ଦୁଃଖ ଦୂରକରୁନି ପିବିଡିଏ

ପାଲଲହଡ଼ା,୧୯।୫(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଥିବା ଆଦିମ ଜନଜାତିଙ୍କ କଲ୍ୟାଣ ଉପରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଦୀର୍ଘ ୩୭ ବର୍ଷ ତଳୁ ପାଉଡି ଭୂୟାଁ ଉନ୍ନୟନ କର୍ତ୍ତୃପକ୍ଷ (ପିବିଡିଏ) ଗଠନ କରାଯାଇ ଏହି ଜନଜାତି ଲୋକଙ୍କ ଜୀବନ ଜୀବିକା, ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଆଦିରେ ସୁଧାର ଆଣିବା ଦିଗରେ କାର୍ଯ୍ୟ କରାଯାଉଛି। ହେଲେ ଏବେ ବି ଉପଖଣ୍ଡର ଅନେକ ଅଞ୍ଚଳରେ ଥିବା ଜନଜାତିର ଲୋକଙ୍କ ନିକଟରେ ସରକାରଙ୍କ କଲ୍ୟାଣମୂଳକ ଯୋଜନା ପହଞ୍ଚିପାରି ନାହିଁ। ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ନଗିରା ପଞ୍ଚାୟତର କାଦମ୍ବିନୀପୁର, କୁଳୁଡ଼ିହ ଆଦି ଗ୍ରାମ ଏହାର ଉଦାହରଣ। ଏହି ଦୁଇ ଗଁାକୁ ଯାତାୟାତ ପାଇଁ ନା ଭଲ ରାସ୍ତାଟିଏ ଅଛି ନା ହୋଇଛି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା। ଫଳରେ ଏଠାକାର ୮୦ ପରିବାର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାବେଳେ ଦୁଃଖ ଦୂରକରିପାରୁନି ପାଉଡ଼ି ଭୂୟଁା ଉନ୍ନୟନ କର୍ତ୍ତୃପକ୍ଷ।
ପାଲଲହଡ଼ା ଉପଖଣ୍ଡ ସଦରମହକୁମାଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ରହିଛି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ନଗିରା ପଞ୍ଚାୟତ। ଏହାର କେତୋଟି ଗଁା ମଧ୍ୟରୁ କାଦମ୍ବିନୀପୁର ଓ କୁଳୁଡ଼ିହ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ସବୁଦିନିଆ ରାସ୍ତା ଏଠି ସ୍ବପ୍ନ ପାଲଟିଥିବାବେଳେ ସ୍ବାସ୍ଥ୍ୟସେବା ପାଇଁ ୨୭ କିଲୋମିଟର ଦୂର ଜମରଡ଼ିହ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନଚେତ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ହିଁ ଭରସା। ଶିକ୍ଷା ବ୍ୟବସ୍ଥା ମଧ୍ୟ ଧର୍ମକୁ ଆଖିଠାର ପରି। ନିଜ ଇଚ୍ଛା ହେଲେ ଶିକ୍ଷକ ସ୍କୁଲକୁ ଆସନ୍ତି। ଏହି କାରଣରୁ ଅଧିକାଂଶ ଦିନ ଏଠାକାର ବିଦ୍ୟାଳୟଗୁଡିକ ବନ୍ଦ ରହିଥାଏ। ଖରା ଦିନେ ଜଳ କଷ୍ଟ ଅଞ୍ଚଳବାସୀଙ୍କ ବଡ଼ ସମସ୍ୟା ପାଲଟିଛି। ବିଶୁଦ୍ଧ ପିଇବା ପାଣି ପାଇଁ ଥିବା ସରକାରୀ ନଳକୂଅ ଅଚଳ ଅବସ୍ଥାରେ ଥିବାରୁ ୩ କିଲୋମିଟର ଦୂର ଝରଣାରେ ଚୁଆ ଖୋଳି ପାଣି ଆଣିବାକୁ ପଡ଼ୁଛି। ପଞ୍ଚାୟତ କାର୍ଯ୍ୟାଳୟ ୮ କିଲୋମିଟର ଦୂର ହୋଇଥିବା ବେଳେ ରାସ୍ତା ସମସ୍ୟା ଯୋଗୁ ଭତ୍ତା ଏବଂ ରାଶନ ଆଣିବା କଷ୍ଟସାଧ୍ୟ ହୋଇପଡିଛି। ଅଙ୍ଗନଓ୍ବାଡି ପୁରୁଣା ଗୃହ ଭାଙ୍ଗି ଯାଇଥିବାବେଳେ କାର୍ଯ୍ୟାଦେଶ ଥାଇ ବି ନୂତନ ନିର୍ମାଣ ଆରମ୍ଭ ହେଇପାରିନି। ସବୁଠାରୁ ବଡ଼ କଥା ହେଲା ଏହି ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ୧୯୮୫ ମସିହାରୁ ରାଜ୍ୟ ସରକାର ପାଉଡି ଭୂୟାଁ ଉନ୍ନୟନ କର୍ତ୍ତୃପକ୍ଷ (ପିବିଡିଏ) ମାଧ୍ୟମରେ ବହୁ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏଠାକାର ଆଦିମ ଜନଜାତିଙ୍କ ଜୀବନ ଜୀବିକାରେ ସେପରି ଉଲ୍ଲେଖନୀୟ ପରିବର୍ତ୍ତନ ହୋଇ ନ ଥିବାରୁ ଉକ୍ତ ଅର୍ଥ କେତେଜଣ ସରକାରୀ ବାବୁ, ଠିକାଦାର ଏବଂ ଅଞ୍ଚଳର କିଛି ନେତାଙ୍କ ବ୍ୟକ୍ତିଗତ ବିକାଶରେ ଲାଗିଥିବା ଆଲୋଚନା ହେଉଛି।

ଚୁଆ ପାଣି ଏକମାତ୍ର ଭରସା
ଗାଁରେ ଗୋଟିଏ ନଳକୂଅ ରହିଥିଲେ ହେଁ ତାହା ଅଚଳ ହୋଇପଡ଼ିଛି। ସେଥିପାଇଁ ଗାଁଠାରୁ ୩ କିଲୋମିଟର ଦୂର ଜଙ୍ଗଲ ମଧ୍ୟରେ ଥିବା ଚୁଆରୁ ଦୈନିକ ପାଣି ଆଣିବାକୁ ପଡ଼ୁଛି। ଏହା ନ ହେଲେ ରୋଷେଇ ଏବଂ ପିଇବା ପାଇଁ ପାଣି ଟୋପେ ପାଇବୁ ନାହିଁ।
-ଗ୍ରାମବାସୀ

ଗାଁକୁ ଆମ୍ବୁଲାନ୍ସ ଆସିପାରୁନି
ଗାଁକୁ ଭଲ ରାସ୍ତା ନ ଥିବାରୁ ବହୁ ଅସୁବିଧାରେ ପଡୁଛୁ। ଗୁରୁତର ଅସୁସ୍ଥଙ୍କୁ ନେବାକୁ ଆମ୍ବୁଲାନ୍ସ ଆସିପାରୁନି କି ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚିି ପାରୁନୁ। ଗାଁଠାରୁ ୪୫ କିଲୋମିଟର ଦୂର ପାଲଲହଡ଼ା ଉପଖଣ୍ଡକୁ ଚାଲି ଚାଲି କିମ୍ବା ସାଇକେଲରେ ଯାଉଛୁ।
-ଗ୍ରାମବାସୀ

ବ୍ଲକ ପ୍ରଶାସନ ପ୍ରୟାସ କରୁଛି
ସରକାରଙ୍କ ସମସ୍ତ ଯୋଜନା କିଭଳି ଏମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରିରହିଛି। ଗାଁରେ ଥିବା ଜଳଉତ୍ସଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଦିନ ପୂର୍ବରୁ ରାସ୍ତା ମରାମତି ବ୍ୟବସ୍ଥା ହେଉଛି।
-ଦିଲୀପ କୁମାର ବାରା, ବିଡିଓ, ପାଲଲହଡା

ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ
ପିଇବା ପାଣି ପାଇଁ ପିବିଡିଏ ପକ୍ଷରୁ ସୋଲାର ଚାଳିତ ପମ୍ପ ବ୍ୟବସ୍ଥା ହୋଇଛି। ଉକ୍ତ ଅଞ୍ଚଳ କେନ୍ଦୁଝର ଜିଲା ସୀମାନ୍ତ ଓ ଏହି ଗ୍ରାମର କିଛି ଅଂଶ କେନ୍ଦୁଝର ଜିଲାରେ ପଡୁଥିବାରୁ ସେଥିପାଇଁ କିଛି ସ୍ଥାୟୀ ନିର୍ମାଣ କରାଯାଇପାରୁନି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ।
– ଅଚ୍ୟୁତାନନ୍ଦ ସିଂ, ସ୍ବତନ୍ତ୍ର ଅଧିକାରୀ, ପିବିଡିଏ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri