ଦୁଃଖ ଦୂରକରୁନି ପିବିଡିଏ

ପାଲଲହଡ଼ା,୧୯।୫(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଥିବା ଆଦିମ ଜନଜାତିଙ୍କ କଲ୍ୟାଣ ଉପରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଦୀର୍ଘ ୩୭ ବର୍ଷ ତଳୁ ପାଉଡି ଭୂୟାଁ ଉନ୍ନୟନ କର୍ତ୍ତୃପକ୍ଷ (ପିବିଡିଏ) ଗଠନ କରାଯାଇ ଏହି ଜନଜାତି ଲୋକଙ୍କ ଜୀବନ ଜୀବିକା, ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଆଦିରେ ସୁଧାର ଆଣିବା ଦିଗରେ କାର୍ଯ୍ୟ କରାଯାଉଛି। ହେଲେ ଏବେ ବି ଉପଖଣ୍ଡର ଅନେକ ଅଞ୍ଚଳରେ ଥିବା ଜନଜାତିର ଲୋକଙ୍କ ନିକଟରେ ସରକାରଙ୍କ କଲ୍ୟାଣମୂଳକ ଯୋଜନା ପହଞ୍ଚିପାରି ନାହିଁ। ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ନଗିରା ପଞ୍ଚାୟତର କାଦମ୍ବିନୀପୁର, କୁଳୁଡ଼ିହ ଆଦି ଗ୍ରାମ ଏହାର ଉଦାହରଣ। ଏହି ଦୁଇ ଗଁାକୁ ଯାତାୟାତ ପାଇଁ ନା ଭଲ ରାସ୍ତାଟିଏ ଅଛି ନା ହୋଇଛି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା। ଫଳରେ ଏଠାକାର ୮୦ ପରିବାର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାବେଳେ ଦୁଃଖ ଦୂରକରିପାରୁନି ପାଉଡ଼ି ଭୂୟଁା ଉନ୍ନୟନ କର୍ତ୍ତୃପକ୍ଷ।
ପାଲଲହଡ଼ା ଉପଖଣ୍ଡ ସଦରମହକୁମାଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ରହିଛି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ନଗିରା ପଞ୍ଚାୟତ। ଏହାର କେତୋଟି ଗଁା ମଧ୍ୟରୁ କାଦମ୍ବିନୀପୁର ଓ କୁଳୁଡ଼ିହ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ସବୁଦିନିଆ ରାସ୍ତା ଏଠି ସ୍ବପ୍ନ ପାଲଟିଥିବାବେଳେ ସ୍ବାସ୍ଥ୍ୟସେବା ପାଇଁ ୨୭ କିଲୋମିଟର ଦୂର ଜମରଡ଼ିହ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନଚେତ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ହିଁ ଭରସା। ଶିକ୍ଷା ବ୍ୟବସ୍ଥା ମଧ୍ୟ ଧର୍ମକୁ ଆଖିଠାର ପରି। ନିଜ ଇଚ୍ଛା ହେଲେ ଶିକ୍ଷକ ସ୍କୁଲକୁ ଆସନ୍ତି। ଏହି କାରଣରୁ ଅଧିକାଂଶ ଦିନ ଏଠାକାର ବିଦ୍ୟାଳୟଗୁଡିକ ବନ୍ଦ ରହିଥାଏ। ଖରା ଦିନେ ଜଳ କଷ୍ଟ ଅଞ୍ଚଳବାସୀଙ୍କ ବଡ଼ ସମସ୍ୟା ପାଲଟିଛି। ବିଶୁଦ୍ଧ ପିଇବା ପାଣି ପାଇଁ ଥିବା ସରକାରୀ ନଳକୂଅ ଅଚଳ ଅବସ୍ଥାରେ ଥିବାରୁ ୩ କିଲୋମିଟର ଦୂର ଝରଣାରେ ଚୁଆ ଖୋଳି ପାଣି ଆଣିବାକୁ ପଡ଼ୁଛି। ପଞ୍ଚାୟତ କାର୍ଯ୍ୟାଳୟ ୮ କିଲୋମିଟର ଦୂର ହୋଇଥିବା ବେଳେ ରାସ୍ତା ସମସ୍ୟା ଯୋଗୁ ଭତ୍ତା ଏବଂ ରାଶନ ଆଣିବା କଷ୍ଟସାଧ୍ୟ ହୋଇପଡିଛି। ଅଙ୍ଗନଓ୍ବାଡି ପୁରୁଣା ଗୃହ ଭାଙ୍ଗି ଯାଇଥିବାବେଳେ କାର୍ଯ୍ୟାଦେଶ ଥାଇ ବି ନୂତନ ନିର୍ମାଣ ଆରମ୍ଭ ହେଇପାରିନି। ସବୁଠାରୁ ବଡ଼ କଥା ହେଲା ଏହି ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ୧୯୮୫ ମସିହାରୁ ରାଜ୍ୟ ସରକାର ପାଉଡି ଭୂୟାଁ ଉନ୍ନୟନ କର୍ତ୍ତୃପକ୍ଷ (ପିବିଡିଏ) ମାଧ୍ୟମରେ ବହୁ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏଠାକାର ଆଦିମ ଜନଜାତିଙ୍କ ଜୀବନ ଜୀବିକାରେ ସେପରି ଉଲ୍ଲେଖନୀୟ ପରିବର୍ତ୍ତନ ହୋଇ ନ ଥିବାରୁ ଉକ୍ତ ଅର୍ଥ କେତେଜଣ ସରକାରୀ ବାବୁ, ଠିକାଦାର ଏବଂ ଅଞ୍ଚଳର କିଛି ନେତାଙ୍କ ବ୍ୟକ୍ତିଗତ ବିକାଶରେ ଲାଗିଥିବା ଆଲୋଚନା ହେଉଛି।

ଚୁଆ ପାଣି ଏକମାତ୍ର ଭରସା
ଗାଁରେ ଗୋଟିଏ ନଳକୂଅ ରହିଥିଲେ ହେଁ ତାହା ଅଚଳ ହୋଇପଡ଼ିଛି। ସେଥିପାଇଁ ଗାଁଠାରୁ ୩ କିଲୋମିଟର ଦୂର ଜଙ୍ଗଲ ମଧ୍ୟରେ ଥିବା ଚୁଆରୁ ଦୈନିକ ପାଣି ଆଣିବାକୁ ପଡ଼ୁଛି। ଏହା ନ ହେଲେ ରୋଷେଇ ଏବଂ ପିଇବା ପାଇଁ ପାଣି ଟୋପେ ପାଇବୁ ନାହିଁ।
-ଗ୍ରାମବାସୀ

ଗାଁକୁ ଆମ୍ବୁଲାନ୍ସ ଆସିପାରୁନି
ଗାଁକୁ ଭଲ ରାସ୍ତା ନ ଥିବାରୁ ବହୁ ଅସୁବିଧାରେ ପଡୁଛୁ। ଗୁରୁତର ଅସୁସ୍ଥଙ୍କୁ ନେବାକୁ ଆମ୍ବୁଲାନ୍ସ ଆସିପାରୁନି କି ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚିି ପାରୁନୁ। ଗାଁଠାରୁ ୪୫ କିଲୋମିଟର ଦୂର ପାଲଲହଡ଼ା ଉପଖଣ୍ଡକୁ ଚାଲି ଚାଲି କିମ୍ବା ସାଇକେଲରେ ଯାଉଛୁ।
-ଗ୍ରାମବାସୀ

ବ୍ଲକ ପ୍ରଶାସନ ପ୍ରୟାସ କରୁଛି
ସରକାରଙ୍କ ସମସ୍ତ ଯୋଜନା କିଭଳି ଏମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରିରହିଛି। ଗାଁରେ ଥିବା ଜଳଉତ୍ସଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଦିନ ପୂର୍ବରୁ ରାସ୍ତା ମରାମତି ବ୍ୟବସ୍ଥା ହେଉଛି।
-ଦିଲୀପ କୁମାର ବାରା, ବିଡିଓ, ପାଲଲହଡା

ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ
ପିଇବା ପାଣି ପାଇଁ ପିବିଡିଏ ପକ୍ଷରୁ ସୋଲାର ଚାଳିତ ପମ୍ପ ବ୍ୟବସ୍ଥା ହୋଇଛି। ଉକ୍ତ ଅଞ୍ଚଳ କେନ୍ଦୁଝର ଜିଲା ସୀମାନ୍ତ ଓ ଏହି ଗ୍ରାମର କିଛି ଅଂଶ କେନ୍ଦୁଝର ଜିଲାରେ ପଡୁଥିବାରୁ ସେଥିପାଇଁ କିଛି ସ୍ଥାୟୀ ନିର୍ମାଣ କରାଯାଇପାରୁନି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ।
– ଅଚ୍ୟୁତାନନ୍ଦ ସିଂ, ସ୍ବତନ୍ତ୍ର ଅଧିକାରୀ, ପିବିଡିଏ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri