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୩ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା...

ଚିଦାମ୍ବରମଙ୍କ ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ ତାଲିକା

ନୂଆଦିଲ୍ଲୀ,୨୬।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବାର ଥିଲା। ହେଲେ ଏପର୍ଯ୍ୟନ୍ତ...

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪...

Advertisement
Archives

Model This Week