Posted inଜାତୀୟ

ଦେଶରେ ବହୁ ଜରୁରୀ ସମସ୍ୟା ଥିବାବେଳେ ସମଲିଙ୍ଗୀ ବିବାହ ମାମଲାରେ ସୁପ୍ରିମ୍‌କୋର୍ଟ ସମୟ ନଷ୍ଟ ନ କରନ୍ତୁ: ରାଷ୍ଟ୍ରପତିଙ୍କୁ ଜୈନ ସାଧୁଙ୍କ ଚିଠି…

ନୂଆଦିଲ୍ଲୀ,୨୯।୪ : ସମଲିଙ୍ଗୀ ବିବାହର ମାନ୍ୟତା ଦାବିରେ ସୁପ୍ରିମକୋର୍ଟରେ ତୀବ୍ର ବିତର୍କ ଚାଲିଛି। ଏଥି ସହିତ କେନ୍ଦ୍ର ସରକାର ଏବଂ ଧାର୍ମିକ ନେତାମାନେ ଏହାକୁ ବିରୋଧ କରୁଛନ୍ତି। ବର୍ତ୍ତମାନ ଜୈନ ସମାଜ ମଧ୍ୟ ସମଲିଙ୍ଗୀ ବିବାହକୁ ବିରୋଧ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଜୈନ ସାଧୁ ଶିବ ମୁନି ଏହାକୁ ବିରୋଧ କରିଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆ ନ ଯାଉ ନାହିଁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି, ଯେଉଁ ସମୟରେ ଭାରତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି, ସେତେବେଳେ ଏଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ। ଦାରିଦ୍ର୍ୟ ଦୂରୀକରଣ, ସମସ୍ତଙ୍କ ପାଇଁ ଶିକ୍ଷା, ପ୍ରଦୂଷଣ ମୁକ୍ତ ପରିବେଶ ଏବଂ ଜନସଂଖ୍ୟା ନିୟନ୍ତ୍ରଣକୁ ମୁଖ୍ୟ ସମସ୍ୟା ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଏସବୁ ସମସ୍ୟା ଉପରେ ସୁପ୍ରିମକୋର୍ଟ କୌଣସି ତତ୍ପରତା ଦେଖାଇ ନାହାଁନ୍ତି। ଭାରତକୁ ବିଭିନ୍ନ ଧର୍ମ, ଜାତି ଏବଂ ଉପ-ଜାତିର ଦେଶ ଭାବରେ ବର୍ଣ୍ଣନା କରି ସେ ଲେଖିଛନ୍ତି ଶତାବ୍ଦୀ ଧରି ଜଣେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବିବାହର ସ୍ବୀକୃତି ରହିଆସିଛି। ଏଭଳି ପରିସ୍ଥିତିରେ ବିବାହ ପ୍ରତିଷ୍ଠାନ କେବଳ ଦୁଇଟି ବିପରୀତ ଲିଙ୍ଗଙ୍କର ଏକ ମିଳନ ନୁହେଁ। ଏହା ମାନବ ପ୍ରଗତି ପାଇଁ ମଧ୍ୟ ଗୁୁତ୍ୱପୂର୍ଣ୍ଣ।

ସର୍ବୋଚ୍ଚ ଅଦାଲତର ପୂର୍ବ ନିଷ୍ପତ୍ତି ବିଷୟରେ ଜୈନ ସାଧୁ କହିଛନ୍ତି, ସମଲିଙ୍ଗୀ ସମ୍ପର୍କର ଅଧିକାର ପୂର୍ବରୁ ସୁରକ୍ଷିତ ଅଛି (ଧାରା ୩୭୭ ଅପସାରଣ କରି)। ସମଲିଙ୍ଗୀ ବିବାହର ମାମଲା ଆଇନଗତ ଅଧିକାର ହୋଇପାରେ। କିନ୍ତୁ ଏହା ଏକ ମୌଳିକ ଅଧିକାର ନୁହେଁ । ସଂସଦ ଦ୍ୱାରା ଏକ ଆଇନ ପ୍ରଣୟନ କରି ଏହାକୁ ସଂରକ୍ଷିତ କରାଯାଇପାରିବ। ଏହାକୁ ସ୍ବତନ୍ତ୍ର ବିବାହ ଅଧିନିୟମ ଅଧୀନରେ ରଖିବାକୁ ସେ ଆପତ୍ତି ଉଠାଇଛନ୍ତି। ବିବାହ ପୁରୁଷ ଓ ମହିଳାଙ୍କ ପାଇଁ ଏ। ଏହିପରି ଭାବରେ ଏହାର ପ୍ରତ୍ୟେକ ବ୍ୟବସ୍ଥାକୁ ନୂତନ ରୂପରେ ବ୍ୟାଖ୍ୟା କରିବାକୁ ପଡିବ।

ସେ ରାଷ୍ଟ୍ରପତିଙ୍କୁ ଲେଖିଥିବା ପତ୍ରରେ ଲେଖିଛନ୍ତି, ’ବିବାହ ଏକ ସାମାଜିକ / ଆଇନଗତ ଅନୁଷ୍ଠାନ। ବର୍ତ୍ତମାନ ଏହା ନଷ୍ଟ କରା ଯାଇପାରିବ ନାହିଁ କିମ୍ବା ଏହାର ନୂତନ ରୂପ ମଧ୍ୟ ପ୍ରସ୍ତୁତ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?