ସୁଯୋଗ ହରାନ୍ତୁନି ସରକାର

ବିଚିତ୍ର ବିଶ୍ୱାଳ

ଅନେକ ଘାତ ପ୍ରତିଘାତ ପାର୍‌ ହୋଇ କୃଷକ ଆନ୍ଦୋଳନ ଦୀର୍ଘ ସତୁରି ଦିନରୁ ଊର୍ଦ୍ଧ୍ୱ କାଳ ଧରି ଜାରି ରହିଛି। ସାଧାରଣତନ୍ତ୍ର ଦିବସ ଦିନ କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସା ଓ ଲାଲକିଲ୍ଲାରେ ଧର୍ମୀୟ ପତାକା ଉଡ଼େଇବା ଆଦି ପ୍ରସଙ୍ଗକୁ ନେଇ ସରକାର କୃଷକ ଆନ୍ଦୋଳନକୁ ଦୋଷ ଦେଉଥିବା ବେଳେ କୃଷକମାନେ ମଧ୍ୟ ଏହା ପଛରେ ସରକାରୀ ଷଡ଼ଯନ୍ତ୍ର ଅଛି ବୋଲି ଅଭିଯୋଗ କରିଆସୁଛନ୍ତିି। ଇତିମଧ୍ୟରେ ସରକାରଙ୍କ ସହିତ କୃଷକ ଆନ୍ଦୋଳନର ପ୍ରତିନିଧିଙ୍କର ଦଶ ଥର ଆଲୋଚନା ସରିଯାଇଛି। ସଦ୍ୟ ପ୍ରଣୟନ ହୋଇଥିବା କୃଷି ଆଇନ ତିନୋଟିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ କୃଷକ ଆନ୍ଦୋଳନ ଦାବି କରୁଥିବା ବେଳେ ସରକାର ଆଇନ ପ୍ରତ୍ୟାହାର ପାଇଁ ରାଜିନାହାନ୍ତି। ସାଂପ୍ରତିକି ସ୍ଥିତିରେ ସରକାର ଅଠର ମାସ ପାଇଁ ଆଇନ ତିନୋଟିକୁ ସ୍ଥଗିତ କରିଛନ୍ତି। ସାଧାରଣତନ୍ତ୍ର ଦିବସରେ ଘଟିଯାଇଥିବା ଘଟଣା ପରେ ଯଦିଓ ପ୍ରଧାନମନ୍ତ୍ରୀ କୃଷକଙ୍କ ସହିତ ଆଲୋଚନା ମାତ୍ର ଗୋଟିଏ ଟେଲିଫୋନ୍‌ କଲ୍‌ ଦୂରତାରେ ଅଛି ବୋଲି କହିଛନ୍ତିି, କିନ୍ତୁ ଅନ୍ୟପକ୍ଷରେ ସରକାର କୃଷକ ଆନ୍ଦୋଳନ ସ୍ଥଳକୁ ବାହ୍ୟଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିବାକୁ ଚେଷ୍ଟା କରୁଛନ୍ତି। ଆନ୍ଦୋଳନ ସ୍ଥଳରେ ବିଜୁଳି, ପାଣି ଓ ନେଟ୍‌ୱର୍କ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିବାର ଦେଖିବାକୁ ମିଳୁଛି। ଏପରି କି ଆନ୍ଦୋଳନକାରୀଙ୍କ ଚତୁଃପାର୍ଶ୍ୱରେ ଦିଲ୍ଲୀ ପୋଲିସ୍‌ କଣ୍ଟା ବାଡ଼ ଦେଇଥିବାର ମଧ୍ୟ ଟିଭି ପରଦାରେ ଦେଖିବାକୁ ମିଳୁଛି। ସତେ ଯେମିତି ସେମାନେ ଆମ ଦେଶର କୃଷକ ନୁହନ୍ତି, ସେମାନେ ଜଘନ୍ୟ ଆତଙ୍କବାଦୀ!
ଏହା ସ୍ବୀକାର୍ଯ୍ୟ ଯେ, ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ କୃଷକମାନେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଥିଲେ। ଏହି ସମୟ ମଧ୍ୟରେ ସରକାର ଯଦି ଚାହଁିଥାନ୍ତେ ଓ ନିଜ ଜିଦ୍‌ରେ ଅଟଳ ରହି ନ ଥାନ୍ତେ, ତେବେ ଶାନ୍ତିିପୂର୍ଣ୍ଣ ଭାବେ କୃଷକଙ୍କ ଦାବିର ସମାଧାନ କରାଯାଇପାରିଥାନ୍ତା। କିନ୍ତୁୁ ସରକାରଙ୍କ କାରବାରରୁ ଜଣାଯାଉଥିଲା ଯେ, ସରକାର ଯେପରି ଆଲୋଚନା ନାମରେ ତାରିଖ ପରେ ତାରିଖ ଗଡ଼େଇ ଚାଲି କୃଷକଙ୍କ ଧୈର୍ଯ୍ୟର ପରୀକ୍ଷା ନେବାକୁ ଚାହଁୁଥିଲେ; ଯାହାକୁ କୃଷକମାନେ ସଫଳ ହେବାକୁ ଦେଇନାହାନ୍ତିି। ସରକାର ଯେତେ ଟାଳଟୁଳ ନୀତି ଆପଣେଇଲେ ମଧ୍ୟ ଓ ଆନ୍ଦୋଳନକାରୀଙ୍କ ଉପରେ ଯେତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ହେଁ କୃଷକମାନେ ଅପୂର୍ବ ସାହସ ଓ ନିଷ୍ଠା ଦେଖାଇ ଆନ୍ଦୋଳନ ଜାରି ରଖିଛନ୍ତିି। ଧୀରେ ଧୀରେ ଅନ୍ୟ ରାଜ୍ୟଗୁଡ଼ିକରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧୁଛି ଓ ହଜାର ହଜାର ସଂଖ୍ୟାରେ ଚାଷୀ ଆନ୍ଦୋଳନରେ ଯୋଗ ଦେଉଛନ୍ତିି।
ଗଣତନ୍ତ୍ରରେ ଗଣମାନଙ୍କର ମତକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ। କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଦେଖାଯାଉଛି ଯେ, ସରକାର ନିଜ ଜିଦ୍‌ରେ ଅଟଳ ରହି କୃଷକଙ୍କ ମତକୁ ଆଦୌ ବି ଗୁରୁତ୍ୱ ଦେଉନାହାନ୍ତିି। ଏଠାରେ ସୂଚନାଯୋଗ୍ୟ ଯେ, କୃଷି ଆଇନ ତିନୋଟି ଲାଗୁ କରିବା ସମୟରେ ସରକାର କାହାରି ବି ମତାମତ ଲୋଡ଼ି ନାହାନ୍ତିି। କୃଷକ ସଂଗଠନ, କୃଷି ବିଶାରଦ ଓ ଏପରି କି ଲୋକ ସଭାରେ ବି କୃଷି ଆଇନ ତିନୋଟିକୁ ନେଇ ବିଚାର ବିମର୍ଷ ହୋଇନାହଁି। ଏପରି ପରିସ୍ଥିତିରେ ଯଦି ଆଇନ ତିନୋଟିକୁ ବିରୋଧ କରାଯାଉଛି, ତେବେ ସରକାର ଏହାକୁ ସକାରାତ୍ମକ ଭାବେ ନେଇ କୃଷି ଆଇନ ତିନୋଟିକୁ ଉଚ୍ଛେଦ କରି ସାରା ଦେଶରେ ପୁନଃ ଆଇନ ତିନୋଟି ଉପରେ ବିଚାର ବିମର୍ଷ ପାଇଁ ଆଗେଇ ଆସିବା ଉଚିତ। ଏହାଦ୍ୱାରା ସରକାରଙ୍କୁ ଅପମାନ ହେବା ପରିବର୍ତ୍ତେ ଓଲଟି ମୋଦି ସରକାରଙ୍କର କୃଷକ ସପକ୍ଷବାଦୀ ଚରିତ୍ରର ପରିଚୟ ମିଳିବ। କହିବାକୁ ଗଲେ, ନିଜକୁ ଗଣତନ୍ତ୍ରବାଦୀ ଭାବେ ପ୍ରମାଣ କରିବାକୁ ବର୍ତ୍ତମାନ ମୋଦି ସରକାର ପାଖରେ ଗୋଟିଏ ସୁବର୍ଣ୍ଣ ସୁଯୋଗ ଆସିଛି। ଦୀର୍ଘଦିନ ଧରି ଚାଲୁଥିବା କୃଷକ ଆନ୍ଦୋଳନକୁ ସମ୍ମାନ ଦେଇ ସରକାର ଯଦି ସକାରାତ୍ମକ ମନ ନେଇ ଆଗେଇ ଆସି ଚାଷୀ ଯାହା ଚାହଁୁଛନ୍ତିି, ସେହିପରି ଯଦି ଆଇନ ପ୍ରଣୟନ କରିବାକୁ ପୁନଃ ଚେଷ୍ଟା କରନ୍ତେ, ତେବେ ଭାରତୀୟ ରାଜନୀତିରେ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରନ୍ତା। ଏହାଦ୍ୱାରା, ଦୀର୍ଘକାଳ ଧରି ଚାଷୀଙ୍କ ସହିତ ଯେପରି ଭାବେ ଐତିହାସିକ ଅନ୍ୟାୟ ହୋଇ ଆସୁଛି ତାହାର ପ୍ରାୟଶ୍ଚିତ୍ତ ହୋଇପାରନ୍ତା ଓ ତାହାର ଶ୍ରେୟ କେବଳ ମୋଦି ସରକାରଙ୍କ ପାଖକୁ ଯାଆନ୍ତା। କିନ୍ତୁ ମୋଦି ସରକାର ନିଜ ଜିଦ୍‌ରେ ଅଟଳ ରହି ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହଁୁଛନ୍ତିି। ଅନ୍ୟପକ୍ଷରେ ସରକାର ସାରା ଦେଶରେ ଆଇନ ସପକ୍ଷରେ ସଭାକରି ଚାଷୀ ଆନ୍ଦୋଳନକୁ ଭୁଲ୍‌ ବୋଲି ପ୍ରମାଣିତ କରିବାକୁ ଚାହଁୁଛନ୍ତି। ଏହାଦ୍ୱାରା ସରକାରଙ୍କୁ କ’ଣ ଲାଭ ମିଳୁଛି କେଜାଣି କିନ୍ତୁୁ ଏହା ଗଣତନ୍ତ୍ର ପ୍ରତି ଲୋକମାନଙ୍କର ଆସ୍ଥାକୁ ଦୁର୍ବଳ କରୁଛି।
ଏଠାରେ ପ୍ରଶ୍ନ ଉଠୁଛି, ଚାଷୀମାନେ ଯଦି ଏହି ଆଇନ ଚାହଁୁନାହାନ୍ତି, ତେବେ ସରକାର କାହା ସ୍ବାର୍ଥରେ ଏହି ଆଇନ ପାଇଁ ଜିଦ୍‌ ଧରିଛନ୍ତିି! ଏପରି କି ପ୍ରବଳ ବିରୋଧ ସତ୍ତ୍ୱେ ବି ସରକାର ଚାଷୀଙ୍କ କଥାକୁ କାନ ଦେଉନାହାନ୍ତିି କାହଁିକି? ସରକାର କହୁଛନ୍ତିି, ଏହି ଆଇନ ଦ୍ୱାରା ‘ସର୍ବନିମ୍ନ ସହାୟକ ରାଶି’ ପ୍ରଦାନ ଉଚ୍ଛେଦ ହେବ ନାହଁି। ମଣ୍ଡି ବ୍ୟବସ୍ଥା ବି ପୂର୍ବପରି ରହିବ। ଯଦି ସର୍ବନିମ୍ନ ସହାୟକ ରାଶି ପୂର୍ବବତ୍‌ ରହିବ ଓ ମଣ୍ଡି ବ୍ୟବସ୍ଥା ବି ବଳବତ୍ତର ରହିବ, ତେବେ ପୁଣି ଏହି ଆଇନର ଆବଶ୍ୟକତା କ’ଣ! ଏସବୁ ତ ପୂର୍ବରୁ ଅଛି। ସରକାର କହୁଛନ୍ତିି, ଏଗୁଡ଼ିକ ସହିତ ଖୋଲା ବଜାରରେ ବି ଚାଷୀମାନେ ତାଙ୍କ ଉପତ୍ାଦ ବିକ୍ରି କରିପାରିବେ। ଅର୍ଥାତ୍‌ କମ୍ପାନୀଗୁଡ଼ିକୁ ବି ଚାଷୀଙ୍କଠାରୁ ତାଙ୍କ ଉପତ୍ାଦ କିଣିବାକୁ ଅନୁମତି ମିଳିବ। ଏହା ବୁଝିବା କଷ୍ଟକର ନୁହେଁ ଯେ, କମ୍ପାନୀଗୁଡ଼ିକ ନିଶ୍ଚିତ ଭାବେ ନିଜର ଲାଭ ପାଇଁ ବେପାର କରିବେ, ଚାଷୀଙ୍କ ଲାଭ ପାଇଁ ନୁହେଁ। ଏଥିରୁ ବୁଝାପଡ଼ୁଛି ଯେ, କେବଳ କମ୍ପାନୀଗଡ଼ିକୁ କୃଷିଜାତ ଦ୍ରବ୍ୟର କିଣାବିକା କ୍ଷେତ୍ରକୁ ପ୍ରବେଶ କରାଇବା ପାଇଁ ସରକାରଙ୍କ କୃଷି ଆଇନ ନାଁରେ ଏତେ ଫନ୍ଦି ଫିକର।
ଜନ ଆନ୍ଦୋଳନ ଗଣତନ୍ତ୍ରର ଆତ୍ମାକୁ ମଜଭୁତ କରିଥାଏ। ଆମ ଗଣତନ୍ତ୍ରକୁ ମଜଭୁୁତ କରିବାର ଓ ସାରା ବିଶ୍ୱରେ ଆମ ଗଣତନ୍ତ୍ରର ଧ୍ୱଜା ଉଡ଼େଇବାର କୃଷକ ଆନ୍ଦୋଳନ ନାମରେ ଏକ ସୁଯୋଗ ଏବେ ମୋଦି ସରକାର ସାମ୍‌ନାରେ ଉଭା ହୋଇଛି। ଏହାକୁ ଏଡ଼ାଇ ନ ଯାଇ ଓ ନିଜ ଜିଦ୍‌ରେ ଅଟଳ ନ ରହି ସରକାର ଆନ୍ଦୋଳନର ଦାବିକୁ ବିଚାରକୁ ନେଇ ଲୋକମାନଙ୍କୁ ଗଣତନ୍ତ୍ରର ଅସଲ ଲାଭ ଦେବା ଉଚିତ। ଏହା ସରକାର ଓ ଆମ ଗଣତନ୍ତ୍ର ଉଭୟ ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହେବ। ଆଇନ ତିନୋଟି ପାଇଁ ସରକାର ଅଯଥାରେ ଜିଦି ନ କରି କୃଷକଙ୍କ ଦାବିକୁ ଶୁଣିଲେ ଆମ ଗଣତନ୍ତ୍ର ଆହୁରି ପରିପକ୍ୱ ହୁଅନ୍ତା। ଅନ୍ନଦାତା ଓ ଭୋଟ୍‌ଦାତା କୃଷକମାନଙ୍କ ସ୍ବାର୍ଥରକ୍ଷା ପାଇଁ ସେମାନଙ୍କ ଦାବି ମୁତାବକ ମୋଦି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାକୁ ଦୁର୍ବଳ ନ କରି ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପ୍ରଯତ୍ନ କରିବା ଉଚିତ ଓ ଏଥିପାଇଁ ଦୃଢ଼ ଆଇନ ଆଣିବା ଉଚିତ। ଲୋକମାନଙ୍କର ପ୍ରତିନିଧି ଭାବେ ଏମ୍‌ପିମାନେ ଲୋକ ସଭାରେ ଆଇନ ପାସ୍‌ କରେଇଥାନ୍ତିି। ସେହି ଲୋକମାନଙ୍କ ଦାବି ମୁତାବକ ଆଇନ ଉଚ୍ଛେଦ ହେବା କିଛି ଅପମାନର ବିଷୟ ନୁହେଁ। ଓଲଟି ଏହା ଲୋକମାନଙ୍କ ପାଇଁ ସମ୍ମାନର ବିଷୟ ହେବ; ଯାହା ଲୋକ ପ୍ରତିନିଧିମାନଙ୍କର ଦାୟିତ୍ୱ ହେବା ଉଚିତ। ଏହାଦ୍ୱାରା ସରକାରଙ୍କର ସମ୍ମାନ ତଳେ ପଡ଼ିଯିବ ନାହଁି। ବରଂ ସରକାରରେ ଜନଭାଗୀଦାରିତା ବଢ଼ିବ ଓ ଏହା ସରକାରଙ୍କ ଜନବାଦୀ ଚରିତ୍ରକୁ ଉଜ୍ଜୀବିତ କରିବ। ଏହା ଅନ୍ତତଃ ପକ୍ଷେ ଦୁର୍ବଳ ହୋଇ ଆସୁଥିବା ଆମ ଗଣତନ୍ତ୍ର ପାଇଁ ମହୌଷଧି ସଦୃଶ ହେବ। ସଂପ୍ରତି ମୋଦି ସରକାର ଏହାର ଗୁରୁତ୍ୱକୁ ବୁଝିବା ଆଶା କରାଯାଏ। ଦୀର୍ଘଦିନ ହେବ ଆଲୋଚନା ନାଁରେ ତାରିଖ ପରେ ତାରିଖ ଗଡ଼ା ନୀତିରେ ସରକାର ପୂର୍ଣ୍ଣଚ୍ଛେଦ ପକେଇ ଅନ୍ନଦାତା ତଥା ଭୋଟଦାତା ତଥା ମାଲିକମାନଙ୍କ କଥାକୁ ମାନିନେବା ସବୁଠୁ ବଡ଼ ଓ କୃଷକମାନଙ୍କ ପାଇଁ ଐତିହାସିକ ପଦକ୍ଷେପ ହେବ। ଏହାଦ୍ୱାରା ବାସ୍ତବ ଅର୍ଥରେ ଗଣତନ୍ତ୍ର ମଜଭୁତ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri