ଭୂତକୋଠି ପାଲଟିଛି ଗୋଷ୍ଠୀ ଶୌଚାଳୟ

କୁଜଙ୍ଗ,୧୩।୫ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କ୍ଷେତ୍ର ଓ ବାଣିଜ୍ୟ କେନ୍ଦ୍ର ଭାବେ କୁଜଙ୍ଗ ପରିଚିତ। ଏଠାରେ ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ ଥାନା, ୫ ନ୍ୟାୟାଳୟ, ୫୦ରୁ ଉର୍ଦ୍ଧ୍ୱ ସରକାରୀ କାର୍ଯ୍ୟାଳୟ, ୧୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ କାର୍ଯ୍ୟ କରୁଛି। ବିଭିନ୍ନ କାମରେ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଠାକୁ ଆସନ୍ତି। ସେହିପରି ମିଶନ ଶକ୍ତି କାମରେ ବହୁ ମହିଳା ମଧ୍ୟ ଆସନ୍ତି। ମାତ୍ର ଝାଡ଼ା ଓ ପରିସ୍ରା ଯିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର ଦାବି ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟକୁ ଲାଗି ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। ୨୦୨୨ ନଭେମ୍ବରରେ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ଇତିମଧ୍ୟରେ ମଧ୍ୟ ସାତ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଏହା ଭୂତକୋଠି ପରି ଲାଗୁଛି। ଉକ୍ତ ଶୌଚାଳୟ ନିର୍ମାଣରେ ବ୍ଲକ ପ୍ରଶାସନ ପକ୍ଷରୁ ୨ ଲକ୍ଷ ୧୦ ହଜାର ଓ ପଞ୍ଚାୟତ ପକ୍ଷରୁ ୯୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ମୋଟ୍‌ ୩ ଲକ୍ଷ ଟଙ୍କାରେ ଏହାକୁ ନିର୍ମାଣ କରାଯାଇଛି। ଏହି ଶୌଚାଳୟରେ ଗୋଟିଏ ପୁରୁଷ, ଗୋଟିଏ ମହିଳା ଓ ଅନ୍ୟଟି ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖା ଅଛି। ମାତ୍ର ଏଠାରେ ପାଣି ପାଇଁ ବ୍ୟବସ୍ଥା ନ ଥିବାବେଳେ କବାଟ ସବୁ ଅକାମୀ ହୋଇଯାଇଛି। ଫଳରେ ଏହା ଲୋକଙ୍କ କାମରେ ଲାଗୁନାହିଁ। ଏସମ୍ପର୍କରେ ବିଡିଓ ସୌମଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ କହିଛନ୍ତି, ଛାତ ଉପରେ ପାଣି ଟାଙ୍କି ଅଛି। ମାତ୍ର ପାଣି ସରିଯାଇ ଥାଇପାରେ। ପୁନର୍ବାର ମଟର ଚଲାଇଲେ ପାଣି ଆସିବ ବୋଲି କହିଛନ୍ତି। ଅନ୍ୟପଟେ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ କାହାକୁ ଦିଆଯାଇ ନ ଥିବାରୁ ଶୌଚାଳୟର ଏପରି ଅବସ୍ଥା ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଶୌଚାଳୟ କାର୍ଯ୍ୟକ୍ଷମ ନିମନ୍ତେ ଏକ ସ୍ବୟଂସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦେବାପାଇଁ ପଦକ୍ଷେପ ନିଆଯାଉଛି ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?