ଖୋଲା ଡ୍ରେନ୍‌ରେ ମଳ ଛାଡୁଛନ୍ତି ଘରୋଇ ଅନୁଷ୍ଠାନ

ଭୁବନେଶ୍ୱର,୧୦।୨ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରକୁ ସ୍ବଚ୍ଛ ସହରରେ ପରିଣତ କରିବା ପାଇଁ ଭୁବନେଶ୍ବରକୁ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ବାହ୍ୟମଳ ମୁକ୍ତ ସହର ତଥା ଓଡିଏଫ୍‌++ ମାନ୍ୟତା ମିଳିଛି। କିନ୍ତୁ ବାସ୍ତବ ଚିତ୍ର ସାଧାରଣରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକାଧିକ କୋଠା, ହଷ୍ଟେଲ, ହୋଟେଲ ଆଦି ଘରୋଇ ଅନୁଷ୍ଠାନ ବେଆଇନ ଭାବେ ଗଢ଼ି ଉଠୁଛି। ଯେଉଁମାନଙ୍କର ନିଜସ୍ବ ମଳ ପରିଚାଳନା ବନ୍ଦୋବସ୍ତ ନାହିଁ, ଉକ୍ତ ହଷ୍ଟେଲ, ହୋଟେଲର ମଳ ଓ ଅନ୍ୟ ବର୍ଜ୍ୟ ଖୋଲା ଡ୍ରେନରେ ଛାଡ଼ୁଛନ୍ତି। ଫଳରେ ମଳ ଖୋଲା ଡ୍ରେନରେ ଆସୁଥିବାରୁ ଦୁର୍ଗନ୍ଧ ହେବା ସହ ଯାତାୟାତାରେ ଅସୁବିଧା ହେଉଛି। ବର୍ଜ୍ୟଜଳକୁ ମୋଟର ସାହାଯ୍ୟରେ ନାଳରେ ଛାଡ଼ୁଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ) ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଦୃଷ୍ଟି ଆକଷର୍ର୍ଣ କରିଥିଲେ। ଏ ନେଇ ସମ୍ପୃକ୍ତ ମାଲିକଙ୍କୁ ବିଏମ୍‌ସି ଓ ଇଡ୍‌କୋ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଏହାସତ୍ତ୍ୱେ ଉକ୍ତ କୋଠାରୁ ଗୁରୁବାର ବର୍ଜ୍ୟ ଡ୍ରେନ୍‌ରେ ଛଡ଼ାଯାଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ଅନ୍ୟପଟେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବର୍ଷକୁ ମାତ୍ର ଥରେ ବର୍ଷାଦିନ ପୂର୍ବରୁ ଇଡ୍‌କୋ ପକ୍ଷରୁ ଡ୍ରେନ ସଫେଇ କରାଯାଉଛି। ଏହି ଶିଳ୍ପାଞ୍ଚଳର ଏକାଧିକ କୋଠା ଏବେ ଇଡ୍‌କୋର ବିନା ଅନୁମତିରେ ଚାଲିଛି। ଇଡ୍‌କୋ ପକ୍ଷରୁ ଏକାଧିକ ପ୍ଲଟକୁ ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ଉକ୍ତ ପ୍ଲଟରେ ମୂଳ ମାଲିକ ଅନୁପସ୍ଥିତ ଥିବାବେଳେ ତତ୍କାଳୀନ ମାଲିକ ଉକ୍ତ ପ୍ଲଟ ଉପରେ ହାଇକୋର୍ଟରୁ ସ୍ଥାଗିତାଦେଶ ଆଣିଛନ୍ତି। ଫଳରେ ଉକ୍ତ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଇଡ୍‌କୋ ପକ୍ଷରୁ କାର୍ଯ୍ୟାନଷ୍ଠାନ ଗ୍ରହଣ ସମ୍ଭବ ହେଉ ନାହିଁ। ସେପଟେ ଉକ୍ତ ହଷ୍ଟେଲ ଓ ହୋଟେଲ ମାଲିକଙ୍କ ମନମାନି ଦିନକୁ ଦିନ ବଢ଼ୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ସୂଚନାଥାଉ କି, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପ୍ଲଟ ନଂ.୧୬୪ ଓ ଏହାର ସଲଂଗ୍ନ ପ୍ଲଟରେ ନିଜସ୍ବ ମଳ ପରିଚଳନା ବ୍ୟବସ୍ଥା ନାହିଁ କିମ୍ବା ସେମାନଙ୍କର କୋଠାରୁ ବାହାରୁ ଥିବା ବର୍ଜ୍ୟ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଇଡ୍‌କୋ ଅଧକାରୀଙ୍କ ଯାଞ୍ଚରେ ଅବହେଳା ପାଇଁ ଏପରି ବେଆଇନ କାର୍ଯ୍ୟ ହେଉଥିବା ଲୋକ ଅଭିଯୋଗ କରିଛନ୍ତି। ମଞ୍ଚେଶ୍ବର ଏମ୍‌ଏସ୍‌ଏମ୍‌ଇ-୧ କାର୍ଯ୍ୟାଳୟର ବିଭାଗର ଇଡ୍‌କୋ ଅଧିକାରୀଙ୍କ କହିବାନୁସାରେ ପ୍ରତ୍ୟେକ କୋଠାରୁ ବାହାରୁ ଥିବା ମଳ ଓ ବର୍ଜ୍ୟ ଜଳ ପରିଚାଳନା ଦାୟିତ୍ୱ ମାଲିକଙ୍କୁ ଦିଆଯାଇଛି। ଡ୍ରେନରେ କେବଳ ବର୍ଷାଜଳ ପ୍ରବାହିତ ହେବା ପାଇଁ ନିର୍ମାଣ କରାଯାଇଛି। ନିଜ ଘରୁ ବା ଅନୁଷ୍ଠାନରୁ ବାହାରୁ ଥିବା ବର୍ଜ୍ୟ ଜଳକୁ ବାହାରେ ଛାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ବର୍ଜ୍ୟ ନିଷ୍କାସନ ସଂଯୋଗ ନ କାଟିଲେ କାର୍ଯ୍ୟାନୁଷ୍ଠାନ
ଇଡ୍‌କୋ ଅଧୀନରେ ସମ୍ପୃକ୍ତ ଅନୁଷ୍ଠାନ ରହୁଛି। ତେଣୁ ପରିମଳ ବ୍ୟବସ୍ଥାର ତଦାରଖ ଦାୟିତ୍ୱ ମଧ୍ୟ ଇଡ୍‌କୋର ରହିଛି। ଏପରି ଅଭିଯୋଗ ପାଇ ବିଏମ୍‌ସି ପକ୍ଷରୁ ଇଡ୍‌କୋକୁ ଅବଗତ କରାଯାଇଛି। ଅନ୍ୟପଟେ ୧୦ଦିନ ମଧ୍ୟରେ ଡ୍ରେନରୁ ମଳାଦି ବର୍ଜ୍ୟ ନିଷ୍କାସନ ପାଇଁ ସଂଯୋଗ କାଟିବାକୁ ଇଡ୍‌କୋ ପକ୍ଷରୁ ସମ୍ପୃକ୍ତ ମାଲିକଙ୍କୁ ତାଗିଦ କରାଯାଇଥିଲା। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ପୁଣିଥରେ ଏଥିପ୍ରତି ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
– ପୁରନ୍ଦର ନନ୍ଦ, ଜୋନାଲ ଡେପୁଟି କମିଶନର(ଉତ୍ତର)
ଦିନରେ ମଇଳା ଆସୁଥିଲା, ଏବେ ରାତିରେ ଛାଡୁଛନ୍ତି
ଇଡ୍‌କୋ ପକ୍ଷରୁ ପରିମଳ ବ୍ୟବସ୍ଥାର ଯାଞ୍ଚ ହେଉ ନାହିଁ। ଯାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ପାଇଁ କିଛି ଅସାଧୁ ବ୍ୟକ୍ତି ନିଜସ୍ବ ମଳ ପରିଚାଳନା ବ୍ୟବସ୍ଥା ନ ଆପଣାଇ ଖୋଲା ଡ୍ରେନରେ ଏପରି ଆବର୍ଜନା ଛାଡ଼ୁଛନ୍ତି। ପୂର୍ବରୁ ମଇଳା ପାଣି ଦିନରେ ବି ଆସୁଥିଲା, ହେଲେ ଏନେଇ ଅଭିଯୋଗ ହେବା ପରେ ମଇଳା ପାଣିକୁ ହୋଟେଲ ମାଲିକ ଓ ହଷ୍ଟେଲ କର୍ତ୍ତୃପକ୍ଷ ରାତିରେ ଛାଡ଼ୁଛନ୍ତି। ପୂର୍ବରୁ ନାଳ ସଫା ହେଉଥିବାରୁ ଦୁର୍ଗନ୍ଧ କମ୍‌ ହେଉଥିଲା ହେଲେ ଏବେ ଉକ୍ତ ମଇଳା ପାଣି ନାଳରେ ଜମି ରହୁଛି, ଫଳରେ ପ୍ରବଳ ଗନ୍ଧ ହେଉଛି।
– ଶ୍ରୀଧର ଜେନା, ସ୍ଥାନୀୟ ବ୍ୟବସାୟୀ
ନିୟମିତ ଡ୍ରେନ ସଫା ହେବା ଜରୁରୀ
ଶିଳ୍ପାଞ୍ଚଳର ପ୍ରାୟ ସବୁ ଗଳିକନ୍ଦି ଅବସ୍ଥା ସମାନ। ଅଳିଆ ଆବର୍ଜନା ରାସ୍ତାରୁ ଉଠୁ ନ ଥିବାବେଳେ ଡ୍ରେନ ମଧ୍ୟ ସଫା ହେଉନାହିଁ। ବନ୍ଦ ଡ୍ରେନ ଭିତରୁ ବାହାରୁ ଥିବା ଦୁର୍ଗନ୍ଧରେ ରାସ୍ତା ଯାତାୟାତ କରି ହେଉନି। ଛୋଟ ଛୋଟ ଗଳିର ଡ୍ରେନ ମୁଖ୍ୟ ରାସ୍ତାରେ ଆସି ମିଶିଛି , ସେଠାରେ ମଇଳା ପାଣି ଅଟକି ରହୁଛି ନିୟମିତ ଡ୍ରେନ ସଫା ହେଲେ ଓ ନିୟମ ଅନୁପାଳନ ନେଇ ଅଧିକାରୀ ଯତ୍ନବାନ ହେଲେ ଏପରି ସ୍ଥତି ଦେଖାଯିବ ନାହିଁ।
– ସନ୍ଦୀପ୍ତ ଶେଖର ପଣ୍ଡା, ଅଞ୍ଚଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?