Posted inଖେଳ

ଡୋପିଂ ଟେଷ୍ଟ ଲାଞ୍ଚ ମାମଲା: ଭାରୋତ୍ତୋଳକ ଚୁମାକ୍‌ ସସ୍‌ପେଣ୍ଡ

ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍‌ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍‌ଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍‌ ଟେଷ୍ଟରୁ ସେ ନିଜକୁ ଦୂରେଇ ରଖିବା ଲାଗି ପ୍ରୟାସ କରିଥିଲେ। ଏଥିପାଇଁ ସେ ଲାଞ୍ଚ ଯାଚିଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି। ଏପ୍ରିଲରେ ୧୦୯ କେଜି କାଟେଗୋରିରେ ୟୁରୋପିଆନ ଟାଇଟଲ ଜିତିବା ପରେ ୟୁକ୍ରେନ୍‌ର ଏହି ଭାରୋତ୍ତୋଳକଙ୍କୁ ଟୋକିଓ ଗେମ୍ସ ପାଇଁ ଜଣେ ପଦକ ଦାବିଦାର ବୋଲି ବିବେଚନା କରାଯାଉଛି। ଏହାଥିଲା ତାଙ୍କ କ୍ୟାରିୟରର ତୃତୀୟ ମହାଦେଶୀୟ ସ୍ବର୍ଣ୍ଣ ପଦକ। ଇଣ୍ଟରନ୍ୟାଶନାଲ ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନ ପାଇଁ ଡ୍ରଗ୍‌ ଟେଷ୍ଟିଂ କାର୍ଯ୍ୟ କରୁଥିବା ଆଇଟିଏର ଅଭିଯୋଗ ଅନୁସାରେ ଚୁମାକ୍‌ଙ୍କୁ ମେ’ ୬ରେ ଡ୍ରଗ୍‌ ଟେଷ୍ଟିଂ ସାମ୍ପଲ ପାଇଁ କୁହାଯାଇଥିଲା। ସେ ସାମ୍ପଲ ଦେବାକୁ ମନା କରିବା ସହ ଏହାକୁ ଏଡାଇ ଦେବାକୁ ଚାହିଁଥିଲେ। ଟେଷ୍ଟିଂ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ଡୋପିଂ କଣ୍ଟ୍ରୋଲ ଅଫିସରମାନଙ୍କୁ ସେ ଲାଞ୍ଚ ଯାଚି ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏଥିରୁ ସନ୍ଦେହ କରାଯାଉଛି ଯେ ଚୁମାକ୍‌ ନିଷିଦ୍ଧ ଦ୍ରବ୍ୟ ସେବନ କରିଛନ୍ତି କିମ୍ବା ଚେଷ୍ଟା କରିଛନ୍ତି। ଏହାଛଡ଼ା ଆଣ୍ଟି ଡୋପିଂ ପ୍ରକ୍ରିୟାରେ ଟ୍ୟାମ୍ପରିଂ କରିବା ଲାଗି ପ୍ରୟାସ କରିଛନ୍ତି। ଏହି ସବୁ ଅଭିଯୋଗରୁ ଶୁଣାଣି ହେଲା ପର୍ଯ୍ୟନ୍ତ ୟୁକ୍ରେନର ଏହି ଭାରୋତ୍ତୋଳକ ସସ୍‌ପେଣ୍ଡ ରହିବେ। ଏହି ଘଟଣାରେ ତାଙ୍କ କୋଚ୍‌ ମିଖାଇଲୋ ମାତ୍‌ସୋଖାଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଦଶନ୍ଧି ଦଶନ୍ଧି ଧରି ଓ୍ବେଟ୍‌ଲିଫ୍ଟିଂରେ ଷ୍ଟେରଏଡ୍‌ର ବ୍ୟବହାର ନଜରକୁ ଆସିଛି। ଅଲିମ୍ପିକ୍ସ ଓ କେତେକ ପ୍ରମୁଖ ଇଭେଣ୍ଟରେ ଡୋପିଂ ପାଇଁ କେତେଜଣ ଅଗ୍ରଣୀ ଆଥ୍‌ଲେଟ୍‌ ସସ୍‌ପେଣ୍ଡ ମଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri