ମମତାଙ୍କୁ ଡର ନାହିଁ

ଆସନ୍ତା ଅକ୍ଟୋବରରେ ଇଟାଲୀ ରାଜଧାନୀ ରୋମ୍‌ସ୍ଥିତ ଏକ କ୍ୟାଥଲିକ୍‌ ଫାଉଣ୍ଡେଶନ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ସର୍ବଧର୍ମ ଶାନ୍ତି ସମ୍ମିଳନୀରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ ମିଳିଥିଲା। ହେଲେ ତାଙ୍କୁ ସେଠାକୁ ଯିବାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଅନୁମତି ଦେଇନାହିଁ। ଉଲ୍ଲେଖଯୋଗ୍ୟ, ଦେଶର ସବୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ କେନ୍ଦ୍ରର ମନ୍ତ୍ରୀ, ସାଂସଦ ଏବଂ ସରକାରୀ ଅଧିକାରୀ ଯେଉଁମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଡିପ୍ଲୋମାଟିକ୍‌ ବା କୂଟନୈତିକ ପାସ୍‌ପୋର୍ଟ ପାଇଛନ୍ତି, ସେମାନେ ବିଦେଶ ଗସ୍ତ ପୂର୍ବରୁ ବହିର୍ବ୍ୟାପାର ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟଠାରୁ ଅନୁମତି ନେବା ବାଞ୍ଛନୀୟ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହେବାକୁ ଥିବା ଶାନ୍ତି ସମ୍ମିଳନୀ ମମତାଙ୍କ ସ୍ତରର ହୋଇ ନ ଥିବାରୁ ସେ ସେଥିରେ ଯୋଗଦେଇ ପାରିବେ ନାହିଁ। କେନ୍ଦ୍ର କେଉଁ ଉଦ୍ଦେଶ୍ୟରେ ଏଭଳି ମତ ରଖିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମମତାଙ୍କୁ ନୂ୍ୟନ କରି ଦେଖାଯାଇଥିବା ବୁଝାଯାଉଛି। ଏକ ସଂଘୀୟ ବ୍ୟବସ୍ଥାରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେନ୍ଦ୍ରର ଏଭଳି ବ୍ୟବହାରକୁ ନେଇ ଆଲୋଚନା ହେବା ସ୍ବାଭାବିକ। ମମତା କହିଛନ୍ତି, ବିଦେଶ ଭ୍ରମଣ ନିଶା ତାଙ୍କ ପାଖରେ ନାହିଁ। ଏକ ଶାନ୍ତି ସମ୍ମିଳନୀରେ ଯୋଗଦେବା ଲାଗି ଭାରତରୁ ତାଙ୍କୁ ପ୍ରତିନିଧିତ୍ୱ କରିବାକୁ ନିମନ୍ତ୍ରଣ ମିଳିଥିବାରୁ ସେ ଏଭଳି ଆବେଦନ କରିଥିଲେ। କିନ୍ତୁ ପ୍ରତିଶୋଧମୂଳକ ମନୋଭାବ ରଖି କେନ୍ଦ୍ର ଏପରି ପ୍ରତିବନ୍ଧକ ଲଗାଇଛି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସମସ୍ତେ ଜାଣନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମମତାଙ୍କ ମଧ୍ୟରେ ଅତ୍ୟନ୍ତ ତିକ୍ତ ସମ୍ପର୍କ ରହିଆସିଛି। ୨୦୨୧ ମାର୍ଚ୍ଚରୁ ମେ’ ଯାଏ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜାତୀୟ ଗଣମାଧ୍ୟମ ବାରମ୍ବାର କହିଆସୁଥିଲା ଯେ, ଭାଜପା ଜିତିବ। ନିଜ ପ୍ରଚାର ଜାଲରେ ନିଜେ ଭାଜପା ନେତୃତ୍ୱ ଛନ୍ଦିହୋଇ ବାସ୍ତବ ସ୍ଥିତି ବୁଝିବାରେ ସକ୍ଷମ ହେଲେ ବୋଲି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣାପଡ଼ିଲା। ମମତାଙ୍କ ତୃଣମୂଳ କଂଗ୍ରେସ ୨୦୦ରୁ ଅଧିକ ଆସନ ଜିଣିଥିବାବେଳେ ଭାଜପା ମାତ୍ର ୭୭ ଆସନ ପାଇପାରିଥିଲା। ସେଇ ଲଢ଼େଇରେ ବାମପନ୍ଥୀ ବିଶେଷକରି ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି କୌଣସି ଆସନ ନ ଜିତି ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨୦୧୮ ମସିହାରେ ଆମେରିକାର ଶିକାଗୋଠାରେ ସ୍ବାମୀ ବିବେକାନନ୍ଦଙ୍କ ଐତିହାସିକ ଭାଷଣକୁ ୧୨୫ ବର୍ଷ ପୂରଣ ହୋଇଥିବା ପରିପ୍ରେକ୍ଷୀରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗ ଦେବା ନେଇ ମମତାଙ୍କୁ ଡକା ଯାଇଥିଲା। ସେତେବେଳେ ମଧ୍ୟ ମମତାଙ୍କ ଆବେଦନକୁ କେନ୍ଦ୍ର ଖାରଜ କରିଦେଇଥିଲା। ଅନୁରୂପ ଭାବେ ଚାଇନା ଗସ୍ତକୁ ମଧ୍ୟ କେନ୍ଦ୍ର ସରକାର ବାତିଲ କରିଦେଇଥିଲେ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଗଣତାନ୍ତ୍ରିକ ଉପାୟରେ ଗଠିତ ରାଜ୍ୟ ସରକାରର ମୁଖ୍ୟଙ୍କୁ କେଉଁଥିପାଇଁ କେନ୍ଦ୍ର ସରକାର ବାରମ୍ବାର ବିଦେଶ ଯିବାକୁ ମନା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ଭଳି ଆହୁରି ଅନେକ ସାଂସଦ ଓ ନେତାଙ୍କର ଡିପ୍ଲୋମାଟିକ୍‌ ପାସ୍‌ପୋର୍ଟ ରହିଛି। ବିଶେଷକରି ରାହୁଲ ବାରମ୍ବାର ବିଦେଶ ଗସ୍ତ କରିଆସୁଛନ୍ତି। ସ୍ବାଭାବିକ ଭାବେ ତାଙ୍କ ମତକୁ ବିଦେଶରେ କୌଣସି ଗୁରୁତ୍ୱ ଦିଆଯାଉ ନାହିଁ କିମ୍ବା ରାହୁଲ ସାଧାରଣରେ ଭାରତୀୟ ରାଜନୀତି ସମ୍ପର୍କରେ ବିଦେଶ ଗସ୍ତ ବେଳେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିବାର ଉଦାହରଣ ନାହିଁ। ରାହୁଲଙ୍କୁ ମମତାଙ୍କ ସହ ତୁଳନା କରିହେବ ନାହିଁ। କେହି ସ୍ବୀକାର କରନ୍ତୁ ବା ନ କରନ୍ତୁ, ମମତା ଜଣେ ଲଢୁଆ ଓ ସ୍ପଷ୍ଟବାଦୀ ଜନନେତା। ତାଙ୍କ ମତକୁ ଭୟକରି କେନ୍ଦ୍ର ଏଭଳି ଏକ ଅତର୍ଚ୍ଛା ନିଷ୍ପତ୍ତି ନେଉଥିବା ଭଳି ମନେହୁଏ। ଏଥିରୁ ଏହା ମଧ୍ୟ ବୁଝାପଡ଼େ ଯେ, ନିଜକୁ ଯେତିକି ଶକ୍ତିଶାଳୀ ବୋଲି ଭାଜପା ନେତୃବୃନ୍ଦ ପ୍ରଦର୍ଶନ କରୁଛନ୍ତି, ବାସ୍ତବରେ ହୁଏତ ସେମାନେ ନିଜେ ହୃଦ୍‌ବୋଧ କରିସାରିଲେଣି ଭିତରୁ ଫମ୍ପା ହୋଇଥିବାରୁ ସେମାନଙ୍କର ଗୁରୁତ୍ୱ ନାହିଁ ବୋଲି ଦେଶବିଦେଶରେ ବୁଝାପଡ଼ିଲାଣି।
ରୋମ୍‌ରେ ହେବାକୁ ଥିତ୍ବା ସମ୍ମିଳନୀ ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି ସେଥିରୁ ଜଣାପଡ଼ିଛି ଯେ, ପୋପ୍‌ ଫ୍ରାନ୍ସିସ୍‌, ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମାର୍କେଲ, ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କ ସମେତ ବିଶ୍ୱର ପାଖାପାଖି ୫୦୦ ଧର୍ମୀୟ ଓ ରାଜନୈତିକ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯଦି ଭାଜପା ଆଶଙ୍କା କରୁଥାଏ ଯେ, ମମତା ସେହି ସମ୍ମିଳନୀକୁ ଯାଇ ଭାରତ ସରକାରଙ୍କ ବିରୋଧରେ କିଛି କହିଦେଲେ ମୋଦିଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଯିବ, ତେବେ ତାହା ଅତ୍ୟନ୍ତ ହାସ୍ୟାସ୍ପଦ ମନେହେଉଛି। କାରଣ ମମତାଙ୍କ ଭଳି ଅଭିଜ୍ଞ ରାଜନୀତିଜ୍ଞ କେବେହେଲେ ବିଦେଶରେ ନିଜ ଦେଶ କିମ୍ବା ସରକାର ବିରୋଧରେ ମନ୍ତବ୍ୟ ଦେଇପାରିବେ ନାହିଁ। ସେଭଳି ଅପରିପକ୍ୱତା କୌଣସି ଭାରତୀୟ ଗୁରୁତ୍ୱପୂର୍ଣ୍ଣ ନେତା କରିବାର ଆଜି ପର୍ଯ୍ୟନ୍ତ ନଜିର ନାହିଁ। ଏଠାରେ ମମତା ଅନ୍ୟ ଏକ କୌତୂହଳପୂର୍ଣ୍ଣ କଥା ବଖାଣିଛନ୍ତି। ଯଦି ସବୁ ନିୟମାବଳୀ ପାଳନ କରାଯାଉଛି ବୋଲି କୁହାଯାଉଛି, ତେବେ ମୋଦି କୋଭିଡ୍‌ ପ୍ରତିଷେଧକ ଟିକା କୋଭାକ୍ସିନ ନେଇ କିଭଳି ଆମେରିକା ଗସ୍ତ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ସରକାର ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କୋଭାକ୍ସିନକୁ ବୈଧ ଟିକା ମାନ୍ୟତା ଦେଇ ନାହାନ୍ତି।
କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ଉତ୍ତମ ରହିଲେ ସଂଘୀୟ ବ୍ୟବସ୍ଥା ସୁଦୃଢ଼ ହୋଇଥାଏ। ତେବେ ଭାରତୀୟ ନେତାମାନଙ୍କର ନିଜ ଦକ୍ଷତା ଉପରେ ଅତ୍ୟଧିକ ଅବିଶ୍ୱାସ ସୃଷ୍ଟି ହେଉଥିବାରୁ ସେମାନେ ମନେରଖିବା ଦରକାର ଯେ, ତାହା ସମଗ୍ର ଦେଶ ପାଇଁ କ୍ଷତିକାରକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri