ନିଷ୍ପତ୍ତିରେ ବିଳମ୍ବ ନ ହେଉ

ଅନୁଗୋଳ ଅଫିସ, ୩ା୮

କୋଭିଡ୍‌ ସଂକ୍ରମଣ ସାମାନ୍ୟ ଥମିଛି। ତେଣୁ ଅନଲକ୍‌କୁ ଯାଇଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ବନ୍ଦ ରହିଥିବା ଶପିଂ ମଲ, ସିନେମା ହଲ, ପାର୍କ ଆଦିକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଛି। ଅଧା ଦର୍ଶକରେ ଯାତ୍ରାକୁ ଅନୁମତି ଦିଆଯାଇଛି। ହେଲେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲା ପ୍ରଶାସନ ଉପରେ ଛାଡ଼ି ଦିଆଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରାଯାଉଥିବା କଥା କହୁଥିବା ବେଳେ ଧର୍ମାନୁଷ୍ଠାନ ପ୍ରତି ଏପରି ଅବିଚାରକୁ ନାପସନ୍ଦ କରାଯାଇଛି। ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ପୂଜାରୀ, ପଣ୍ଡିତ ଓ ଭୋଗ ସାମଗ୍ରୀ ଦୋକାନୀଙ୍କ ରୋଜଗାର ବନ୍ଦ ହୋଇଯାଇଥିବାରୁ ନିଷ୍ପତ୍ତି ଆଉ ବିଳମ୍ବ କରା ନ ଯାଉ। କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଦ୍ୱାର ଖୋଲାଯାଉ ବୋଲି ଅନୁଗୋଳ ଜିଲାବାସୀ ଦାବି କରିଛନ୍ତି।
ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଜିଲା ପ୍ରଶାସନ ଉପରେ ନ୍ୟସ୍ତ କରିବା ପରେ ଏବେ ଗୋଟିଏ ପରେ ଗୋଟିଏ ଜିଲାରେ ଏହା ଖୋଲିବାକୁ ଯାଉଛି। ସମ୍ବଲପୁରର ଆରାଧ୍ୟା ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ଖୋଲାଯିବାକୁ ସ୍ଥିର କରାଯାଇ ସାରିଛି। ସେହିପରି ଆସନ୍ତା ୪ ତାରିଖରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲାଯିବ ବୋଲି ଘୋଷଣା କରାଯାଇଛି। ତେଣୁ ଅନୁଗୋଳ ଜିଲା ପ୍ରଶାସନ ଧର୍ମାନୁଷ୍ଠାନ ଖୋଲିବା ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଜୋରଦାର ଦାବି ହେଉଛି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ଏକ ବୈଠକ ଡକାଯିବ ବୋଲି ସୂଚନା ମିଳିଥିବାରୁ ଏ ନେଇ ଜିଲାବାସୀ ଆଶାବାଦୀ ହୋଇପଡ଼ିଛନ୍ତି। ଜିଲାର ବିଭିନ୍ନ ଧର୍ମାନୁଷ୍ଠାନ କମିଟି ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଥିବା ବେଳେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେବ ଦିଅଁ ଦର୍ଶନର ସୁଯୋଗ ମିଳି ନ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। କୋଭିଡ୍‌ କଟକଣା ମଧ୍ୟରେ ଭକ୍ତଙ୍କ ପାଇଁ ଭଗବାନଙ୍କ ଦ୍ୱାରା ଉନ୍ମୁକ୍ତ କରାଗଲେ ଅଧିକ ଅସୁବିଧା ହେବ ନାହିଁ ବୋଲି ଜିଲାବାସୀ ମତ ଦେଇଛନ୍ତି।
ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି
ଅନୁଗୋଳ ଜିଲାରେ ଥିବା ଧର୍ମାନୁଷ୍ଠାନଗୁଡ଼ିକ ସମ୍ପର୍କରେ ବିଭିନ୍ନ କମିଟିକୁ ଡକାଯାଇ ଆଲୋଚନା କରାଯିବ। ଖୁବ୍‌ଶୀଘ୍ର ଏହି ବୈଠକ ଡକାଯାଇ ସେଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଅବିଚାର କରା ନ ଯାଉ
ଲୋକଙ୍କ ଆମୋଦପ୍ରମୋଦ ପାଇଁ ସିନେମା ହଲ ଓ ପାର୍କକୁ ଅନୁମତି ଦିଆଯାଇଛି। ଯାତ୍ରା ମଧ୍ୟ ମଞ୍ଚସ୍ଥ ହେବ ବୋଲି କୁହାଯାଇଛି। କିନ୍ତୁ ଧର୍ମାନୁଷ୍ଠାନ ଦ୍ୱାରରୁ ତାଲା ଖୋଲିବାରେ ବିଳମ୍ବ କରାଯାଉଛି। ଏପରି ଅବିଚାର କରା ନ ଯାଇ ସାନିଟାଇଜ୍‌ ସହ କୋଭିଡ୍‌ ନିୟମାନୁଯାୟୀ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଉ।
-ହେମନ୍ତ ଦାସ, ବୁଦ୍ଧିଜୀବୀ
ଦର୍ଶନରୁ ବଞ୍ଚିତ କରା ନ ଯାଉ
ଦୀର୍ଘ ଦିନ ହେଲା ମନ୍ଦିର ବନ୍ଦ ଯୋଗୁ ବିନିକେଇ ପୀଠକୁ ଆସୁଥିବା ବିଭିନ୍ନ ଅଞ୍ଚଳବାସୀ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ପୂଜାପଣ୍ଡାମାନଙ୍କ ଆୟ ମଧ୍ୟ ବନ୍ଦ ହୋଇଯାଇଛି। ତେଣୁ ସରକାର ଶୀଘ୍ର ମନ୍ଦିର ଖୋଲିବା ପାଇଁ ଅନୁମତି ଦେବା ଆବଶ୍ୟକ।
-ଅବଧୂତ ପଣ୍ଡା, ପୂଜକ, ବିନିକେଇ
ଭକ୍ତମାନେ ନିରାଶ ହେଉଛନ୍ତି
ଅନ୍ୟ ଜିଲାରେ ମନ୍ଦିର ଖୋଲିବାକୁ ପ୍ରଶାସନ ଅନୁମତି ଦେଲାଣି। ତେଣୁ କୋଭିଡ୍‌ କଟକଣା ମଧ୍ୟରେ ମା’ ହିଙ୍ଗୁଳା ମନ୍ଦିର ଖୋଲିବାକୁ ଜିଲାପାଳ ଅନୁମତି ଦିଅନ୍ତୁ। ଫଳରେ ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନରୁ ବଞ୍ଚିତ ହେଉଥିବା ଭକ୍ତମାନଙ୍କୁ ଆଉ ନିରାଶ ହେବାକୁ ପଡ଼ିବ ନାହିଁ।
-ରାଜେନ୍ଦ୍ର ସିଂହ, ହିଙ୍ଗୁଳା ଟ୍ରଷ୍ଟ ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଖସିଗଲେ ବେପାରୀ: ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର,୨୩।୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡେଶ୍ୱରପୁର ବସ୍ତି ଅଞ୍ଚଳ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏହି ଅଞ୍ଚଳରେ ବାରମ୍ବାର ଚଢାଉ କରାଯାଇ ବ୍ରାଉନସୁଗାର ଜବତ...

ସ୍ନାନଯାତ୍ରା ପ୍ରସ୍ତୁତି : ଆଜି ୧୦ ନିଯୋଗ ସହ ବୈଠକ

ପୁରୀ ଅଫିସ,୨୧।୫: ଆସନ୍ତା ଜୁନ୍‌ ୫ତାରିଖରେ ସ୍ନାନଯାତ୍ରା। ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦିଅଁ। ତେଣୁ ସ୍ନାନଯାତ୍ରାକୁ କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ କରାଯିବ ସେ...

ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ କୁ ବୃଦ୍ଧି ପାଇଛି।...

ହିତାଧିକାରୀଙ୍କୁ ମିଳିବ ଆଗୁଆ ୪ ମାସର ଭତ୍ତା

ଭୁବନେଶ୍ୱର,୧।୯(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନା ହିତାଧିକାରୀମାନେ ୪ ମାସର ଆଗୁଆ ଭତ୍ତା ପାଇବେ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ଆଗୁଆ ଟଙ୍କା ହିତାଧିକାରୀଙ୍କୁ ମିଳିବ।...

ଠକେଇ ଟଙ୍କା ଫେରି ପାଇବାକୁ ଅପହରଣ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ,୧୨ା୭ (ଡି.ଏନ୍‌.ଏ.):ରାଜଧାନୀରୁ ଅପହୃତ ଜଣେ ଯୁବକଙ୍କୁ କମିଶନରେଟ ପୋଲିସ ରବିବାର ଖୋର୍ଦ୍ଧାରୁ ଉଦ୍ଧାର କରିଛି। ଏଥିସହ ଦୁଇ ଅପହରଣକାରୀ ଓ ଅପହୃତ ଯୁବକଙ୍କୁ ଗିରଫ...

ମାଡ଼ିଗଲା କାର୍‌: ୨ କାଉଡ଼ିଆଙ୍କ ଜୀବନ ଗଲା

ଆସିକା,୨୧ା୮(ସୁରେନ୍ଦ୍ର ନାଥ ସାହୁ)/ବୁଗୁଡ଼ା(କାଳିଚରଣ ଦାଶ): ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରକୁ ପାଣି ଭାର ନେଇ ଯାଉଥିବା କାଉଡିଆଙ୍କ ଉପରେ କାର୍‌ ମାଡ଼ିଯିବାରୁ ୨ ଜଣଙ୍କ...

ସଚିବାଳୟ ଜୁନିୟର ଷ୍ଟେନୋଗ୍ରାଫର ହେବେ ଜେଇଏ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ସଚିବାଳୟ ଷ୍ଟେନୋଗ୍ରାଫର ଓ ପିଏ ରୁଲ୍ସ-୧୯୯୭କୁ ସଂଶୋଧନ କରାଯାଇଛି। ନୂଆ ସର୍ଭିସ ରୁଲ୍ସରେ କେତେକ ପରବର୍ତ୍ତନ କରାଯାଇଛି। ଏଥିରେ ନିଯୁକ୍ତି ପାଇଁ ଥିବା...

ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week