ଇରାକ ସଂସଦକୁ ଘେରିଲେ ପ୍ରଦର୍ଶନକାରୀ

ବାଗଦାଦ,୨୮ ।୭: କିଛିଦିନ ପୂର୍ବେ ପଡୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ରାଜାନୈତିକ ଅସ୍ଥିରତା କାରଣରୁ ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ ସଡ଼କ ଉପରକୁ ଚାଲି ଆସିଥିଲେ । ପରେ ଏମାନେ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ଯାଇଥିଲେ । ଏବେ ଏମିତି କିଛି ଘଟଣା ଇରାକରେ ଦେଖିବାକୁ ମିଳିଛି । ସେଠାରେ ଭ୍ରଷ୍ଟାଚାର ଓ କୁଶାସନରେ ଅତିଷ୍ଠ ହୋଇ ପଡିଥିବା ଜନତା ସଂସଦ ଭବନକୁ ନିଜ କବଜାକୁ ନେଇ ଯାଇଛନ୍ତି ।
ସ୍ଥାନୀୟ ସମାଚାର ଏଜେନ୍ସି ଶଫାକର ସୂଚନା ଅନୁଯାୟୀ, ପ୍ରଦର୍ଶନକାରୀ ଇରାକର ରାଜଧାନୀ ବାଗଦାଦରେ ଥିବା ସଂସଦ ଭବନରେ ଭଙ୍ଗାରୁଜା କରିଛନ୍ତି । ଭ୍ରଷ୍ଟାଚାର ଓ କୁଶାସନକୁ ବିରୋଧ କରି ପ୍ରଦର୍ଶନକାରୀ ବାଗଦାଦୀ ନାଗରିକ ସଂସଦ ଭବନ ଭିତରେ ପ୍ରବେଶ କରିଛନ୍ତି । କିଛି ସମୟ ପରେ ଅବଶ୍ୟ ସେମାନେ ସେଠାରୁ ପଳାଇ ଆସିଥିବା ଦେଖାଯାଇଛି ।
ସ୍ଥାନୀୟ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ବାଗଦାଦ ସଂସଦରେ ଭଙ୍ଗାରୁଜା କରିଥିବା ପ୍ରଦର୍ଶନକାରୀ ଜଣେ ପ୍ରଭାବଶାଳୀ ମୌଲବି ମୁଫଦା ଅଲ–ସଦରଙ୍କ ସମର୍ଥନରେ କରିଥିବା କୁହାଯାଉଛି । ଖବର ଅନୁଯାୟୀ, ପ୍ରଦର୍ଶନକାରୀ ବିରୋଧ ସମୟରେ ହାତରେ ଶିୟା ନେତା ଅଲ-ସଦରଙ୍କ ଫଟୋ ଧରିଥିବା ଦେଖାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ସୁନକ

ଲଣ୍ଡନ,୨୦ ।୧: କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସୁନକ ଗୁରୁବାର ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଏକ ସ୍ଥାନରେ ଗାଡି ଚଲାଉଥିବା ସମୟରେ ସୋସିଆଲ...

ପବନରେ ଝୁଲୁଛି ଏହି ମନ୍ଦିର

ଚାଇନାରେ ଦୀର୍ଘ ୧୫ଶହ ବର୍ଷ ହେବ ଏକ ମନ୍ଦିର ପବନରେ ଝୁଲୁଥିବା କୁହାଯାଏ। ଚାଇନାର ଏହା ଏକମାତ୍ର ମନ୍ଦିର ଯାହା ଦୀର୍ଘ ବର୍ଷ ହେଲା ପବନରେ...

ଶାରୀରିକ ସମ୍ପର୍କ ସମୟରେ ଅଢ଼େଇ ମିଟର ଦୂରତା ବଜାୟ ରଖିବା ପାଇଁ ଅନୁରୋଧ !

ନ୍ୟୁ ସାଉଥ୍‌ ଓ୍ବେଲସ୍‌,୧୩।୧: କରୋନା ମହାମାରୀ ବିରୋଧରେ ପୃଥିବୀର ପ୍ରତି ଦେଶରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।...

ବେଜିଂରୁ ହଟାଯିବ ମୁସଲମାନଙ୍କ ସମସ୍ତ ପ୍ରତୀକ

ବେଜିଂ,୧।୮: ଚାଇନାର ରାଜଧାନୀ ବେଜିଂରୁ ଏଣିକି ମୁସଲମାନଙ୍କ ସମସ୍ତ ପ୍ରତୀକକୁ ହଟାଯିବ ବୋଲି ଚାଇନା ସରକାର ନିର୍ଦ୍ଦେଶ ଦେଇଛନ୍ତି। ହଲାଲ ରେସ୍ତୋରାଁଠାରୁ ଆରମ୍ଭ କରି ଫୁଡ...

ଆମେରିକା ସ୍କୁଲର କଳା ଇତିହାସ, ୨୩ ବର୍ଷରେ ୯ ଗୁଳିକାଣ୍ଡରେ ୧୫୧ ଜଣଙ୍କ ମୃତ୍ୟୁ…

ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସର ରୋବ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୧...

ଜୀବନ ଆଶାରେ ମରଣ ମୁହଁରେ:ଆମେରିକା- ମେକ୍ସିକୋ ସୀମା ରିଓ ଗ୍ରାଣ୍ଡେ ନଦୀରେ ଭାସିଗଲେ ଶରଣାର୍ଥୀ ଓ ୨୩ ମାସର ଝିଅ

ସିଉଡାଡ୍‌ ଭିକ୍ଟୋରିଆ/ଓ୍ବାଶିଂଟନ,୨୮।୬:ମେକ୍ସିକୋ ସୀମାରେ ଆମେରିକୀୟ ସେନା ମୁତୟନ ଓ ଶରଣାର୍ଥୀଙ୍କ ପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଡ଼ା ଆଭିମୁଖ୍ୟକୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ବିରାଟ...

ଟାଇମ ମାଗାଜିନ୍‌ରେ ଶିଞ୍ଜୋ ଆବେ

ଓ୍ବାଶିଂଟନ୍‌/ଟୋକିଓ, ୧୧ା୭: ଜାପାନର ପରଲୋକଗତ ଲୋକପ୍ରିୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଜଣାଶୁଣା ପତ୍ରିକା ‘ଟାଇମ୍‌’ ଶ୍ରଦ୍ଧାଞ୍ଜଳି ଦେଇଛି। ଟାଇମ୍‌ର ପ୍ରଚ୍ଛଦପଟରେ ଆବେଙ୍କ...

ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବିକଲା ଚାଇନା

ବେଜିଂ,୧୬ା୨: ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ ଏବଂ ତାଙ୍କର ଇରାନ ପ୍ରତିପକ୍ଷ ଇବ୍ରାହିମ ରାଇସି ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ,...

Advertisement
Archives

Model This Week