ବଢ଼ୁଛି ପାରିବାରିକ ହତ୍ୟା

ସତ୍ୟଜିତ୍‌ ରାଉତ
ଭୁବନେଶ୍ୱର, ୧୮।୫(ବ୍ୟୁରୋ): ପରିବାରରେ ପରସ୍ପର ମଧ୍ୟରେ ଭଲପାଇବା ଓ ସ୍ନେହଶ୍ରଦ୍ଧା ରହିଲେ ସମ୍ପର୍କ ଦୃଢ଼ ହୋଇଥାଏ। କେହି କୌଣସି ସମସ୍ୟାରେ ପଡ଼ିଲେ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ପାଖରେ ଛିଡ଼ା ହୋଇ ସହଯୋଗର ହାତ ବଢ଼ାନ୍ତି। ହେଲେ ଏବେ ଭଲ ପାଇବା ବଦଳରେ ପରିବାରରେ ଅଶାନ୍ତି ଓ ହିଂସା ଦେଖାଦେଉଛି। ରକ୍ତର ସମ୍ପର୍କ ରକ୍ତ ବୁହାଉଛନ୍ତି। କିଏ କ୍ଷଣିକ ସ୍ବାର୍ଥ ପାଇଁ ତ ଆଉ କିଏ ମାନସିକ ଭାରସାମ୍ୟ ହରାଇ ସମ୍ପର୍କକୁ ଭୁଲିଯାଉଛନ୍ତି। ପରିବାରରେ ମୁଣ୍ଡ ପରେ ମୁଣ୍ଡ ଗଡ଼ୁଛି। କେତେବେଳେ ମା’ଙ୍କୁ ପୁଅ ହତ୍ୟା କରୁଛନ୍ତି ତ ଆଉ କେତେବେଳେ ସାନ ଭାଇ ବଡ଼ ଭାଇର ପରିବାରକୁ ସମ୍ପୂର୍ଣ୍ଣ ପୋଛି ଦେଉଛନ୍ତି। ବିଗତ କିଛିଦିନ ମଧ୍ୟରେ ଏପରି ଘଟଣା ବଢ଼ି ଚାଲିଥିବାବେଳେ ଏହା ସାଧାରଣ ଲୋକଙ୍କୁ ବିଚଳିତ କରି ପକାଇଛି। ଅତୁଟ ସମ୍ପର୍କ ବେଳେବେଳେ କିପରି ଏତେ ଅସହିଷ୍ଣୁ ହୋଇଯାଉଛି ତାହା ସମସ୍ତଙ୍କୁ ବ୍ୟଥିତ କରୁଛି।
ରିପୋର୍ଟ ଅନୁସାରେ, ୨୦୨୦ରେ ଓଡ଼ିଶାରେ ପାରିବାରିକ ହିଂସାରୁ ୨୭୪ଟି ହତ୍ୟାକାଣ୍ଡ ଘଟିଥିଲା। ଦେଶର ସର୍ବାଧିକ ପାରିବାରିକ ହତ୍ୟାକାଣ୍ଡ ଘଟିଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଥିଲା। ତେବେ ଗତ ଦେଢ଼ ମାସ ମଧ୍ୟରେ ଘଟିଥିବା ୧୦ରୁ ଅଧିକ ପାରିବାରିକ ହତ୍ୟାକାଣ୍ଡକୁ ଦେଖିଲେ ରାଜ୍ୟର ସ୍ଥିତି କେତେ ଭୟଙ୍କର ହୋଇପଡୁଛି ତାହା ଜଣାପଡୁଛି। ଏପ୍ରିଲ ୧୧ ବିଳମ୍ବିତ ରାତିରେ କଟକ ଜିଲା ମାହାଙ୍ଗା ଥାନା କୁଶୁପୁର ଗ୍ରାମର ଏକ ପରିବାରରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିଲା। ସମ୍ପତ୍ତି ବିବାଦକୁ ନେଇ ସାନଭାଇ ଶିବ ପ୍ରସାଦ ସାହୁ ତାଙ୍କ ବଡ଼ ଭାଇ ଅଲେଖ ଚନ୍ଦ୍ର ସାହୁ, ଭାଉଜ, ଝିଆରୀ ଓ ୨ ପୁତୁରାଙ୍କ ସମେତ ୫ ଜଣଙ୍କୁ କଟୁରିରେ ହାଣି ହତ୍ୟା କରିଥିଲେ। ଏପ୍ରିଲ ୨୩ରେ ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅନ୍ତର୍ଗତ ହାଟପଡ଼ିଆ ଅଞ୍ଚଳରେ ୧୦୦ ଟଙ୍କା ପାଇଁ ପୁଅ ସରୋଜ ନାଏକ ତାଙ୍କ ମା’ ସାଳନ୍ଦୀ ନାଏକଙ୍କୁ ଠେଙ୍ଗାରେ ତାଙ୍କୁ ପିଟି ହତ୍ୟା କରିଥିଲେ। ଏହି ପାରିବାରିକ କଳହକୁ ନେଇ ଏପ୍ରିଲ ୨୪ରେ ରାଜଧାନୀ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ସନ୍ତାନ ହେଉ ନ ଥିବାରୁ ନପୁଂସକ କହି ସ୍ତ୍ରୀ ଓ ଶାଳୀ ନିର୍ଯାତନା ଦେଉଥିଲେ। ଏଥିରେ ବ୍ୟଥିତ ହୋଇ କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ବିଜୟକେତନ ସେଠୀ ତାଙ୍କ ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପୈତୃକ ସମ୍ପତ୍ତି ବିବାଦକୁ କେନ୍ଦ୍ରକରି ରାଜଧାନୀର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଏପ୍ରିଲ ୨୭ ବିଳମ୍ବିତ ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। ମାଲିକଙ୍କ ଘରେ ରହୁଥିବା ଲଜ୍‌ କର୍ମଚାରୀ ମହାରାଷ୍ଟ୍ରର ତୁଷାର ରାଜେନ୍ଦ୍ର ଜଗତାପ ଓ ସ୍ତ୍ରୀ ନିଲା ଦେଢ଼ବର୍ଷର ଶିଶୁକନ୍ୟାଙ୍କୁ ହତ୍ୟା ପରେ ଉଭୟ ଆତ୍ମହତ୍ୟା କରିଥିଲେ। ଘର ସ୍କାଏ ଲାଇଟ୍‌ରେ ଝୁଲନ୍ତା ଅବସ୍ଥାରେ ୩ ମୃତଦେହ ଜବତ ହୋଇଥିଲା। ସେପଟେ ଏପ୍ରିଲ ୩୦ରେ ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ସାନରେଙ୍ଗାଲି ଗ୍ରାମରେ ବିଦ୍ୟୁତ କଟିବା କାରଣକୁ ନେଇ ଏକ ପରିବାରରେ ଗଣ୍ଡଗୋଳ ହୋଇଥିଲା। ସାନଭାଇ ସଞ୍ଜୟ ମୁଣ୍ଡାଙ୍କୁ ଦୁଇ ବଡ଼ଭାଇ ଶିୟୁ ମୁଣ୍ଡା ଓ ଆନନ୍ଦ ମୁଣ୍ଡା ଠେଙ୍ଗାରେ ପିଟି ହତ୍ୟା କରିଥିଲେ। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା କଖାରୁଣୀ ଗ୍ରାମରେ ମେ ୪ରେ ଏକ ଦୁଃଖଦ ଘଟଣା ଘଟିଥିଲା। ବାପ ଘରୁ ବାଇକ ନ ଆଣିବାରୁ ସୁଭଦ୍ରାଙ୍କୁ ତାଙ୍କ ସ୍ବାମୀ ଚିତ୍ତ ମଲିକ ଏକ ଲୁହା ପାଇପ୍‌ରେ ପିଟି ହତ୍ୟା କରିଥିଲେ। ପାରିବାରିକ ହିଂସାରୁ ଏଭଳି ପ୍ରାୟ ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ହତ୍ୟା, ଆତ୍ମହତ୍ୟା ଓ ଆକ୍ରମଣ ଭଳି ଘଟଣା ଘଟୁଥିବା ନଜରକୁ ଆସିଛି। ତେବେ ସୁଖ, ଶାନ୍ତି, ପ୍ରେମ, ମୈତ୍ରୀ ବଦଳରେ ଜଣେ ସାମାଜିକ ମଣିଷ କାହିଁକି ଏତେ କ୍ରୂର ଓ ନୃଶଂସ ହୋଇପଡୁଛି? ଏହାର ସମାଧାନର ବାଟ କ’ଣ? ଏହା ଆମ ସମସ୍ତଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri