Posted inUncategorized

ନ ଆଣୁ ବିପଦ…

ଏବେ ବଜାରରେ ଯେଉଁ ପ୍ରକାର ରଙ୍ଗ ବିକ୍ରି ହେଉଛି, ତାହା କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ କି ନୁହେଁ ଏହା ସବୁଠାରୁ ବଡ଼ ପ୍ରଶ୍ନ । କାରଣ ରଙ୍ଗ ବେପାରୀମାନେ ବୁଝି ନଥା’ନ୍ତି ଯେ ଏହା ପିଲାଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଠିକ୍‌ ବା ଭୁଲ୍‌?

ଫଗୁଣର ମହକକୁ ସଜେଇ ଆସିଛି ଫଗୁ ଫଗୁଣର ହୋଲି । ତେବେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଅବିର ଆନନ୍ଦଠାରୁ ରଙ୍ଗ ପିଚିକାରି ଖେଳର ହୋଲି ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସତର୍କତା ରହିଛି। ପ୍ରାୟତଃ ପିଲାମାନେ ଏହି ଫଗୁଣର ଆନନ୍ଦରେ ହଜାଇବାକୁ ଚାହାନ୍ତି। ତେବେ ପିଲାମାନଙ୍କ ପାଇଁ ସତର୍କତାର ଅଭାବ ରହିଲେ ଏହା ସେମାନଙ୍କ ପାଇଁ ହୁଏତ କଷ୍ଟର କାରଣ ବି ହୋଇପାରେ। ପ୍ରାୟତଃ ଦେଖାଯାଇଥାଏ, ପିଲାମାନେ ହୋଲିରେ ବେଶ୍‌ ଖୁସି ମିଜାସ୍‌ ଭିତରେ ସମୟ କଟାଇବାକୁ ଚାହିଁଥା’ନ୍ତି। ଏହା ଭିତରେ ସେମାନେ ରଙ୍ଗର ତାତ୍ପର୍ଯ୍ୟ ଓ ବୈଜ୍ଞାନିକ କାରଣ, ଏହା ସହ ତଜ୍ଜନିତ କୁପ୍ରଭାବ ସମ୍ପର୍କରେ ଚିନ୍ତା କରିବାର ସୁଯୋଗ ସମ୍ଭବତଃ ପାଇନଥା’ନ୍ତି। ପିଲାମାନେ ସ୍ବାଭାବିକ ଭାବେ ଖେଳକୁଦ କରି ସମୟକୁ ବେଶ୍‌ ହସଖୁସି ସହ କଟାଇବାକୁ ଚାହୁଁଥିଲେ ବି ସାମାନ୍ୟ ସତର୍କତାର ଅଭାବ ରହିଲେ ଏହା ପିଲାମାନଙ୍କ ପାଇଁ କଷ୍ଟ ଓ ଯନ୍ତ୍ରଣାର ଅବସର ସୃଷ୍ଟି କରିଥାଏ।
ବର୍ତ୍ତମାନ ବଜାରରେ ଯେଉଁ ପ୍ରକାର ରଙ୍ଗ ବିକ୍ରି ହେଉଛି, ତାହା କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ କି ନୁହେଁ ଏହା ସବୁଠାରୁ ବଡ଼ ପ୍ରଶ୍ନ । କାରଣ ରଙ୍ଗ ବେପାରୀମାନେ ବୁଝି ନଥା’ନ୍ତି ଯେ ଏହା ପିଲାଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଠିକ୍‌ ବା ଭୁଲ୍‌? ଅଧିକାଂଶ କ୍ଷେତ୍ରରେ ଦେଖାଯାଇଥାଏ, ପିଲାମାନେ ସର୍ବପ୍ରଥମେ ଚର୍ମ ସମସ୍ୟାଠାରୁ ଆଖି ସମସ୍ୟା ଏପରିକି ଭେଷଜ ସମସ୍ୟାଠାରୁ ଶିଶୁରୋଗ ବିଭାଗର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି ।
ପ୍ରଥମତଃ ପିଲାମାନେ ଆନନ୍ଦ ସହକାରେ ହୋଲିରେ ନିଜକୁ ହସଖୁସିର ସହିତ ପରିବାର କେହିବି ହୁଅନ୍ତୁ ବା ସାଙ୍ଗସାଥୀ ଖୁସିରେ କଟାଇବାକୁ ଚାହାନ୍ତି। କିନ୍ତୁ ବର୍ତ୍ତମାନ କେତେକ କ୍ଷେତ୍ରରେ ରଙ୍ଗ ବ୍ୟବସାୟୀମାନେ କୁପ୍ରଭାବ ରହୁଥିବା ରଙ୍ଗ ସମ୍ମିଶ୍ରଣକୁ ମିଶାଉଥିବାରୁ ଏହା ପରବର୍ତ୍ତୀ ସମୟରେ ପିଲାଙ୍କ ପାଇଁ ଯନ୍ତ୍ରଣାର କାରଣ ହୋଇଥିଲେ ବି ସେମାନେ ବ୍ୟବସାୟିକ ଦୃଷ୍ଟିକୋଣରୁ ଚିନ୍ତା କରିନଥା’ନ୍ତି। ପିଲାମାନେ ସ୍ବାଭାବିକ ଭାବରେ ଖେଳ ଓ ଆନନ୍ଦପ୍ରିୟ ହୋଇଥିବାରୁ ସେମାନେ ପରବର୍ତ୍ତୀ ତଜ୍ଜନିତ ପାର୍ଶ୍ୱପ୍ରତିକ୍ରିୟାକୁ ଚିନ୍ତା କରିନଥା’ନ୍ତି, ଯାହାକି ସବୁଠାରୁ ବଡ଼ ସମସ୍ୟାର କାରଣ ହୋଇଥାଏ। ଅବିରର ରଙ୍ଗଗୁଣ୍ଡ କେତେକ କ୍ଷେତ୍ରରେ ଖରାପ ହୋଇପାରିନଥାଏ ସତ, କିନ୍ତୁ ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ରାସାୟନିକ ରଙ୍ଗଯୁକ୍ତ ଅବିର ହେଉ ବା ହୋଲି ପିଚିକାରିର ରଙ୍ଗ ନିଶ୍ଚିତ ଭାବେ ପିଲାମାନଙ୍କ ବିଶେଷକରି ଚର୍ମ କ୍ଷେତ୍ରରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ଦ୍ୱିତୀୟତଃ ପିଲାମାନେ ବେଳେବେଳେ ରଙ୍ଗ ବୋଳିବା ସମୟରେ ଚକ୍ଷୁକୁ ଗୁରୁତ୍ୱ ଦେଉ ନ ଥିବାରୁ ଏହା ଚକ୍ଷୁକୁ ହିଁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିପାରେ, ଯାହାକି ପରବର୍ତ୍ତୀ ସମୟରେ କୋମଳମତି ପିଲାଙ୍କ ପାଇଁ ଯନ୍ତ୍ରଣାର କାରଣ ହୋଇଥାଏ।
ବିଶେଷକରି ହୋଲି ସମୟରେ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଭାବରେ ତପତ୍ରତା ପ୍ରକାଶ କରିଥାଏ। ଏହାର ଯଥେଷ୍ଟ ପୂର୍ବରୁ ଗଣମାଧ୍ୟମରେ ପିଲାମାନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ବିଭିନ୍ନ ସଚେତନତାଧର୍ମୀ ବିଜ୍ଞାପନ ଓ ଲେଖା ପ୍ରକାଶ ପାଇଥାଏ। ସରକାର ହୋଲି ସମୟରେ ପିଲାମାନଙ୍କ ସ୍ବାସ୍ଥ୍ୟ ଖବରକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତା କରି ରାଜ୍ୟର ବଡ଼ ମେଡିକାଲ ହେଉ ବା ଶିଶୁଭବନ, ଜିଲ୍ଲା ହସ୍ପିଟାଲ ହେଉ ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସବୁଠାରେ ପିଲାଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ଚିକିତ୍ସା ବା ପରାମର୍ଶକୁ ଗୁରୁତ୍ୱ ଦେଇଥା’ନ୍ତି।

-ପ୍ରଫେସର ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ,
ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱର, ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri