‘ଆତଙ୍କିତ ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ’

ଭୁବନେଶ୍ୱର,୪।୫(ବ୍ୟୁରୋ): ଆସନ୍ତା ୫ ତାରିଖ ବୁଧବାରଠାରୁ ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଆରମ୍ଭ ହେଉଛି। ଏଥିପାଇଁ ଲୋକେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ଲାଗି ପଡିଛନ୍ତି। ଫଳରେ ହଜାର ବଜାରରେ ଏବେ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ଓ ରବିବାର ଶଟ୍‌ଡାଉନ ରହିଥିଲା। ସୋମବାର ବଜାର ଖୋଲିବାମାତ୍ରେ ଲୋକେ ରାସ୍ତାକୁ ଧାଇଁ ଆସିଥିଲେ। ହାଟବଜାରରେ ଗହଳି କରିଥିଲେ। ଫଳରେ ସୋମବାର ଦିନତମାମ ସବୁଠି ଭିଡ଼ ଲାଗି ରହିଥିଲା। ବିଭିନ୍ନ ସାମଗ୍ରୀ ଘରକୁ ବୋହି ନେଉଥିବା ଦେଖିବାକୁ ମିଳିଥିଲା। କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର ଓ ବଜାରର ଏଭଳି ସ୍ଥିତି ଲାଗି ରହିଥିଲା। ଲୋକଙ୍କ ହାତରେ ଆଉ ଗୋଟିଏ ଦିନ ରହିଥିବାରୁ ମଙ୍ଗଳବାର ମଧ୍ୟ ଆହୁରି ଅଧିକ ଭିଡ଼ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ କଟକ ଓ ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦ୍ୱୈତନଗରୀବାସୀଙ୍କୁ ଲକ୍‌ଡାଉନକୁ ନେଇ କୌଣସି ଭୟ ଓ ଆଶଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହାକୁ ନେଇ ଜନସାଧାରଣ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ। ଲକ୍‌ଡାଉନ ସମୟରେ ପ୍ରତିଦିନ ୬ଟାରୁ ୧୨ଟା ଯାଏ ପନିପରିବା, ଗ୍ରସେରୀ ଓ ଔଷଧ ଭଳି ଅତ୍ୟାବଶ୍ୟକ ତଥା ଜରୁରୀ ଦୋକାନ ଖୋଲା ରହିବ। ଜନସାଧାରଣ କୋଭିଡ଼ ନିୟମ ମାନି ବିନା ଗାଡ଼ିରେ ଚାଲି ଚାଲି ସ୍ଥାନୀୟ ହାଟରୁ କିଣିପାରିବେ। ତେଣୁ କୌଣସି ପ୍ରକାର ଆତଙ୍କିତ ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ କି ଆବଶ୍ୟକତାଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ। ଯେକୌଣସି ପରିସ୍ଥିତି ପାଇଁ ପୋଲିସ ପ୍ରସ୍ତୁତ ରହିଛି। ଲକ୍‌ଡ଼ାଉନ୍‌ ନିୟମ ଉଲଙ୍ଘନ କରି ବାହାରେ ବୁଲିଲେ ଅମାନିଆଙ୍କ ବିରୋଧରେ ଦୃଢ କାଯର୍ର୍‌ୟାନୁଷ୍ଠାନ ନିଆଯିବ। ସେହିଭଳି ଲକ୍‌ଡାଉନ୍‌ ସମୟରେ ଟିକାକରଣ ଓ ଟେଷ୍ଟିଂ ଲାଗି ପ୍ରତିବନ୍ଧକ ଲଗାଯାଇନାହିଁ। ଅନ୍ୟାନ୍ୟ ମେଡ଼ିକାଲ ଓ ଅତ୍ୟାବଶ୍ୟକ କାର୍ଯ୍ୟରେ ମଧ୍ୟ ଲୋକେ ଆବଶ୍ୟକ କାଗଜପତ୍ର ଦେଖାଇ ଯାଇପାରିବେ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଘରୁ ଆସିଲା ଭାବାବେଗ ଭରା ଦୃଶ୍ୟ: ଏମିତି କହି ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଶନିବାର ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଶେଷରେ Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋସିଆଲ ମିଡିଆରେ ଏକ…

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ଧର୍ମେନ୍ଦ୍ରଙ୍କ ଇସ୍ତାଫା ପରେ ସିଜେପିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା…

କୁଆଁରମୁଣ୍ଡା-ପଦମପୁର ରାସ୍ତା ଶୋଚନୀୟ: କାଦୁଅରେ ଗଡ଼ି ଆନ୍ଦୋଳନକାରୀଙ୍କ ପ୍ରତିବାଦ

କୁଆଁରମୁଣ୍ଡା,୨୫।୭(ମହେନ୍ଦ୍ର କୁମାର ସାହୁ): କୁଆଁରମୁଣ୍ଡା-ପଦମପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ବର୍ଷା ପାଣି ଜମି ଯାତାୟାତରେ ବାଧାସୃଷ୍ଟି ହୋଇଛି। ଏପରି କି…

‘ଆସିଗଲା ସରକାର ଗାଦିଚ୍ୟୁତ ହେବାର ସମୟ’, ରାହୁଲଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଧାନଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ, ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି, ଏଥିପାଇଁ ମୁଁ…

ଭୁବନେଶ୍ୱର,୨୫ା୭: ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ…

ଗଞ୍ଜାମ ପେଲିସର ‘ଅପରେଶନ ଅନ୍ୱେଷଣ–୩’: ନିଖୋଜ ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟରୁ ….

ଛତ୍ରପୁର୨୫।୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ପେଲିସ ଜିଲାରେ ‘ଅପରେଶନ ଅନ୍ୱେଷଣ–୧’ ଓ ‘ଅପରେଶନ ଅନ୍ୱେଷଣ–୨’ର ବିପୁଳ ସଫଳତା ପରେ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri