ବିଳମ୍ବିତ ରାତିରେ ଖୋଲୁନି ଔଷଧ ଦୋକାନ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରକୁ ସ୍ମାର୍ଟ ସିଟି କୁହାଯାଉଛି। ଏଠି ହାତ ପାହାନ୍ତାରେ ସବୁ କିଛି ମିଳିଯାଉଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ସେବା ଠିକ୍‌ ଭାବେ ମିଳିପାରୁନି। କେଉଁଠି ହସ୍ପିଟାଲରେ ରୋଗୀ ପାଇଁ ବେଡ୍‌ ନାହିଁ ତ ଆଉ କେଉଁଠି ଡାକ୍ତର ଅଭାବ। ସ୍ବାସ୍ଥ୍ୟସେବା ଏବଂ ଔଷଧ ଉପଲବ୍ଧ ଏକ ୨୪ଘଣ୍ଟିଆ ଜରୁରୀ ଆବଶ୍ୟକତା ହୋଇଥିବାବେଳେ ରାଜଧାନୀରେ ବିଳମ୍ବିତ ରାତିରେ ହାତଗଣତି କେତେକ ମେଡିସିନ ଷ୍ଟୋରକୁ ଛାଡ଼ିଦେଲେ ଅନ୍ୟସବୁ ଦୋକାନ ବନ୍ଦ ରହୁଛି। ଫଳରେ ରାତି ଅଧରେ କାହାର ମେଡିସିନ୍‌ର ଆବଶ୍ୟକ ପଡ଼ିଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ୨୪ ଘଣ୍ଟିଆ ଔଷଧ ଦୋକାନ ଖୋଲିବାକୁ ସାଧାରଣ ଲୋକେ ଦାବି କରୁଛନ୍ତି। ନିୟମ ଅନୁସାରେ ବିଳମ୍ବିତ ରାତିରେ ମେଡିସିନ୍‌ ଷ୍ଟୋର ଖୋଲିବାକୁ ଅନୁମତି ନେବାକୁ ପଡ଼ିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର କହୁଥିବାବେଳେ ବିଳମ୍ବିତ ରାତିରେ ଦୋକାନ ଖୋଲିଲେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ମେଡିସିନ ଦୋକାନୀ କହୁଛନ୍ତି। ଉଭୟ ଆବଶ୍ୟକତା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଳମ୍ବିତ ରାତିରେ ମେଡିସିନ୍‌ ଷ୍ଟୋର ଖୋଲାଗଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

 

ମେଡିସିନ୍‌ ଷ୍ଟୋର ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ରାତି ୧୦ଟା ୩୦ ପର୍ଯ୍ୟନ୍ତ ଚାଲେ। ଅଧିକ ରାତି ପର୍ଯ୍ୟନ୍ତ ଖୋଲିବାକୁ କୌଣସି ବାଧା ନାହିଁ କିମ୍ବା କଟକଣା ମଧ୍ୟ ନାହିଁ। କିନ୍ତୁ କିଛି ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପାଇଁ ଷ୍ଟୋର ବିଳମ୍ବିତ ରାତିରେ ଖୋଲାଯାଇ ପାରୁନାହିଁ। ଏପରି କି ରାତି ସମୟରେ ଡ୍ୟୁଟି କରିବା ପାଇଁ କର୍ମଚାରୀମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି।
– ଆର୍‌. କେ. ମହାପାତ୍ର, ବାଲାଜୀ ମେଡିସିନ୍‌ ଷ୍ଟୋର
ଆମ ଷ୍ଟୋର ଦିନ ୮ରୁ ରାତି ୧୧ପର୍ଯ୍ୟନ୍ତ ଖୋଲା ରୁହେ। ରାତି ସମୟରେ ଖୋଲିବାର ଆବଶ୍ୟକତା ମଧ୍ୟ ସେମିତି କିଛି ନାହିଁ। ଲୋକମାନଙ୍କ କୌଣସି ଅସୁବିଧା ହେଲେ ସେମାନେ ମେଡିକାଲ ପାଖରେ ଥିବା ଷ୍ଟୋରକୁ ଯାଆନ୍ତି। ସବୁଠାରୁ ବଡ଼ କଥା ହେଲା ରାତି ସମୟରେ ବେପାର ମଧ୍ୟ ଆଖିଦୃଶିଆ ନୁହେଁ।
– ଶିବ ପ୍ରସାଦ ସୁବୁଦ୍ଧି, ଲୋକନାଥ ମେଡିସିନ୍‌ ଷ୍ଟୋର
ରାତି ହେଲେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢ଼ୁଛି। ଲୋକଙ୍କ ଭଲ ପାଇଁ ରାତିରେ ମେଡିସିନ ଷ୍ଟୋର ଖୋଲା ରଖିବାକୁ ଚାହିଁଲେ ମଧ୍ୟ କିଛି ସୁରକ୍ଷା ଦୃଷ୍ଟିରୁ ଷ୍ଟୋର ଶୀଘ୍ର ବନ୍ଦ ରଖିବାକୁ ପଡ଼ୁଛି। ଟଙ୍କା ନ ଦେବା, ମେଡିସିନ୍‌ ଛଡ଼ାଇ ନେଇଯିବା, ଗାଳିଗୁଲଜ କରିବା ଆଦି ସମସ୍ୟାର ଆମେ ସମ୍ମୁଖୀନ ହୋଇଛୁ। ତେଣୁ ଏବେ ଷ୍ଟୋର ୧୧ ପର୍ଯ୍ୟନ୍ତ ଖୋଲୁଛୁ।
– କାର୍ତ୍ତିକ କର, ଶହୀଦନଗର ଆପୋଲୋ ଫାର୍ମାସି
ମେଡିସିନ୍‌ ଷ୍ଟୋର ଲୋକଙ୍କ ସେବା ପାଇଁ ରାତିଦିନ ଖୋଲା ରହିବା କଥା। କେତେବେଳେ କେଉଁ ମୁହୂର୍ତ୍ତରେ ଦରକାର ପଡ଼ିବ ତାହା କହିହେବ ନାହିଁ। ଆଖପାଖ ଷ୍ଟୋର ଖୋଲା ନ ରହିଲେ ଆବଶ୍ୟକ ସମୟରେ ଦୂର ସ୍ଥାନକୁ ଯାଇ ମେଡିସିନ୍‌ ଆଣିବା ବେଳକୁ କିଛି ବି ଘଟି ଯାଇପାରେ। ଆଗରୁ ମେଡିସିନ୍‌ ଷ୍ଟୋରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିଲା କିନ୍ତୁ ଏବେ ଶୀଘ୍ର ବନ୍ଦ ହୋଇଯାଉଛି, ଯଦ୍ଦ୍ବାରା ଅନେକ ସମୟରେ ହଇରାଣ ହେବାକୁ ପଡ଼ୁଛି।
– ରମେଶ ଚନ୍ଦ୍ର ନନ୍ଦ, ରାଜଧାନୀ ବାସିନ୍ଦା
ରାତିରେ ଖୋଲିବାର କିଛି ଅସୁବିଧା ନାହିଁ। କିନ୍ତୁ ରାତିରେ ବ୍ୟବସାୟ କେତେ ହେବ ସେଇଟା ଜାଣିବା ଦରକାର। ରାତିରେ ପ୍ରାୟ ୨ ରୁ ୩ଜଣ ଔଷଧ କିଣିବାକୁ ଆସିବେ। ଏହାଛଡ଼ା ରାତିରେ ଦୋକାନ ଖୋଲିଲେ ଅଧିକ କର୍ମଚାରୀ ରଖିବାକୁ ପଡ଼ିବ। ତେଣୁ ସବୁ ଔଷଧ ଦୋକାନ ଯଦି ରାତିରେ ଖୋଲିବ କିଛି ଲାଭ ହେବ ନାହିଁ। ଏଥିପାଇଁ ସରକାର କିଛି ସ୍ବତନ୍ତ୍ର ଦୋକାନକୁ ରାତିରେ ଖୋଲିବାକୁ ଅନୁମତି ଦିଅନ୍ତୁ।
– ପି. ସତ୍ୟନାରାୟଣ, ସଭାପତି, ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ
ଯେଉଁ ଔଷଧ ଦୋକାନୀ ରାତିରେ ଖୋଲିବାକୁ ଚାହିଁବେ, ସେମାନେ ଖୋଲିପାରିବେ। ଏଥିପାଇଁ ଅଧିକ ଫାର୍ମାସିଷ୍ଟ ରଖିବାକୁ ପଡ଼ିବ। ଯଦି କେହି ୨୪ ଘଣ୍ଟିଆ ଖୋଲିବାକୁ ଚାହୁଛନ୍ତି, ତେବେ ସେମାନେ ୩ଜଣ ଫାର୍ମାସିଷ୍ଟ ରଖିବାକୁ ପଡ଼ିବ। କାରଣ ଲେବର ଆକ୍ଟ ଅନୁସାରେ ଜଣେ କର୍ମଚାରୀ ୮ଘଣ୍ଟା ଡ୍ୟୁଟି କରିବେ। ସେଥିପାଇଁ ଯିଏ ୨୪ ଘଣ୍ଟିଆ ଖୋଲିବାକୁ ଚାହିଁବେ, ସେମାନେ ଉପଯୁକ୍ତ କାଗଜାଦି ସହ ଆବେଦନ କଲେ ତାଙ୍କୁ ଅନୁମତି ମିଳିପାରିବ।
– ସୁବୋଧ କୁମାର ନାୟକ,
ଡ୍ରଗ୍‌ସ କଣ୍ଟ୍ରୋଲର, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri