ନିର୍ବାଚନ ଫଳାଫଳ ବଦଳାଇବାକୁ ଅଧିକାରୀଙ୍କ ଉପରେ ଚାପ ପକାଉଥିଲେ ଟ୍ରମ୍ପ: ଅଡିଓ ଭାଇରାଲ!

ୱାଶିଂଟନ,୪ ।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନକୁ ବହୁମତ ମିଳିଛି । ଜାନୁୟାରୀ ୨୦ରେ ସେ ଶାସନ କ୍ଷମତା ଗ୍ରହଣ କରିବେ । ଏହାପରେ ବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ରାଷ୍ଟ୍ରପତି ଆସନ ନ ଛାଡିବାକୁ ନେଇ ଟ୍ରମ୍ପ ନୂଆ ନୂଆ ବାଟ ଆପଣାଉଥିବା ଶୁଣିବାକୁ ମିଳିଛି । ନିକଟରେ ତାଙ୍କର ଏକ ଫୋନ୍ ରେକର୍ଡିଂ ସାମ୍ନାକୁ ଆସିଛି । ଏଥିରେ ଟ୍ରମ୍ପ ଜର୍ଜିଆର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କୁ ଜିତାଇବା ଭଳି ଭୋଟ ଯୋଗାଡ କରିବାକୁ କହୁଥିବା ଜଣାପଡିଛି । କୁହାଯାଉଛି କି ଭୋଟ ଗଣତି ସମୟରେ ନିଜର ପରାଜୟକୁ ଦେଖିବା ପରେ ସେ ଏହି ଫୋନ୍ କରିଥିଲେ । ଟ୍ରମ୍ପ କହିଥିଲେ ଏହି ଦକ୍ଷିଣ ରାଜ୍ୟରେ ତାଙ୍କର ବିଜୟକୁ ଲକ୍ଷ୍ୟ କରି ନିର୍ବାଚନ ଅଧିକାରୀ ପର୍ଯ୍ୟାପ୍ତ ପରିମାଣର ଭୋଟ ସଂଗ୍ରହ କରନ୍ତୁ । ଏହି ଫୋନ ରେକଡିଂ ଆମେରିକା ଗଣମାଧ୍ୟମ ଦ୍ୱାରା ଜାରି କରାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା କି ନିଜର ପରାଜୟକୁ ସ୍ୱୀକାର କରିପାରୁ ନ ଥିବା ଟ୍ରମ୍ପ ମଧ୍ୟ ଆମେରିକାବାସୀ ଓ କେତେଜଣ ଅଧିକାରୀଙ୍କୁ ଏହାର ପରିଣାମ ଭୋଗିବେ ବୋଲି ଧମକ ଦେଇଥିଲେ । ଏମିତିକି ହାରିବା ପରେ ବି ସେ ରାଷ୍ଟ୍ରପତି ଭବନ ଛାଡିବେ ନାହିଁ ବୋଲି ମଧ୍ୟ ଅଡି ବସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଆହୁରି ଖରାପ ହେବ ଦେଶର ଆର୍ଥିକ ପରିସ୍ଥିତି: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୧୪ ।୫: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ସୁଧୁରିବା ପୂର୍ବରୁ ଆହୁରି ଖରାପ ହେବ । ଏବେ ଶ୍ରୀଲଙ୍କା...

ଫିନଲାଣ୍ଡ-ସ୍ବିଡ଼େନ ହେବେ ନାଟୋରେ ସାମିଲ, ଆମେରିକା ସିନେଟର ମଞ୍ଜୁରୀ…

ଓ୍ବାଶିଂଟନ, ୪।୮ : ଆମେରିକାର ସିନେଟରେ ଉଭୟ ଶାସକ ଦଳ ଏବଂ ବିରୋଧୀମାନେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ରେ ଫିନଲାଣ୍ଡ ଏବଂ ସ୍ବିଡେନର...

ପୁଷ୍ଟିହୀନତା ରୋଗରେ ମରୁଛନ୍ତି ପିଲା

ବ୍ରାସିଲିଆ,୨୩ା୧: ବ୍ରାଜିଲରେ ପୁଷ୍ଟିହୀନତା ଏବଂ ଅନ୍ୟାନ୍ୟ ରୋଗ ହେତୁ ପିଲାମାନେ ପ୍ରତିଦିନ ମରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୟାନୋମାମି ଅଞ୍ଚଳରେ...

ତଥ୍ୟ ପ୍ରଘଟ କଲେ ଫଳ ଭୋଗିବ

ସାନ୍‌ ଫ୍ରାନ୍‌ସିସ୍କୋ,୧୨ା୧୨: ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକରେ ୟୁଜର୍ସଙ୍କ ପ୍ରିଭେସି (ଅନ୍ତରଙ୍ଗ ତଥ୍ୟ)କୁ ନେଇ ବିଶ୍ୱବ୍ୟାପୀ ବିତର୍କ ଲାଗିରହିଥିବାବେଳେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ନୂଆ...

ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି ରକେଟ୍‌

ନୂଆଦିଲ୍ଲୀ,୧୫।୨: ଏକ ପୁରୁଣା ଚାଇନିଜ ରକେଟ୍‌ ଆସନ୍ତା ୪ ତାରିଖରେ ଲୁନାର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି। ପ୍ରୋଜେକ୍ଟ ପ୍ଲୁଟୋ ଚଳାଉଥିବା ଜ୍ୟୋର୍ତିବିଜ୍ଞାନ ବିଲ ଗ୍ରେ...

ଗଣମାଧ୍ୟମ ପାଇଁ ଫେସ୍‌ବୁକ୍‌ରେ ନୂଆ ସୁଯୋଗ: ଖବର ପ୍ରକାଶନ ପାଇଁ ବର୍ଷକୁ ମିଳିବ ୨୧.୨୬ କୋଟି ଟଙ୍କା

ସାନ୍‌ ଫ୍ରାନ୍ସିସ୍‌କୋ, ୧୦।୮: ଗଣମାଧ୍ୟମ ପାଇଁ ଫେସ୍‌ବୁକ୍‌ରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏନେଇ ଫେସ୍‌ବୁକ୍‌ ପକ୍ଷରୁ ଶୀଘ୍ର ନୂଆ ପଦକ୍ଷେପ ଗ୍ରହଣ କରାଯିବ। ଏହା...

ଜାପାନରେ ବଡ଼ ଭୂକମ୍ପ

ଟୋକିଓ,୨୧।୩ : ଜାପାନର ଉତ୍ତର-ପୂର୍ବ ଭାଗରେ ଶନିବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଭୂକମ୍ପ...

ପୁଅର ପର୍ନ କଲେକ୍ସଶନ୍‌ ଫୋପାଡ଼ିବାରୁ ବାପାଙ୍କୁ ଏଭଳି ଦଣ୍ଡାଦେଶ

ମିଚିଗାନ,୩୦।୮: ପୁଅର ପର୍ନ କଲେକ୍‌ଶନ(ସଂଗ୍ରହ) ଫୋପାଡ଼ିବା ବାପାଙ୍କୁ ମହଙ୍ଗା ପଡ଼ିଛି। ବାପାଙ୍କୁ କ୍ଷତିପୂରଣ ବାବଦକୁ ୨୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଭଳି...

Advertisement
Archives

Model This Week