ଭୟ କରନ୍ତୁ ନାହିଁ: ଖୋଲା ପବନରେ ବୁଲିଲେ ହେବନି କରୋନା…

ଲକ୍ଷ୍ନୌ,୫।୫: ପୃଥିବୀ ବ୍ୟାପୀ କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କିଭଳି ଜୀବନଶୈଳୀ ଆପଣେଇଲେ ସଂକ୍ରମଣଠାରୁ ଦୂରେଇ ରହିହେବ ସେ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବାୟୁ ଦ୍ୱାରା କରୋନା ସଂକ୍ରମଣ ବ୍ୟାପୁଥିବା ଖବର ମିଳିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଭୟ ନ କରି ଖୋଲା ପବନରେ ବୁଲିଲେ କରୋନା ସଂକ୍ରମଣ ହେବନି ବୋଲି ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇର ହୃଦୟ ରୋଗ ବିଶେଷଜ୍ଞ ପ୍ରଫେସର ସୁଦୀପ୍‌ କୁମାର ସୂଚନା ଦେଇଛନ୍ତି। କରୋନା ଭୂତାଣୁ ବାୟୁରେ ବ୍ୟାପିବା ଅର୍ଥ ଏହା ନୁହେଁ ଯେ, ରାସ୍ତା, ପାର୍କ, ଲକ୍‌ ଅବା ଘର ବାହାରେ ଉଡ଼ି ବୁଲୁଛି। ମାତ୍ର ବନ୍ଦ ଘର ପ୍ରତି ସାବଧାନ ରହିବା ଆବଶ୍ୟକ। ବନ୍ଦ ଘରେ ଏକାଧିକ ଲୋକ ରହିଲେ ସଂକ୍ରମଣ ଶୀଘ୍ର ବ୍ୟାପିଥାଏ। ଯଦି ସେମାନଙ୍କ ମଧ୍ୟରେ କେହି ଆକ୍ରାନ୍ତ ହୋଇଥାନ୍ତି ତାଙ୍କର ଛିଙ୍କ ଅବା ନିଶ୍ୱାସରେ କରୋନା ଭୂତାଣୁ ବାୟୁ ମଣ୍ଡଳରେ ସହଜରେ ବ୍ୟାପିଥାଏ। ମାତ୍ର ଘରର କବାଟ ଝରକା ଖୋଲି ଦେଲେ ବାୟୁ ଚଳାଚଳ କରିବା ଯୋଗୁ ଏଭଳି ଆଶଙ୍କା କମ୍‌ ହୋଇଥାଏ ବୋଲି ସେ କହିଛନ୍ତି। କିନ୍ତୁ କେତେକ ଲୋକ ବାଲକୋନୀ ଅବା ଅଗଣା ଭିତରେ ଚାଲବୁଲ୍‌ କରିବାକୁ ଏବେ ଭୟ କରୁଥିତ୍ବା ଦେଖାଯାଉଛି। ଏଭଳି ଭୟ କରିବା ଅନାବଶ୍ୟକ ବୋଲି ସେ କହିଛନ୍ତି। ଘରୁ ବାହାରକୁ ବାହାରିଲେ ମାସ୍କ୍‌ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଉଚିତ। ଏହାଦ୍ୱାରା ସଂକ୍ରମଣ ଆଶଙ୍କା ଯଥେଷ୍ଟ କମି ଯାଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri