ଏଇ ଭାରତରେ

ଅନ୍ଧବିଶ୍ୱାସ ଦୂର ଲାଗି ମଧ୍ୟପ୍ରଦେଶର ଗଙ୍ଗା ରାଜପୁତଙ୍କ ପ୍ରଚେଷ୍ଟା ଉଦାହରଣ ସୃଷ୍ଟି କରିଛି। ଗଙ୍ଗା ରୁହନ୍ତି ବୁନ୍ଦେଲଖଣ୍ଡର ଚୌଧୁରୀ ଖେର ଗାଁରେ। ୧୨ ବର୍ଷ ପୂର୍ବେ ସେ ଏହି ଗାଁକୁ ବୋହୂ ହୋଇ ଆସିଥିଲେ। ସେ ଗାଁ ମହିଳାମାନଙ୍କୁ ଏକାଠି କରି ଅନ୍ଧବିଶ୍ୱାସ ସହ ଜଡିତ ହଜାର ବର୍ଷର ପୁରୁଣା ବାବା ହ୍ରଦର ପୁନରୁଦ୍ଧାର କରିପାରିଛନ୍ତି। ୧୨ ଏକର ପରିମିତ ଏହି ହ୍ରଦ ଗାଁର ଏକମାତ୍ର ଜଳ ଉତ୍ସ। ହ୍ରଦର ପଥର ପାଚେରି ଭାଙ୍ଗିଯାଇ ବର୍ଷାପାଣି ନିକଟସ୍ଥ ବାକିରି ନଦୀକୁ ବୋହିଯାଉଥିତ୍ତ୍ବାରୁ ପ୍ରାୟ ୩୫ ବର୍ଷ ହେବ ଏହା ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିଲା। ଏହାର ପାଚେରି ନିର୍ମାଣ କରିବାକୁ ଯିଏ ଉଦ୍ୟମ କରନ୍ତି ତାଙ୍କ ପରିବାରର କ୍ଷତି ହୁଏ ବୋଲି ସେଠାରେ ଅନ୍ଧବିଶ୍ୱାସ ରହିଥିଲା। ଏଣୁ ଏହାକୁ କେହି ହେଲେ ନିର୍ମାଣ କରୁ ନ ଥିଲେ। ଏପରି କି ଥରେ ଜଣେ ସରପଞ୍ଚ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରି ତାଙ୍କ ପିଲାକୁୁ ହରାଇଥିଲେ ବୋଲି କୁହାଯାଉଥିଲା। ସ୍ଥାନୀୟ ଦେବତା ଗୌରବାବାଙ୍କ କୋପରୁ ଏହା ହେଉଥିବାର ଗ୍ରାମବାସୀଙ୍କ ଧାରଣା ରହିଥିଲା। ତେବେ ଗଙ୍ଗାଙ୍କ ନେତୃତ୍ୱରେ ଗାଁର ମହିଳାମାନେ ଏକାଠି ହୋଇ ଅନ୍ଧବିଶ୍ୱାସ ଦୂର କରିବା ସହ ୮ମାସ ମଧ୍ୟରେ ହ୍ରଦର ପୁନରୁଦ୍ଧାର କରିଛନ୍ତି। ଏବେ ଏହା ୨୦୦୦ ଲୋକଙ୍କ ଜଳ ସମସ୍ୟା ଦୂର କରିପାରିଛି। ଭୂତଳ ଜଳସ୍ତର ବଢ଼ିବା ଯୋଗୁ ଲୋକମାନେ ନଳକୂପ ଖୋଳୁଛନ୍ତି। ଚାଷ ପାଇଁ ପର୍ଯ୍ୟାପ୍ତ ପାଣି ମିଳୁଛି। ସେହି ହ୍ରଦରେ ମହିଳାମାନେ ମାଛ ଚାଷ ଆରମ୍ଭ କରିଛନ୍ତି। ସେମାନଙ୍କୁ ପରମାର୍ଥ ସମାଜ ସେବୀ ସଂସ୍ଥା ନାମକ ଏନ୍‌ଜିଓ ସହଯୋଗ କରୁଛି ବୋଲି କହନ୍ତି ୩୦ ବର୍ଷୀୟା ଗଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri