Posted inଫୁରସତ

ତାପମାତ୍ରା ବଢିଲେ କୁକୁର କାମୁଡା ବଢେ

ଅଧିକ ତାପମାତ୍ରାରେ କୁକୁରମାନେ ଅଧିକ ରାଗିଯା’ନ୍ତି ବୋଲି ସଦ୍ୟତମ ଗବେଷଣାରୁ ଜାଣିବାକୁ ମିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତ ଏବଂ ମୌସୁମୀ ତୁଳନାରେ ଗ୍ରୀଷ୍ମ ଋତୁରେ କୁକୁର କାମୁଡ଼ିବା ଘଟଣା ୧୧ପ୍ରତିଶତ ବୃଦ୍ଧି ପାଇଥାଏ।

ସେହିପରି ଗରମ ବଢିଲେ ମଣିଷ ମଧ୍ୟ ପ୍ରଭାବିତ ହୋଇଥାଏ। ପ୍ରତିଟି କଥାରେ ସେମାନେ ବିରକ୍ତ ହୋଇଥା’ନ୍ତି। ଆମେରିକାର ଆରିଜୋନା ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ, ଅଧିକ ତାପମାତ୍ରା ଯୋଗୁ ଲୋକମାନେ ରାଗିବା ସହ ପରସ୍ପର ମଧ୍ୟରେ ଝଗଡା କରି’ଥାନ୍ତି। ଆମେରିକାର ଅନ୍ୟ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ତାପମାତ୍ରା ବୃଦ୍ଧି ହିଂସାକୁ ୪ଶତକଡା ଏବଂ ସାମୁହିକ ହିଂସାକୁ ୧୪% ବୃଦ୍ଧି କରିଥାଏ। ସେହିପରି ତାପମାତ୍ରା ବୃଦ୍ଧି ହେତୁ ସ୍ପେନରେ ସଡକ ଦୁର୍ଘଟଣାର ଆଶଙ୍କା ୭.୭% ବୃଦ୍ଧି ପାଇଛି।

ପ୍ରଖର ସୂର୍ଯ୍ୟ କିରଣ କିମ୍ବା ଅତିବାଇଗଣି ରଶ୍ମିର ସ୍ତର ଅଧିକ ଥିବାବେଳେ କୁକୁର କାମୁଡ଼ିବା ଘଟଣା ଅଧିକ ଦେଖାଯାଇଥାଏ। ୨୦୦୯ରୁ ୨୦୧୮ମଧ୍ୟରେ ଆମେରିକାର ୮ଟି ସହରରେ କୁକୁରଙ୍କୁ ନେଇ ଅନୁସନ୍ଧାନ କରାଯାଇଥିଲା। କୁକୁର କାମୁଡିବା ଘଟଣା ପ୍ରାୟ ୬୯,୫୨୫ ଥିଲା। ସେହିପରି ଅନୁସନ୍ଧାନରୁ ଆହୁରି ବି ଜଣାପଡିଛି କି, ତାପମାତ୍ରା ବଢିବା ଯୋଗୁ କେବଳ କୁକୁର କି ମଣିଷ ନୁହଁନ୍ତି ମାଙ୍କଡ ଏବଂ ମୂଷାମାନେ ମଧ୍ୟ ରାଗି ଯା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri