Posted inଖେଳ

କବୀର, ଅଭୀପ୍ସାଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର,୧୧ା୧୨(ସରୋଜ ଜେନା): ୨୨ତମ ରାଜ୍ୟସ୍ତରୀୟ ନାଲ୍‌କୋ ଓପନ ରବିବାର ଉଦ୍‌ଯାପିତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ସିଙ୍ଗଲ୍ସ ଇଭେଣ୍ଟର ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ କବୀର ହଂସ ଓ ଅଭୀପ୍ସା ଦେହୁରୀ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ଉଦ୍‌ଯାପନୀ ଦିବସରେ ନାଲ୍‌କୋର ଚେୟାରମ୍ୟାନ୍‌ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଟାଟା ଷ୍ଟିଲ୍‌ର ରେସିଡେଣ୍ଟ ହେଡ୍‌ ଅଶ୍ୱିନ୍‌ ପ୍ରସାଦ ମହାନ୍ତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲା ଟେନିସ୍‌ ଆସୋସିଏଶନ (ବିଡିଟିଏ)ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ସୁରେଶ ଚନ୍ଦ୍ର ମହାପାତ୍ର, ବିଡିଟିଏ ସମ୍ପାଦକ ଶାଶ୍ୱତ ମିଶ୍ର, ଜଙ୍ଗଲ ବିଭାଗ ଅଧିକାରୀ ଦେବୀଦତ୍ତ ବିଶ୍ୱାଳ, ଏମ୍ସ ପ୍ରଫେସର ସରୋଜ କୁମାର ଦାସ ମଜୁମ୍‌ଦାର ଓ ବିଡିଟିଏ ଯୁଗ୍ମ ସମ୍ପାଦକ ଆର. ବିଶ୍ୱନାଥ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ସମସ୍ତ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ପୁରୁଷ ସିଙ୍ଗଲ୍ସ ବର୍ଗରେ କବୀର ହଂସ ୬-୨ ଓ ୬-୦ ଗୋଲରେ ପ୍ରତ୍ୟୁଷ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ମହିଳା ସିଙ୍ଗଲ୍ସ ଫାଇନାଲରେ ଅଭୀପ୍ସା ଦେହୁରୀ ୬-୨ ଓ ୬-୨ରେ କ୍ରିଷ୍ଣାରାଜଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସ ଫାଇନାଲରେ କବୀର ହଂସ ଓ ଦେବାଶିଷ ସାହୁଙ୍କ ଯୋଡ଼ି ୬-୨, ୬-୨ ସେଟ୍‌ରେ ପ୍ରତ୍ୟୁଷ ମହାନ୍ତି ଓ ଅନୁରାଗ ଶରଣଙ୍କୁ ପରାସ୍ତ କରିଛନ୍ତି। ୧୪ ବର୍ଷରୁ କମ୍‌ ବାଳକ ବର୍ଗରେ ଆଦିତ୍ୟ ବିକ୍ରମ୍‌ ଆଚାର୍ଯ୍ୟ ୬-୧, ୬-୭(୫), ୬-୪ରେ ଆହାନ୍‌ ମିଶ୍ରଙ୍କୁ ପରାସ୍ତ କରି ଟାଇଟଲ ହାତେଇଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ଅଭୀପ୍ସା ଦେହୁରୀ ଚମତ୍କାର ପ୍ରଦର୍ଶନ କରି ୬-୨, ୬-୦ରେ ସାନ୍‌ଭି ମହାନ୍ତିଙ୍କୁ ହରାଇଥିଲେ। ୧୮ ବର୍ଷରୁ କମ୍‌ ବାଳକ ବର୍ଗରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ ୬-୨, ୬-୧ ସେଟ୍‌ରେ ଅଂଶୁମାନ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ୪୦+ ବୟସ ବର୍ଗରେ ସତୀର୍ଥ ପଟ୍ଟନାୟକ ଓ ଅରୁଣ କୁମାର ନାୟକଙ୍କ ଯୋଡ଼ି ଦୟାଲ ଗଙ୍ଗଓ୍ବାର ଓ ଶାଶ୍ୱତ ଜେନା ଯୋଡ଼ିକୁ ୮-୬ରେ ପରାସ୍ତ କରିଛି। ୫୦+ ବୟସ ବର୍ଗରେ ଶାଶ୍ୱତ ଜେନା ଓ ଦୟାଲ ଗଙ୍ଗଓ୍ବାର ଟାଇଟଲ ହାସଲ କରିଥିଲେ। ୬୦+ ବୟସ ବର୍ଗରେ ଅଜୟ ମହାପାତ୍ର ଓ ଏସ୍‌.ଏସ୍‌. ରଥ ଟାଇଟଲ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri