‘ଡାକ୍ତରଙ୍କ ବିନା ପରାମର୍ଶରେ ଅକ୍ସିଜେନ୍‌ ନିଅନ୍ତୁ ନାହିଁ’

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟରୁ ଏପର୍ଯ୍ୟନ୍ତ କୋଭିଡ୍‌ ଯାଇନାହିଁ। କୋଭିଡ୍‌ ସଂକ୍ରମଣ ପରବର୍ତ୍ତୀ ଜଟିଳତା ଦେଖା ଦେଉଥିବାରୁ ସେଥିପ୍ରତି ସଚେତନ ରହିବାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନିଶ୍ଚେତକ ବିଭାଗ ମୁଖ୍ୟ ଡା. ନିବେଦିତା ପାଣି ପରାମର୍ଶ ଦେଇଛନ୍ତି।
ମଙ୍ଗଳବାର ସରକାରଙ୍କ ପକ୍ଷରୁ ଆୟୋଜିତ କୋଭିଡ୍‌ ସଚେତନତା ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମରେ ଡା. ପାଣି ଯୋଗଦେଇ କହିଥିଲେ, କୋଭିଡ୍‌ ସଂକ୍ରମଣ ପରେ ମଧୁମେହ, ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ରୋଗୀଙ୍କ ମଧ୍ୟରେ ଜଟିଳତା ବୃଦ୍ଧି ପାଇଛି। ବୟସ୍କ ରୋଗୀ ଏବଂ ଅନ୍ୟ ଜଟିଳତା ଥିବା ରୋଗୀ ଅଧିକ ପ୍ରଭାବିତ ହେଉଛନ୍ତି। କୋଭିଡ୍‌ ରୋଗୀ ଘରେ ମଧ୍ୟ ଅକ୍ସିଜେନ୍‌ ନେଇପାରିବେ। ଅକ୍ସିଜେନ୍‌ ଏକ ଔଷଧ। ଏହାକୁ କେମିତି, କେଉଁ ପରିମାଣ ଓ ମାନର ନେବେ ତାହା ଜାଣିବା ଉଚିତ୍‌। ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଅକ୍ସିଜେନ୍‌ ନେବା ଉଚିତ୍‌ ନୁହେଁ। ଅକ୍ସିଜେନ୍‌ ଯୋଗୁ ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଉପରେ କୁପ୍ରଭାବର ଆଶଙ୍କା ରହିଛି। ସାଇନୋସାଇଟିସ୍‌ ଓ ବାତ ଭଳି ରୋଗ ମଧ୍ୟ ବାହାରିପାରେ। ଠିକ୍‌ ଭାବେ ଓ ଠିକ୍‌ ପରିମାଣର ଅକ୍ସିଜେନ୍‌ ନ ଦେଲେ ଶିଶୁଙ୍କ ଦୃଷ୍ଟିଶକ୍ତି ଚାଲିଯିବା ଆଶଙ୍କା ମଧ୍ୟ ରହିଛି। ତେଣୁ ଶ୍ୱାସକ୍ରିୟାରେ ଅସୁବିଧା ହେଲେ ଖୋଲା ଜାଗାକୁ ଯାଇ ଲମ୍ବା ନିଃଶ୍ୱାସ-ପ୍ରଶ୍ୱାସ ନେବା ଉଚିତ୍‌ ବୋଲି ଡା. ପାଣି କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୨୮ଜଣ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ବର୍ଷରୁ କମ୍‌ ୧୩୬ ଜଣ ପିଲା ଅଛନ୍ତି। ମୋଟ ସଂକ୍ରମିତ ସଂଖ୍ୟା ୧୨,୮୩,୨୯୭ରେ ପହଞ୍ଚତ୍ଛି। ସେହିଭଳି ଦିନକରେ ୧୦ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୬ଜଣ ରହିଛନ୍ତି। ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯,୦୩୬କୁ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?