ଏସବୁ ଜିନିଷ ଭୁଲ୍‌ରେ ବି ଧାର ଦିଅନ୍ତୁ ନାହିଁ, ନଚେତ…

ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ହେଉଛି ମାନବିକତା। ଏଇ ଶିକ୍ଷା ଆମ ସମସ୍ତଙ୍କୁ ପିଲାଟି ବେଳୁ ଘରେ ଦିଆଯାଇଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତୋଟି ଜିନିଷ ରହିଛି, ଯାହାକୁ ଭୁଲ୍‌ରେ ମଧ୍ୟ କାହାରିକୁ ଦାନ କିମ୍ବା ଧାର୍‌ ଦେବା ଉଚିତ ନୁହେଁ। କାରଣ ଏସବୁ ଜିନିଷକୁ କାହାରିକୁ ଦାନ କଲେ ଅଥବା ଧାର୍‌ରେ ଦେଲେ, ଘରେ ଅଭାବ ଅସୁବିଧା ଉପୁଜିଥାଏ। ଯେମିତିକି:

*ବିବାହିତା ନାରୀ ପିନ୍ଧିଥିବା ନିଜର ବାହାଘର ହାର, ମଙ୍ଗଳସୂତ୍ର, ପାଉଁଜି କିମ୍ବା ଝୁଣ୍ଟିଆକୁ କାହାରିକୁ ଦେବା ଉଚିତ ନୁହେଁ। କାରଣ ଏହାଦ୍ୱାରା ତାଙ୍କ ବୈବାହିକ ଜୀବନରେ ଅଶାନ୍ତି ଉପୁଜିବା ସହ ଘରେ କଳହ ଲାଗି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

*ସେହିପରି ଘରର ଝାଡ଼ୁକୁ ବି କାହାରିକୁ ଦେବା ଠିକ୍‌ ନୁହେଁ। କାରଣ ଝାଡ଼ୁ ସ୍ବଚ୍ଛତା ଏବଂ ସମୃଦ୍ଧିର ଏକ ପ୍ରତୀକ ହୋଇଥାଏ।

*ସନ୍ଧ୍ୟା ସମୟରେ କ୍ଷୀର, ଦହି, ନଡ଼ିଆ, ଚାଉଳ, ଅଟା ଭଳି ଧଳା ଜିନିଷ କାହାରିକୁ ଧାର୍‌ ଦେବେ ନାହିଁ। କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଧଳା ଜିନିଷ ଉପରେ ଖରାପ ଦୃଷ୍ଟି ଶକ୍ତି ଶୀଘ୍ର ଲାଗିଥାଏ। ଯଦି ଅତି ଜରୁରୀ ଥାଏ, ତା’ହେଲେ ବଜାରରୁ କିଣି ଆଣି ଦେବେ। ହେଲେ ନିଜ ରୋଷେଇ ଘରୁ ଆଦୌ ଦେବେ ନାହିଁ।

*ନିଜେ ବ୍ୟବହାର କରୁଥିବା କଲମକୁ ବି କାହାରିକୁ ଦେବା ଉଚିତ ନୁହେଁ, ନଚେତ୍‌ ଏହାଦ୍ୱାରା ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣ ଚାହିଁଲେ ନିଜ ପାଖରେ ଆଉ ଏକ କଲମ ବି ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାରସ୍ବତ ସାଧିକା ସଂଯୁକ୍ତା

ପେସା ଶିକ୍ଷକତା, ହେଲେ ଲେଖାଲେଖି ସତେ ଯେମିତି ତାଙ୍କ ପାଇଁ ନିଶା ପାଲଟିଯାଇଛି। ସେ ହେଲେ ସଂଯୁକ୍ତା ମହାପାତ୍ର। ଯାଜପୁର ଜିଲା ବଡ଼ ତ୍ରିଲୋଚନପୁର ଗ୍ରାମରେ...

ପିଲା ରହିବେ ଫିଟ୍‌

ଅଧିକାଂଶ ମାତାପିତା ସେମାନଙ୍କ ପିଲାମାନଙ୍କୁ ମୋଟା ହୋଇଥିବାର ଦେଖି ଭାରି ଖୁସି ହୁଅନ୍ତି। ଆଉ ପିଲା ଯେପରି କୌଣସି କାରଣରୁ ଝଡି ନ ଯାଏ ବା...

ଦଶଟି କଥା

ବୟସ ବଢ଼ିବା ସହ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡିଥାଏ। ବିଶେଷ ଭାବରେ ଏହି ସମୟରେ ନିମ୍ନୋକ୍ତ ୧୦ଟି କଥାକୁ ଧ୍ୟାନ ଦେଲେ ତାହା...

ଡାଇବେଟିସ୍‌ ଓ ଅଣ୍ଡା

ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ ଅଣ୍ଡା ଖାଇଲେ ତାହା ଡାଇବେଟିସ୍‌ ସମସ୍ୟାକୁ ପରୋକ୍ଷରେ ଡାକି ଆଣିଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଏପରି...

ବୟସ୍କ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ଆଶଙ୍କା ଅଧିକ…

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ।...

ଶାଢ଼ିରେ ଦେଖାଯିବେ ସ୍ଲିମ୍‌

ମହିଳାମାନେ ସାଧାରଣତଃ ନିଜର ମୋଟାପଣକୁ ନେଇ ବହୁ ଚିନ୍ତାରେ ଥାଆନ୍ତି। କେଉଁ ଶାଢ଼ି ପିନ୍ଧିଲେ କେମିତି ଦେଖାଯିବେ, ତାକୁ ନେଇ ସବୁବେଳେ କଳ୍ପନାଜଳ୍ପନା ଲାଗିରହିଥାଏ। ତେଣୁ...

ଦୂର ଯାତ୍ରା ସମୟରେ କରନ୍ତୁ ନାହିଁ ଏହି ୪ କାମ, ନଚେତ୍‌ ପଡ଼ିପାରନ୍ତି ହଇରାଣରେ

ଅନେକ ଲୋକଙ୍କୁ ଦୂର ଜାଗା ବୁଲିବା ପସନ୍ଦ ହୋଇଥିଲେ ମଧ୍ୟ ଏ ନେଇ ଉପୁଜିଥାଏ ଅନେକ ସମସ୍ୟା, ଯଥା ବାନ୍ତି, ମୁଣ୍ଡବିନ୍ଧା ଇତ୍ୟାଦି। ଏହି କାରଣ...

ଅବସାଦ ଦୂର କରେ ଗୋଲମରିଚ

ଗୋଲମରିଚ ଯେ କେବଳ ଖାଦ୍ୟର ସ୍ୱାଦ ବଢାଏ ତା’ ନୁହେଁ ବରଂ ଏହାର ଔଷଧୀୟ ଗୁଣ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଅନେକ...

Advertisement
Archives

Model This Week