ବିଳମ୍ବିତ ରାତିରେ ଖୋଲୁନି ଔଷଧ ଦୋକାନ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରକୁ ସ୍ମାର୍ଟ ସିଟି କୁହାଯାଉଛି। ଏଠି ହାତ ପାହାନ୍ତାରେ ସବୁ କିଛି ମିଳିଯାଉଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ସେବା ଠିକ୍‌ ଭାବେ ମିଳିପାରୁନି। କେଉଁଠି ହସ୍ପିଟାଲରେ ରୋଗୀ ପାଇଁ ବେଡ୍‌ ନାହିଁ ତ ଆଉ କେଉଁଠି ଡାକ୍ତର ଅଭାବ। ସ୍ବାସ୍ଥ୍ୟସେବା ଏବଂ ଔଷଧ ଉପଲବ୍ଧ ଏକ ୨୪ଘଣ୍ଟିଆ ଜରୁରୀ ଆବଶ୍ୟକତା ହୋଇଥିବାବେଳେ ରାଜଧାନୀରେ ବିଳମ୍ବିତ ରାତିରେ ହାତଗଣତି କେତେକ ମେଡିସିନ ଷ୍ଟୋରକୁ ଛାଡ଼ିଦେଲେ ଅନ୍ୟସବୁ ଦୋକାନ ବନ୍ଦ ରହୁଛି। ଫଳରେ ରାତି ଅଧରେ କାହାର ମେଡିସିନ୍‌ର ଆବଶ୍ୟକ ପଡ଼ିଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ୨୪ ଘଣ୍ଟିଆ ଔଷଧ ଦୋକାନ ଖୋଲିବାକୁ ସାଧାରଣ ଲୋକେ ଦାବି କରୁଛନ୍ତି। ନିୟମ ଅନୁସାରେ ବିଳମ୍ବିତ ରାତିରେ ମେଡିସିନ୍‌ ଷ୍ଟୋର ଖୋଲିବାକୁ ଅନୁମତି ନେବାକୁ ପଡ଼ିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର କହୁଥିବାବେଳେ ବିଳମ୍ବିତ ରାତିରେ ଦୋକାନ ଖୋଲିଲେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ମେଡିସିନ ଦୋକାନୀ କହୁଛନ୍ତି। ଉଭୟ ଆବଶ୍ୟକତା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଳମ୍ବିତ ରାତିରେ ମେଡିସିନ୍‌ ଷ୍ଟୋର ଖୋଲାଗଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

 

ମେଡିସିନ୍‌ ଷ୍ଟୋର ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ରାତି ୧୦ଟା ୩୦ ପର୍ଯ୍ୟନ୍ତ ଚାଲେ। ଅଧିକ ରାତି ପର୍ଯ୍ୟନ୍ତ ଖୋଲିବାକୁ କୌଣସି ବାଧା ନାହିଁ କିମ୍ବା କଟକଣା ମଧ୍ୟ ନାହିଁ। କିନ୍ତୁ କିଛି ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପାଇଁ ଷ୍ଟୋର ବିଳମ୍ବିତ ରାତିରେ ଖୋଲାଯାଇ ପାରୁନାହିଁ। ଏପରି କି ରାତି ସମୟରେ ଡ୍ୟୁଟି କରିବା ପାଇଁ କର୍ମଚାରୀମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି।
– ଆର୍‌. କେ. ମହାପାତ୍ର, ବାଲାଜୀ ମେଡିସିନ୍‌ ଷ୍ଟୋର
ଆମ ଷ୍ଟୋର ଦିନ ୮ରୁ ରାତି ୧୧ପର୍ଯ୍ୟନ୍ତ ଖୋଲା ରୁହେ। ରାତି ସମୟରେ ଖୋଲିବାର ଆବଶ୍ୟକତା ମଧ୍ୟ ସେମିତି କିଛି ନାହିଁ। ଲୋକମାନଙ୍କ କୌଣସି ଅସୁବିଧା ହେଲେ ସେମାନେ ମେଡିକାଲ ପାଖରେ ଥିବା ଷ୍ଟୋରକୁ ଯାଆନ୍ତି। ସବୁଠାରୁ ବଡ଼ କଥା ହେଲା ରାତି ସମୟରେ ବେପାର ମଧ୍ୟ ଆଖିଦୃଶିଆ ନୁହେଁ।
– ଶିବ ପ୍ରସାଦ ସୁବୁଦ୍ଧି, ଲୋକନାଥ ମେଡିସିନ୍‌ ଷ୍ଟୋର
ରାତି ହେଲେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢ଼ୁଛି। ଲୋକଙ୍କ ଭଲ ପାଇଁ ରାତିରେ ମେଡିସିନ ଷ୍ଟୋର ଖୋଲା ରଖିବାକୁ ଚାହିଁଲେ ମଧ୍ୟ କିଛି ସୁରକ୍ଷା ଦୃଷ୍ଟିରୁ ଷ୍ଟୋର ଶୀଘ୍ର ବନ୍ଦ ରଖିବାକୁ ପଡ଼ୁଛି। ଟଙ୍କା ନ ଦେବା, ମେଡିସିନ୍‌ ଛଡ଼ାଇ ନେଇଯିବା, ଗାଳିଗୁଲଜ କରିବା ଆଦି ସମସ୍ୟାର ଆମେ ସମ୍ମୁଖୀନ ହୋଇଛୁ। ତେଣୁ ଏବେ ଷ୍ଟୋର ୧୧ ପର୍ଯ୍ୟନ୍ତ ଖୋଲୁଛୁ।
– କାର୍ତ୍ତିକ କର, ଶହୀଦନଗର ଆପୋଲୋ ଫାର୍ମାସି
ମେଡିସିନ୍‌ ଷ୍ଟୋର ଲୋକଙ୍କ ସେବା ପାଇଁ ରାତିଦିନ ଖୋଲା ରହିବା କଥା। କେତେବେଳେ କେଉଁ ମୁହୂର୍ତ୍ତରେ ଦରକାର ପଡ଼ିବ ତାହା କହିହେବ ନାହିଁ। ଆଖପାଖ ଷ୍ଟୋର ଖୋଲା ନ ରହିଲେ ଆବଶ୍ୟକ ସମୟରେ ଦୂର ସ୍ଥାନକୁ ଯାଇ ମେଡିସିନ୍‌ ଆଣିବା ବେଳକୁ କିଛି ବି ଘଟି ଯାଇପାରେ। ଆଗରୁ ମେଡିସିନ୍‌ ଷ୍ଟୋରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିଲା କିନ୍ତୁ ଏବେ ଶୀଘ୍ର ବନ୍ଦ ହୋଇଯାଉଛି, ଯଦ୍ଦ୍ବାରା ଅନେକ ସମୟରେ ହଇରାଣ ହେବାକୁ ପଡ଼ୁଛି।
– ରମେଶ ଚନ୍ଦ୍ର ନନ୍ଦ, ରାଜଧାନୀ ବାସିନ୍ଦା
ରାତିରେ ଖୋଲିବାର କିଛି ଅସୁବିଧା ନାହିଁ। କିନ୍ତୁ ରାତିରେ ବ୍ୟବସାୟ କେତେ ହେବ ସେଇଟା ଜାଣିବା ଦରକାର। ରାତିରେ ପ୍ରାୟ ୨ ରୁ ୩ଜଣ ଔଷଧ କିଣିବାକୁ ଆସିବେ। ଏହାଛଡ଼ା ରାତିରେ ଦୋକାନ ଖୋଲିଲେ ଅଧିକ କର୍ମଚାରୀ ରଖିବାକୁ ପଡ଼ିବ। ତେଣୁ ସବୁ ଔଷଧ ଦୋକାନ ଯଦି ରାତିରେ ଖୋଲିବ କିଛି ଲାଭ ହେବ ନାହିଁ। ଏଥିପାଇଁ ସରକାର କିଛି ସ୍ବତନ୍ତ୍ର ଦୋକାନକୁ ରାତିରେ ଖୋଲିବାକୁ ଅନୁମତି ଦିଅନ୍ତୁ।
– ପି. ସତ୍ୟନାରାୟଣ, ସଭାପତି, ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ
ଯେଉଁ ଔଷଧ ଦୋକାନୀ ରାତିରେ ଖୋଲିବାକୁ ଚାହିଁବେ, ସେମାନେ ଖୋଲିପାରିବେ। ଏଥିପାଇଁ ଅଧିକ ଫାର୍ମାସିଷ୍ଟ ରଖିବାକୁ ପଡ଼ିବ। ଯଦି କେହି ୨୪ ଘଣ୍ଟିଆ ଖୋଲିବାକୁ ଚାହୁଛନ୍ତି, ତେବେ ସେମାନେ ୩ଜଣ ଫାର୍ମାସିଷ୍ଟ ରଖିବାକୁ ପଡ଼ିବ। କାରଣ ଲେବର ଆକ୍ଟ ଅନୁସାରେ ଜଣେ କର୍ମଚାରୀ ୮ଘଣ୍ଟା ଡ୍ୟୁଟି କରିବେ। ସେଥିପାଇଁ ଯିଏ ୨୪ ଘଣ୍ଟିଆ ଖୋଲିବାକୁ ଚାହିଁବେ, ସେମାନେ ଉପଯୁକ୍ତ କାଗଜାଦି ସହ ଆବେଦନ କଲେ ତାଙ୍କୁ ଅନୁମତି ମିଳିପାରିବ।
– ସୁବୋଧ କୁମାର ନାୟକ,
ଡ୍ରଗ୍‌ସ କଣ୍ଟ୍ରୋଲର, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?