କଠୋର ହେବାକୁ ବାଧ୍ୟ କରନାହିଁ

ନୂଆଦିଲ୍ଲୀ,୮ା୫: ଅଦାଲତ ଅର୍ଡର ସତ୍ତ୍ୱେ କେନ୍ଦ୍ର ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇ ଦେଉନାହିଁ ବୋଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି। ଆମକୁ କଠୋର ହେବାକୁ ବାଧ୍ୟ କରନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।
କର୍ତ୍ତୃପକ୍ଷ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ମେଡିକାଲ ଅକ୍ସିଜେନ ଯୋଗାଇ ନ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ। ଆମ ନିର୍ଦ୍ଦେଶ ଅନୁସାରେ ପ୍ରତିଦିନ ଏହି ପରିମାଣର ଅକ୍ସିଜେନ ଯୋଗାଇବାକୁ ତୁମ ଅଫିସରମାନଙ୍କୁ ଜଣାଇଦିଅ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ (ଏସ୍‌ଜି) ତୁଷାର ମେହେଟ୍ଟାଙ୍କୁ କହିଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍‌ଜିଙ୍କୁ ଆହୁରି କହିଥିଲେ, ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି, ଯାହାକୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ।
ରାଜଧାନୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଣ କରିବାରେ କେନ୍ଦ୍ରର ବିଫଳତା ନେଇ ଦିଲ୍ଲୀ ହାଇକୋର୍ଟ ଜାରି କରିଥିବା ଅବମାନନା ନୋଟିସ୍‌କୁ କେନ୍ଦ୍ର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏହାର ଶୁଣାଣି କରି ଶୀର୍ଷ ଅଦାଲତ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ବୁଧବାର ଦିଲ୍ଲୀକୁ ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଦିଆଯାଇଥିବାବେଳେ ଗୁରୁବାର ଏହାକୁ ୫୩୭ ମେଟ୍ରିକ୍‌ ଟନ୍‌କୁ ଖସାଇ ଦିଆଯାଇଥିଲା। ତେଣୁ ଅନ୍ୟାଦେଶ ପର୍ଯ୍ୟନ୍ତ ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ଅମ୍ଳଜାନ ଯୋଗାଣ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଲୋକଙ୍କୁ ବିପଦରେ ଛାଡ଼ିଦେଇ ହେବନାହିଁ

ଅନ୍ୟ ରାଜ୍ୟଗୁଡ଼ିକ ଭଳି କର୍ନାଟକରେ ମଧ୍ୟ ଅକ୍ସିଜେନ ଅଭାବରୁ କୋଭିଡ୍‌ ରୋଗୀ ପ୍ରାଣ ହରାଉଛନ୍ତି। ଏଥିଲାଗି ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଦୈନିକ ଦିଆଯାଉଥିବା ୯୬୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନକୁ ୧୨୦୦ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବୁଧବାର କର୍ନାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯଦି ପ୍ରତି ହାଇକୋର୍ଟ ଅକ୍ସିଜେନ ଯୋଗାଣ ପାଇଁ ରାୟ ଦେବେ ତେବେ ଦେଶର ସପ୍ଲାଏ ନେଟ୍‌ଓ୍ବର୍କ କାମ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। କର୍ନାଟକର ନାଗରିକମାନଙ୍କୁ ବିପଦରେ ଛାଡ଼ିଦେଇ ହେବ ନାହିଁ। ହାଇକୋର୍ଟଙ୍କ ରାୟ ଯଥାର୍ଥ ଓ ଯୁକ୍ତିଯୁକ୍ତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri