ବଢ଼ୁଛି ପାରିବାରିକ ହତ୍ୟା

ସତ୍ୟଜିତ୍‌ ରାଉତ
ଭୁବନେଶ୍ୱର, ୧୮।୫(ବ୍ୟୁରୋ): ପରିବାରରେ ପରସ୍ପର ମଧ୍ୟରେ ଭଲପାଇବା ଓ ସ୍ନେହଶ୍ରଦ୍ଧା ରହିଲେ ସମ୍ପର୍କ ଦୃଢ଼ ହୋଇଥାଏ। କେହି କୌଣସି ସମସ୍ୟାରେ ପଡ଼ିଲେ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ପାଖରେ ଛିଡ଼ା ହୋଇ ସହଯୋଗର ହାତ ବଢ଼ାନ୍ତି। ହେଲେ ଏବେ ଭଲ ପାଇବା ବଦଳରେ ପରିବାରରେ ଅଶାନ୍ତି ଓ ହିଂସା ଦେଖାଦେଉଛି। ରକ୍ତର ସମ୍ପର୍କ ରକ୍ତ ବୁହାଉଛନ୍ତି। କିଏ କ୍ଷଣିକ ସ୍ବାର୍ଥ ପାଇଁ ତ ଆଉ କିଏ ମାନସିକ ଭାରସାମ୍ୟ ହରାଇ ସମ୍ପର୍କକୁ ଭୁଲିଯାଉଛନ୍ତି। ପରିବାରରେ ମୁଣ୍ଡ ପରେ ମୁଣ୍ଡ ଗଡ଼ୁଛି। କେତେବେଳେ ମା’ଙ୍କୁ ପୁଅ ହତ୍ୟା କରୁଛନ୍ତି ତ ଆଉ କେତେବେଳେ ସାନ ଭାଇ ବଡ଼ ଭାଇର ପରିବାରକୁ ସମ୍ପୂର୍ଣ୍ଣ ପୋଛି ଦେଉଛନ୍ତି। ବିଗତ କିଛିଦିନ ମଧ୍ୟରେ ଏପରି ଘଟଣା ବଢ଼ି ଚାଲିଥିବାବେଳେ ଏହା ସାଧାରଣ ଲୋକଙ୍କୁ ବିଚଳିତ କରି ପକାଇଛି। ଅତୁଟ ସମ୍ପର୍କ ବେଳେବେଳେ କିପରି ଏତେ ଅସହିଷ୍ଣୁ ହୋଇଯାଉଛି ତାହା ସମସ୍ତଙ୍କୁ ବ୍ୟଥିତ କରୁଛି।
ରିପୋର୍ଟ ଅନୁସାରେ, ୨୦୨୦ରେ ଓଡ଼ିଶାରେ ପାରିବାରିକ ହିଂସାରୁ ୨୭୪ଟି ହତ୍ୟାକାଣ୍ଡ ଘଟିଥିଲା। ଦେଶର ସର୍ବାଧିକ ପାରିବାରିକ ହତ୍ୟାକାଣ୍ଡ ଘଟିଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଥିଲା। ତେବେ ଗତ ଦେଢ଼ ମାସ ମଧ୍ୟରେ ଘଟିଥିବା ୧୦ରୁ ଅଧିକ ପାରିବାରିକ ହତ୍ୟାକାଣ୍ଡକୁ ଦେଖିଲେ ରାଜ୍ୟର ସ୍ଥିତି କେତେ ଭୟଙ୍କର ହୋଇପଡୁଛି ତାହା ଜଣାପଡୁଛି। ଏପ୍ରିଲ ୧୧ ବିଳମ୍ବିତ ରାତିରେ କଟକ ଜିଲା ମାହାଙ୍ଗା ଥାନା କୁଶୁପୁର ଗ୍ରାମର ଏକ ପରିବାରରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିଲା। ସମ୍ପତ୍ତି ବିବାଦକୁ ନେଇ ସାନଭାଇ ଶିବ ପ୍ରସାଦ ସାହୁ ତାଙ୍କ ବଡ଼ ଭାଇ ଅଲେଖ ଚନ୍ଦ୍ର ସାହୁ, ଭାଉଜ, ଝିଆରୀ ଓ ୨ ପୁତୁରାଙ୍କ ସମେତ ୫ ଜଣଙ୍କୁ କଟୁରିରେ ହାଣି ହତ୍ୟା କରିଥିଲେ। ଏପ୍ରିଲ ୨୩ରେ ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅନ୍ତର୍ଗତ ହାଟପଡ଼ିଆ ଅଞ୍ଚଳରେ ୧୦୦ ଟଙ୍କା ପାଇଁ ପୁଅ ସରୋଜ ନାଏକ ତାଙ୍କ ମା’ ସାଳନ୍ଦୀ ନାଏକଙ୍କୁ ଠେଙ୍ଗାରେ ତାଙ୍କୁ ପିଟି ହତ୍ୟା କରିଥିଲେ। ଏହି ପାରିବାରିକ କଳହକୁ ନେଇ ଏପ୍ରିଲ ୨୪ରେ ରାଜଧାନୀ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ସନ୍ତାନ ହେଉ ନ ଥିବାରୁ ନପୁଂସକ କହି ସ୍ତ୍ରୀ ଓ ଶାଳୀ ନିର୍ଯାତନା ଦେଉଥିଲେ। ଏଥିରେ ବ୍ୟଥିତ ହୋଇ କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ବିଜୟକେତନ ସେଠୀ ତାଙ୍କ ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପୈତୃକ ସମ୍ପତ୍ତି ବିବାଦକୁ କେନ୍ଦ୍ରକରି ରାଜଧାନୀର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଏପ୍ରିଲ ୨୭ ବିଳମ୍ବିତ ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। ମାଲିକଙ୍କ ଘରେ ରହୁଥିବା ଲଜ୍‌ କର୍ମଚାରୀ ମହାରାଷ୍ଟ୍ରର ତୁଷାର ରାଜେନ୍ଦ୍ର ଜଗତାପ ଓ ସ୍ତ୍ରୀ ନିଲା ଦେଢ଼ବର୍ଷର ଶିଶୁକନ୍ୟାଙ୍କୁ ହତ୍ୟା ପରେ ଉଭୟ ଆତ୍ମହତ୍ୟା କରିଥିଲେ। ଘର ସ୍କାଏ ଲାଇଟ୍‌ରେ ଝୁଲନ୍ତା ଅବସ୍ଥାରେ ୩ ମୃତଦେହ ଜବତ ହୋଇଥିଲା। ସେପଟେ ଏପ୍ରିଲ ୩୦ରେ ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ସାନରେଙ୍ଗାଲି ଗ୍ରାମରେ ବିଦ୍ୟୁତ କଟିବା କାରଣକୁ ନେଇ ଏକ ପରିବାରରେ ଗଣ୍ଡଗୋଳ ହୋଇଥିଲା। ସାନଭାଇ ସଞ୍ଜୟ ମୁଣ୍ଡାଙ୍କୁ ଦୁଇ ବଡ଼ଭାଇ ଶିୟୁ ମୁଣ୍ଡା ଓ ଆନନ୍ଦ ମୁଣ୍ଡା ଠେଙ୍ଗାରେ ପିଟି ହତ୍ୟା କରିଥିଲେ। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା କଖାରୁଣୀ ଗ୍ରାମରେ ମେ ୪ରେ ଏକ ଦୁଃଖଦ ଘଟଣା ଘଟିଥିଲା। ବାପ ଘରୁ ବାଇକ ନ ଆଣିବାରୁ ସୁଭଦ୍ରାଙ୍କୁ ତାଙ୍କ ସ୍ବାମୀ ଚିତ୍ତ ମଲିକ ଏକ ଲୁହା ପାଇପ୍‌ରେ ପିଟି ହତ୍ୟା କରିଥିଲେ। ପାରିବାରିକ ହିଂସାରୁ ଏଭଳି ପ୍ରାୟ ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ହତ୍ୟା, ଆତ୍ମହତ୍ୟା ଓ ଆକ୍ରମଣ ଭଳି ଘଟଣା ଘଟୁଥିବା ନଜରକୁ ଆସିଛି। ତେବେ ସୁଖ, ଶାନ୍ତି, ପ୍ରେମ, ମୈତ୍ରୀ ବଦଳରେ ଜଣେ ସାମାଜିକ ମଣିଷ କାହିଁକି ଏତେ କ୍ରୂର ଓ ନୃଶଂସ ହୋଇପଡୁଛି? ଏହାର ସମାଧାନର ବାଟ କ’ଣ? ଏହା ଆମ ସମସ୍ତଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri