ବନ୍ୟପ୍ରାଣୀ ଆଇନ ସଂଶୋଧନ ନେଇ ସନ୍ଦେହ

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ଦିନକୁ ଦିନ ଓଡ଼ିଶା ସମେତ ଦେଶରେ ବନ୍ୟପ୍ରାଣୀ ଅପରାଧ ବଢ଼ିବାରେ ଲାଗିଛି। ଆଇନରେ ଥିବା ଗଳାବାଟରେ ଅପରାଧୀମାନେ ସହଜରେ ଖସିଯାଉଛନ୍ତି। ତେଣୁ ଆଇନକୁ କିପରି କଡ଼ାକଡ଼ି କରାଯାଇପାରିବ ସେନେଇ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବାବେଳେ ଏବେ କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନା କରିବାକୁ ଯାଉଛନ୍ତି ବନ୍ୟଜୀବ (ସଂରକ୍ଷଣ) ସଂଶୋଧନ ଅଧିନିୟମ, ୨୦୨୧ ବିଲ୍‌। ସଂସଦର ଉଭୟ ସଦନରେ ସରକାରୀ ଦଳ ଭାଜପା ଓ ଏହାର ସହଯୋଗୀଙ୍କ ସଂଖ୍ୟାକୁ ଦେଖିଲେ ଏହି ବିଲ୍‌ ଯେ ବିନା ବାଧାବିଘ୍ନରେ ପାରିତ ହୋଇଯିବ, ଏଥିରେ କାହାର ସନ୍ଦେହ ନାହିଁ। ହେଲେ ଏହାକୁ ନେଇ ପରିବେଶବିତ ଓ ବନ୍ୟପ୍ରାଣୀପ୍ରେମୀ ସନ୍ଦିହାନ ହୋଇପଡ଼ିଛନ୍ତି। ସାରା ଦେଶରେ ବିଭିନ୍ନ ରାଜ୍ୟରୁ ଏନେଇ ପ୍ରତିବାଦର ସ୍ବର ମଧ୍ୟ ଉଠିଲାଣି। ବିଶେଷଜ୍ଞଙ୍କ କହିବାନୁସାରେ, ଗତ ୭ବର୍ଷ ଭିତରେ କେନ୍ଦ୍ରୀୟ ଓ୍ବାଇଲ୍ଡଲାଇଫ୍‌ ବୋର୍ଡର ଥରେ ହେଲେ ବି ବୈଠକ ବସିନାହିଁ। ବିନା ବୈଠକରେ ବନ୍ୟପ୍ରାଣୀ ଆଇନର ଉଲ୍ଲଂଘନ କରି ଜଙ୍ଗଲ ଜମିରେ ପ୍ରକଳ୍ପ କାମ ପାଇଁ ପରିବେଶ ମଞ୍ଜୁରୀ କରିନେଉଛନ୍ତି। ସଂଶୋଧନ ଅଧିନିୟମ ବିଲ୍‌ରେ କେଉଁ ସିଡ୍ୟୁଲରେ କ’ଣ ରହିବ ତାହା ପ୍ରଥମେ ସାର୍ବଜନୀନ କରିବାର ଥିଲା ବୋଲି ସେମାନେ କହିଛନ୍ତି।
ରାଜ୍ୟଗୁଡ଼ିକୁ ଦିଆଯାଇଥିବା ଡ୍ରାଫ୍ଟ ଅନୁଯାୟୀ, ଏହି ନୂତନ ଅଧିନିୟମରେ ଅନେକ ସଂଶୋଧନ ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ଧାରା ୮ରେ ରାଜ୍ୟ ବନ୍ୟଜୀବ ବୋର୍ଡର ଷ୍ଟାଣ୍ଡିଂ କମିଟି ଗଠନ ପ୍ରସ୍ତାବ ରହିଛି। ପୂର୍ବରୁ ଥିବା ରାଜ୍ୟ ବନ୍ୟଜୀବ ବୋର୍ଡ ସହ ଏକ ନୂଆ ଷ୍ଟାଣ୍ଡିଂ କମିଟି ରହିବ। ଏଥିରେ ଭାଇସ ଚେୟାରମ୍ୟାନ, ମେମ୍ବର ସେକ୍ରେଟାରି ଏବଂ ସର୍ବାଧିକ ୧୦ଜଣ ସଦସ୍ୟ ରହିବେ। ସେହିପରି ଧାରା ୩୪କୁ ସଂଶୋଧନ କରାଯାଇ ଅଭୟାରଣ୍ୟର ୧୦ କି.ମି. ପରିସରରେ ରହୁଥିବା ବ୍ୟକ୍ତିଙ୍କ ବନ୍ଧୁକ ଲାଇସେନ୍ସ ଶେଷ ହେବା ପରେ ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକଙ୍କ ବିନା ଅନୁମତିରେ ନବୀକରଣ କରାଯିବ ନାହିଁ। ଧାରା ‘୪୨ ଏ’ ଏକ ନୂତନ ଧାରା, ଯେଉଁଥିରେ ୪ଟି ଉପନିୟମ ରହିଛି। ଏଥିରେ ଯେଉଁ ବ୍ୟକ୍ତି ବନ୍ୟପ୍ରାଣୀ ବା ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ(ଟ୍ରଫି) ରଖିଥିବେ ସେମାନେ ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକଙ୍କ ନିକଟରେ ୭ ଦିନର ନୋଟିସ ଦେଇ ତାହାକୁ ସରେଣ୍ଡର କରିପାରିବେ। ତେବେ ଏଥିପାଇଁ କିଛି କ୍ଷତିପୂରଣ ମିଳିବ ନାହିଁ। ସେହିପରି ବନ୍ୟଜୀବମାନଙ୍କର ସିଡ୍ୟୁଲ ତାଲିକାରେ କେନ୍ଦ୍ର ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଗରୁ ମୋଟ ୧ ରୁ ୬ ସିଡ୍ୟୁଲରେ ବନ୍ୟପ୍ରାଣୀଙ୍କୁ ବିଭକ୍ତ କରାଯାଇଥିଲା। ୧ ରୁ ୪ ସିଡ୍ୟୁଲରେ ତାଲିକାଭୁକ୍ତ ହୋଇଥିବା ପ୍ରାଣୀମାନଙ୍କୁ ଶିକାର କଲେ ଦଣ୍ଡନୀୟ ଥିଲା। ସିଡ୍ୟୁଲ ୫ରେ ମୂଷା, ବାଦୁଡ଼ି, କାଉ ଆଦି ଜୀବଙ୍କୁ ଭର୍‌ମିନ ତାଲିକାରେ ରଖାଯାଇଥିଲା, ଯାହାଙ୍କୁ ଶିକାର କଲେ ଦଣ୍ଡନୀୟ ନ ଥିଲା। ସେହିପରି ସିଡ୍ୟୁଲ ୬ରେ କିଛି ଉଦ୍ଭିଦଙ୍କୁ ରଖାଯାଇଥିଲା। ନୂତନ ସଂଶୋଧନରେ ମାତ୍ର ୨ଟି ସିଡ୍ୟୁଲରେ ପ୍ରାଣୀମାନଙ୍କୁ ବିଭକ୍ତ କରାଯାଇଛି। ସିଡ୍ୟୁଲ-୩ ରେ ଏଥର ଉଦ୍ଭିଦମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା ହେଉଛି। ସିଡ୍ୟୁଲ ୪ରେ ନୂଆ କରି କନ୍‌ଭେନଶନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଇନ୍‌ ଏନ୍‌ଡେଞ୍ଜର୍‌ଡ ସ୍ପେସିସ୍‌ (ସିଆଇଟିଇଏସ୍‌) ଅନ୍ତର୍ଭୁକ୍ତ ପ୍ରଜାତିମାନଙ୍କୁ ରଖାଯିବ। ଏହି ସିଡ୍ୟୁଲରେ ବିଦେଶୀ ବା ଏକ୍‌ଜୋଟିକ୍‌ ଜୀବମାନଙ୍କୁ ରଖାଯିବ ବୋଲି ଆପାତତଃ ସ୍ଥିର ହୋଇଛି। କେଉଁ ପ୍ରଜାତିର ଜୀବକୁ କେଉଁ ସିଡ୍ୟୁଲରେ ରଖାଯିବ ଏନେଇ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ତର୍ଜମା କରି ତାଲିକା ପ୍ରସ୍ତୁତ କରିବା ପାଇଁ ଦିଆଯାଇଛି।

ଜେଲ୍‌ ଦଣ୍ଡ ୧୦ବର୍ଷରୁ ଅଧିକ ରହୁ : ଶୁଭେନ୍ଦୁ

ବନ୍ୟପ୍ରାଣୀ ଅପରାଧ ରୋକିବାରେ ସବୁଠାରୁ ଗୁରୁତ୍ୱପୂର୍ଣ ଥିବା ଦଣ୍ଡବିଧାନକୁ ଏହି ନୂତନ ସଂଶୋଧନ ଅଧିନିୟମ ଡ୍ରାଫ୍ଟରେ କେନ୍ଦ୍ର ସରକାର ନ ବଢ଼ାଇବା ନିଶ୍ଚୟ ଚିନ୍ତାର ବିଷୟ ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ତାଙ୍କ ମତରେ ପୁରୁଣା ଆଇନରେ ସର୍ବାଧିକ ଜେଲ ଦଣ୍ଡ ଯେଉଁ ୭ବର୍ଷ ଥିଲା, ନୂତନ ସଂଶୋଧନ ଅଧିନିୟମ ଡ୍ରାଫ୍ଟରେ ସେୟା ହିଁ ରହିଛି। ଦଣ୍ଡବିଧାନ ଅଧିକ ନ ହେଲେ ଅପରାଧୀମାନେ ଏବେ ଯେମିତି ଅପରାଧ କରି ଜାମିନରେ ଆସିବା ପରେ ପୁଣି ସେହି କାମରେ ଲିପ୍ତ ରହୁଛନ୍ତି, ନୂଆ ଆଇନ ହେଲେ ମଧ୍ୟ ତାଙ୍କ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ତେଣୁ ଜେଲଦଣ୍ଡ ଅତିକମ୍‌ରେ ୧୦ ବର୍ଷରୁ ଅଧିକ ରହିବା ଆବଶ୍ୟକ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?