Posted inଜାତୀୟ

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ନୁହନ୍ତି

ନୂଆଦିଲ୍ଲୀ,୪ା୧: ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ୪:୧ ସଂଖ୍ୟାଗରିଷ୍ଠ ରାୟ ଦେଇଛନ୍ତି। ଅନ୍ୟପକ୍ଷେ ଜଷ୍ଟିସ୍‌ ବି.ଭି. ନାଗରନତ୍ା ଏହି ରାୟରେ ଅସହମତି ପ୍ରକାଶ କରି କହିଛନ୍ତି, ମନ୍ତ୍ରୀଙ୍କ ଆନୁଷ୍ଠାନିକ ବୟାନ ପାଇଁ ସରକାରଙ୍କୁ ଦାୟୀ କରାଯାଇପାରିବ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତଙ୍କ ସାମ୍ବିଧାନିକ ପୀଠ ସୋମବାର ରାୟ ଶୁଣାଇଥିଲେ। ସେହି ମାମଲାରେ ମଧ୍ୟ ଏହି ୫ ବିଚାରପତି ଶୁଣାଣି କରିଥିଲେ। ୪ ଜଣ ବିଚାରପତି କେନ୍ଦ୍ରର ରାୟକୁ ଯଥାର୍ଥ ଦର୍ଶାଇଥିବାବେଳେ ଜଷ୍ଟିସ୍‌ ନାଗରନତ୍ା ଭିନ୍ନମତ ଦେଇ ବିମୁଦ୍ରୀକରଣକୁ ବେଆଇନ ବୋଲି କହିଥିଲେ। ଏହାର ଦିନକ ପରେ ମହିଳା ବିଚାରପତି ନାଗରନତ୍ା ପୁଣି ଥରେ ଅଲଗା ରାୟ ଦେବା ଭାରତୀୟ ନ୍ୟାୟପାଳିକା ଇତିହାସରେ ଏକ ବିରଳ ଓ ପ୍ରଶଂସନୀୟ ଦୃଷ୍ଟାନ୍ତ।
ଜଷ୍ଟିସ୍‌ ଏସ୍‌. ଏ. ନଜିରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ପୀଠ ଯେଉଁ ପ୍ରଶ୍ନଗୁଡ଼ିକ ଉପରେ ବିଚାର କରିଥିଲେ ତନ୍ମଧ୍ୟରୁ ଗୋଟିଏ ହେଉଛି, ରାଜ୍ୟର କୌଣସି ମାମଲାରେ କିମ୍ବା ସରକାରଙ୍କ ସୁରକ୍ଷା ଲାଗି ଜଣେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ସାମୂହିକ ଉତ୍ତରଦାୟିତ୍ୱ ସିଦ୍ଧାନ୍ତ ଦୃଷ୍ଟିରୁ ସରକାରଙ୍କୁ ଦାୟୀ କରାଯାଇପାରିବ କି। ଏହାର ଉତ୍ତରରେ ଜଷ୍ଟିସ୍‌ ନଜିରଙ୍କ ସମେତ ବି.ଆର୍‌. ଗଭାଇ, ଏ.ଏସ୍‌. ବୋପନ୍ନା, ଭି.ରାମାସୁବ୍ରମଣ୍ୟମ୍‌ କହିଥିଲେ, ସମ୍ବିଧାନର ଅନୁଚ୍ଛେଦ ୧୯(୨) ଅନୁସାରେ (ନିର୍ଦ୍ଦିଷ୍ଟ ବ୍ୟତିକ୍ରମକୁ ବାଦ୍‌ ଦେଇ) ମନ୍ତ୍ରୀ, ଏମ୍‌ପି ଏବଂ ବିଧାୟକଙ୍କୁ ପ୍ରଦତ୍ତ ଅଭିବ୍ୟକ୍ତି ସ୍ବାଧୀନତା ଉପରେ କୌଣସି କଟକଣା ଜାରି କରାଯାଇପାରିବ ନାହିଁ।
୪ ବିଚାରପତିଙ୍କ ମତରେ ଜଣେ ମନ୍ତ୍ରୀ ଦୁଇ ପ୍ରକାର କ୍ଷମତାରେ ଏକ ମନ୍ତବ୍ୟ ଦେଇପାରିବେ। ପ୍ରଥମରେ ସେ ବ୍ୟକ୍ତିଗତ ଭାବେ ନିଜ ମତାମତ ରଖିପାରିବେ। ଦ୍ୱିତୀୟତଃ ନିଜ ଆନୁଷ୍ଠାନିକ ତଥା ସରକାରଙ୍କ ପ୍ରତିନିଧି ରୂପେ ମନ୍ତବ୍ୟ ଦେଇପାରିବେ। ଯଦି କୌଣସି ମନ୍ତବ୍ୟ ଅପମାନଜନକ ହୋଇଥାଏ, ଏବଂ କେବଳ ବ୍ୟକ୍ତିଗତ ବିଚାରର ପ୍ରତିନିଧିତ୍ୱ କରୁଥିବ ତଥା ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଦେଇଥିବେ, କିନ୍ତୁ ସେଥିରେ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ସାମିଲ ଥିବ, ତେବେ ଏପରି ବୟାନକୁ ବିଶେଷକରି ସାମୂହିକ ଉତ୍ତରଦାୟିତ୍ୱର ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି ସରକାରଙ୍କୁ ହିଁ ଉତ୍ତରଦାୟୀ କରାଯାଇପାରିବ।
ଅନ୍ୟ ଅର୍ଥରେ କହିବାକୁ ଗଲେ ଯଦି ମନ୍ତ୍ରୀଙ୍କ ବିବୃତିରେ ସରକାରଙ୍କ ଆଭିମୁଖ୍ୟ ପ୍ରତିଫଳିତ ହେଉଥିଲେ ସେଥିପାଇଁ ସରକାର ଦାୟୀ ବୋଲି କୁହାଯାଇପାରିବ। ଅଥଚ ଯଦି ଏପରି ମନ୍ତବ୍ୟ କୌଣସି ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ମତ ହୋଇଥିବ ଏବଂ ତାହା ସରକାରଙ୍କ ବିଚାରଧାରା ଅନୁରୂପ ହୋଇ ନ ଥିବ ତେବେ ସେଥିପାଇଁ ସେ ମନ୍ତ୍ରୀ ରୂପେ ଦାୟୀ ହେବେ। ସେହି ମନ୍ତବ୍ୟକୁ ସରକାରଙ୍କ ବୟାନ ବୋଲି ବିବେଚନା କରାଯିବ ନାହିଁ।
କୌଶଲ କିଶୋର ବନାମ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଡବ୍ଲ୍ୟୁପି(ସି)୧୧୩/୨୦୧୬ ମାମଲାରେ ସାମ୍ବିଧାନିକ ପୀଠ ମନ୍ତ୍ରୀମାନଙ୍କ ଏବଂ ଉଚ୍ଚ ପଦରେ ଆସୀନ ବ୍ୟକ୍ତିମାନଙ୍କ କହିବା ସ୍ବାଧୀନତା ଅଧିକାର ଉପରେ ଲଗାମ ଲଗାଇବା ସମ୍ପର୍କିତ ପ୍ରସଙ୍ଗରେ ଏହି ଜବାବ ଦେଇଛନ୍ତି।
ଗଣବଳାତ୍କାରକୁ ‘ରାଜନୈତିକ ଷଡ଼ଯନ୍ତ୍ର’ କହିଥିଲେ ଆଜମ୍‌ ଖାନ୍‌

୨୦୧୬ ଜୁଲାଇ ୨୯ ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ବୁଲନ୍ଦସହର ସଂଲଗ୍ନ ଦିଲ୍ଲୀ-କାନପୁର ହାଇଓ୍ବେ ଦେଇ ନୋଏଡାର ଜଣେ ୩୫ ବର୍ଷୀୟା ମହିଳା, ତାଙ୍କ ନାବାଳିକା ଝିଅ ଓ ପରିବାରର ଅନ୍ୟ ୪ ଜଣ ସଦସ୍ୟ ଯାଉଥିଲେ। ସେହି ରାସ୍ତାରେ ଯାଉଥିବା କେତେଜଣ ହାଇଓ୍ବେ ଲୁଟେରା ସେମାନଙ୍କ କାର୍‌କୁ ଅଟକାଇ ମା’ଝିଅଙ୍କୁ ଗଣବଳାତ୍କାର କରିଥିଲେ। ଏନେଇ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲା। ମହିଳାଙ୍କ ସ୍ବାମୀ ଏହି ମାମଲାର ଶୁଣାଣି ୟୁପିରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିସହ ୟୁପିର ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନ୍‌ (ସମାଜବାଦୀ ପାର୍ଟି ନେତା)ଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍‌ ରୁଜୁ ପାଇଁ ଶୀର୍ଷ ଅଦାଲତଙ୍କୁ ନିବେଦନ କରିଥିଲେ। କାରଣ ଆଜମ୍‌ ଖାନ୍‌ ମା’ ଓ ଝିଅଙ୍କୁ କରାଯାଇଥିବା ଗଣବଳାତ୍କାରକୁ ‘ଏକ ରାଜନୈତିକ ଷଡ଼ଯନ୍ତ୍ର’ ବୋଲି ଅଭିହିତ କରିଥିଲେ। ଜଣେ ମନ୍ତ୍ରୀଙ୍କ ଏପରି ଅଭିବ୍ୟକ୍ତି ସ୍ବାଧୀନତା କେତେ ଯଥାର୍ଥ ଏବଂ ଏଭଳି ମନ୍ତବ୍ୟ ଉପରେ କଟକଣା ଲଗାଯାଇପାରିବ କି ନାହିଁ ସେହି ପ୍ରଶ୍ନର ବିଚାର ପାଇଁ ଦାଖଲ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଶୀର୍ଷ ଅଦାଲତ ଗତ ନଭେମ୍ବର ୧୫ରେ ଏହାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?