ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଆଶଙ୍କା

ବଅଁରପାଳ,୨୭।୧୨(ଡି.ଏନ.ଏ.)  ଡିସେମ୍ବରରୁ ଏପ୍ରିଲ ରବି ଋତୁର ମାସେ ଶେଷ ହେବାକୁ ବସିଲାଣି। ହେଲେ ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଅନୁଗୋଳ ବ୍ଲକର ଚାଷୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ବିହନ ମିଳିପାରୁ ନାହିଁ। ଫଳରେ ଚଳିତ ଋତୁକୁ ନେଇ କୃଷି ବିଭାଗ ପକ୍ଷରୁ ରଖାଯାଇଥିବା ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଦେଖାଦେଇଛି।
ପ୍ରକାଶ ଯେ, କୃଷି ବିଭାଗ ପକ୍ଷରୁ ଅନୁଗୋଳ ବ୍ଲକ ଅଞ୍ଚଳର ମୋଟ୍‌ ୧୩ ହଜାର ୮୨୧ ହେକ୍ଟର ଜମିରେ ରବି ଫସଲ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିରୁ ୨୦ ହେକ୍ଟରରେ ଧାନ, ୩୭ ହେକ୍ଟର ଜମିରେ ମକା ଓ ୧୦ ହେକ୍ଟରରେ ମାଣ୍ଡିଆ ଫସଲ କରିବାକୁ ସ୍ଥିର ହୋଇଛି। ହେଲେ ଉପରୋକ୍ତ ତିନୋଟି ଫସଲ ଏଯାଏ ଆରମ୍ଭ ହୋଇନାହିଁ। ସେହିପରି ୨୪୫୬ ହେକ୍ଟରରେ ମୁଗ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହା ୧୬୦୦ ହେକ୍ଟରରେ ଚାଷ କରାଯାଇଛି। ୨୩୦୭ ହେକ୍ଟରରେ ବିରି ଚାଷ କରାଯିବାର ଯୋଜନା ଥିବାବେଳେ ଏହା ୧୫୦୦ ହେକ୍ଟରରେ ହୋଇପାରିଛି। ୧୨୦ ହେକ୍ଟର ଜମିରେ ଚିନା ବାଦାମ କରାଯିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ଏଯାଏ ଫସଲ ହୋଇପାରି ନାହିଁ। ୯୦୫ ହେକ୍ଟରରେ ରାଶି ଫସଲ ପାଇଁ ଲକ୍ଷ୍ୟ ରହିଥିବାବେଳେ ୮୩୦ ହେକ୍ଟରରେ ଏହା ହୋଇଛି। ୩ ହଜାର ୪୫ ହେକ୍ଟରରେ ପରିବା ଚାଷ କରିବାର ଯୋଜନା ରହିଥିବାବେଳେ ୨୮୦୦ ହେକ୍ଟରରେ କରାଯାଇଛି। ତେବେ ଧାର୍ଯ୍ୟ ଅନୁଯାୟୀ ୪୯୦ ହେକ୍ଟରରେ ମସଲା ଜାତୀୟ ଓ ୫ ହେକ୍ଟରରେ ଆଖୁ ଚାଷ କରାଯାଇଛି। ଏହାଛଡ଼ା ଅନ୍ୟ ଫସଲ ମଧ୍ୟରୁ କେତୋଟିରେ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ବ୍ଲକ ଅଞ୍ଚଳରେ ୧୮ଟି କୃଷି ସମବାୟ ସମିତି ଥିବାବେଳେ ଅନେକ ସମିତିରେ ଆବଶ୍ୟକ ପରିମାଣର ବିହନ ମହଜୁଦ ନାହିଁ। ଚାଷୀମାନେ ବିହନ ପାଇବା ଆଶାରେ କୃଷି କାର୍ଯ୍ୟାଳୟ ଓ କୃଷି ସମବାୟ ସମିତିକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ଅନେକ ଚାଷୀ ରଖିଥିବା ପୁରୁଣା ବିହନ ଓ ଚଢ଼ା ଦରରେ ବଜାରରୁ ବିହନ କିଣି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ କୃଷି ଅଧିକାରୀ ଜେ. ନଳିନୀ ମହାନ୍ତି କହିଛନ୍ତି, ୧୩ ହଜାର ୮୨୧ ହେକ୍ଟର ଜମିରେ ରବି ଫସଲ ପାଇଁ ଲକ୍ଷ୍ୟ ରହିଛି। ହେଲେ ଏବେ ପ୍ରାୟ ୧୨ ହଜାର ହେକ୍ଟରରେ ଫସଲ ହୋଇଛି। ଧାନ ସମେତ କେତେକ ଡାଲି ଜାତୀୟ, ତୈଳବୀଜ ଜାତୀୟ ଫସଲ ଆରମ୍ଭ ହୋଇନି। ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଇ ହେଉ ନ ଥିବାରୁ ସମସ୍ୟା ଉପୁଜୁଛି। ତଥାପି ଲକ୍ଷ୍ୟଧାର୍ଯ୍ୟ ପୂରଣ ଦିଗରେ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri