ଘରୋଇ ହିଂସା ଅଭିଯୋଗ ସର୍ବାଧିକ

ଭୁବନେଶ୍ୱର,୭।୩(ବ୍ୟୁରୋ):ମହିଳାମାନେ ଅନେକ ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେହିଭଳି ବିଭିନ୍ନ କାରଣରୁ ସେମାନେ ଅଭିଯୋଗ କରିବାକୁ ମଧ୍ୟ କୁଣ୍ଠିତ ହୋଇଥାନ୍ତି। ଫଳରେ ସେମାନେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ନ୍ୟାୟ ପାଇବାକୁ ଯାଇ କିଛି ମହିଳା ଶୋଷଣର ଶିକାର ହେଉଥିବା ମଧ୍ୟ ଅଭିଯୋଗ ରହିଛି। ବିଶେଷ କରି ମହିଳାମାନେ ଘରୋଇ ହିଂସା, ଯୌତୁକ ନିର୍ଯାତନା, ବଳାତ୍କାର, ଅସଦାଚରଣ, ଚାଲାଣର ଶିକାର ହେଉଥିବାବେଳେ ଶିଶୁମାନେ, ଯୌନ ନିର୍ଯାତନା, ବାଲ୍ୟ ବିବାହ, ନିଖୋଜ, ଅପହରଣ ଭଳି ପରିସ୍ଥିତିର ସମ୍ମୁଖୀନ ହେଇଥାନ୍ତି। ମହିଳା ଓ ଶିଶୁଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଯୋଗାଇ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରୁଛି ୱାନ୍‌ ଷ୍ଟପ୍‌ ସେଣ୍ଟର ‘ସକ୍ଷୀ’। ମହିଳା ଓ ଶିଶୁ ସୁରକ୍ଷା ବିଭାଗ ଓ ମିଶନ ଶକ୍ତି ବିଭାଗ ଦ୍ୱାରା କ୍ୟାପିଟାଲ ହସ୍ପିଟାଲ ପରିସରରେ ୨୦୧୫ ଅକ୍ଟୋବର ପହିଲାରୁ କାର୍ଯ୍ୟ କରୁଥିବା ସଖୀ କାର୍ଯ୍ୟାଳୟକୁ ୨୦୨୨ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ମୋଟ ୩୬୫ ଅଭିଯୋଗ ଆସିଛି। ଏଥିମଧ୍ୟରୁ ୧୮୦ଟିର ସମାଧାନ ହୋଇଥିବାବେଳେ ୧୮୫ଟି ବିଚାରାଧୀନ ରହିଛି। ସେହିଭଳି ଘରୋଇ ହିଂସା ନେଇ ସର୍ବାଧିକ ୧୧୦ଟି ଅଭିଯୋଗ ହୋଇଥିବାବେଳେ ୪୦ଟି ମାମଲାର ସମାଧାନ ହୋଇଛି ଓ ୩୩ଟି ମାମଲା ବିଚାରାଧୀନ ରହିଛି। ସମସ୍ତ ୫୦ରୁ ଅଧିକ ବଳାତ୍କାର ମାମଲା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ହୋଇଛି। ୩୦ ମାମଲାର ସମାଧାନ ହୋଇଛି ଓ ୨୦ ଟି ବିଚାରାଧୀନ ରହିଛି। ୩୭ ଟି ଯୌନ ଅପରାଧ ମାମଲା ମଧ୍ୟରୁ ୧୯ଟିର ସମାଧାନ ହୋଇଥିବାବେଳେ ୧୮ଟି ମାମଲା ବିଚାରଧିନ ରହିଛି। ୨୦ଟି ଚାଲାଣ ଅଭିଯୋଗ ମଧ୍ୟରୁ ସମସ୍ତ ମାମଲାର ସମାଧାନ ହୋଇଛି। ଶିଶୁ ଯୌନ ନିର୍ଯାତନା ଓ ବାଲ୍ୟ ବିବାହ ନେଇ ଅଭିଯୋଗ ହୋଇ ନ ଥିବା ବେଳେ ନିଖୋଜ ଓ ଅପହରଣ ନେଇ ୧୮୦ଟି ଅଭିଯୋଗ ରହିଛି। ଏଥିମଧ୍ୟରୁ ୧୨୦ଟିର ସମାଧାନ ହୋଇଥିବାବେଳେ ୬୦ଟି ବିଚାରାଧୀନ ରହିଛି। ସେହିପରି ଅନ୍ୟାନ୍ୟ ୩୭ଟି ଅଭିଯୋଗ ମଧ୍ୟରୁ ୨୫ଟିର ସମାଧାନ ହୋଇଥିବାବେଳେ ୧୨ଟି ବିଚାରାଧୀନ ରହିଛି। ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ମହିଳାଙ୍କୁ ଯେଭଳି ଉଚିତ ନ୍ୟାୟ ମିଳିପାରିବ ଏନେଇ ସକ୍ଷୀ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ ହେଉଛି। ଏଥିପାଇଁ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି ବୋଲି ସଖୀ କେନ୍ଦ୍ର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?