ଆରମ୍ଭ ହେଲା ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି)ର ତୃତୀୟ ସଂସ୍କରଣ ଶୁକ୍ରବାର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆରମ୍ଭ ହୋଇଛି। ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ୱର (ଏଫଏସ୍‌ବି) ପକ୍ଷରୁ ଆୟୋଜିତ ଏହି ୩ଦିନିଆ ଫେଷ୍ଟିଭାଲରେ ବିଭିନ୍ନ ସ୍ଥାନରୁ ସିନେପ୍ରେମୀ, ନିର୍ମାତାଙ୍କ ଉପସ୍ଥିତି ସହ ବହୁ ଭାଷାର ଫିଲ୍ମ ପ୍ରଦର୍ଶିତ ହେଉଛି।
ଓଡ଼ିଆ ଫିଲ୍ମ ନିର୍ମାତା ଲିପିକା ସିଂ ଦରାଇଙ୍କ ଫିଲ୍ମ ‘ବ୍ୟାକଷ୍ଟେଜ’ ପ୍ରଦର୍ଶନ ସହ ଫେଷ୍ଟିଭାଲ ଆରମ୍ଭ ହୋଇଥିଲା। ଓଡ଼ିଶାର ପପିଟିୟରଙ୍କ (କଣ୍ଢେଇନାଚ କରାଉଥିବା ବ୍ୟକ୍ତି) ଜୀବନ ଏବଂ ସମୟକୁ ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି। ଏଥିରେ ଗ୍ଲୋଭ୍‌, ଷ୍ଟିଙ୍ଗ ବା ସୂତା, ରଡ଼ ଏବଂ ଛାୟା ଭଳି ଚାରି ପ୍ରକାର ପପେଟ୍ରି (କଣ୍ଢେଇ ନାଚ) ପ୍ରଦର୍ଶିତ ହୋଇଛି। ଏହି ଫିଲ୍ମଟି ୩୯ତମ ଅସୋଲୋ ଆର୍ଟ ଫିଲ୍ମ ଫେଷ୍ଟିଭାଲ ଇଟାଲୀ ଏବଂ ୫୨ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ, ଆଇଏଫ୍‌ଏଫ୍‌ଆଇ ସମେତ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଛି। ଏହାର ନିର୍ଦ୍ଦେଶକ ଏବଂ ଦର୍ଶକଙ୍କ ମଧ୍ୟରେ ଏକ ପ୍ରତ୍ୟେକ୍ଷ ବାର୍ତ୍ତାଳାପ ସହିତ ଏହାର ସ୍କ୍ରିନିଂ ଆରମ୍ଭ କରାଯାଇଥିଲା। ସେହିଭଳି ଅନ୍ୟ ୬ଟି ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଛି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଥୁଭାସରିଙ୍କ ‘ସିଟି ଗର୍ଲସ’, ଯୋଶୁଆ କ୍ୱାଡ୍ରାସଙ୍କ ‘ଆର୍ମାଚ୍ୟୋର୍‌’, କସ୍ତୁରୀ ବାସୁ ଏବଂ ଦ୍ୱୈପାୟନ ବାନାର୍ଜୀଙ୍କ ‘ବିଡ୍‌ ଫର୍‌ ବେଙ୍ଗଲ’, ମଞ୍ଜୁଲ ବରାହଙ୍କ ‘ଏନୋଫୋବିୟା’ ଏବଂ ପ୍ରିୟା ନରେଶଙ୍କ ‘ସ୍ମଲ୍‌ ଟାଇମ୍‌ ସିନେମା’। ସମାନ୍ତରାଳ ସ୍କ୍ରିନିଂ ପାଇଁ ଏହି ସ୍ଥାନରେ ଦୁଇଟି ଜୋନ୍‌ ରହିଛି। ପ୍ରଥମ ଜୋନ୍‌ର ପ୍ରଥମଦିନ ପ୍ରିୟା ଥୁଭାସରିଙ୍କ ଫିଲ୍ମ ‘ସିଟି ଗର୍ଲ’ ସହ ଆରମ୍ଭ ହୋଇଛି। ଏହା ଭାରତର ଛୋଟ ସହରରୁ ଆସି ଦିଲ୍ଲୀରେ ରହୁଥିବା ଦୁଇ ଝିଅଙ୍କ କାହାଣୀ କହିଛି।
ଉଦ୍‌ଘାଟନୀ ଉତ୍ସବରେ ‘କଲର ଅଫ୍‌ ଲାଇଫ୍‌’ର ନିର୍ଦ୍ଦେଶକ ପ୍ରବୀଣ ମୋଚ୍ଛାଲେ, ‘ବ୍ୟାକ୍‌ଷ୍ଟେଜ୍‌’ର ନିର୍ଦ୍ଦେଶିକା ଲିପିକା ସିଂ ଦରାଇ ଏବଂ ‘ଏ ବିଡ୍‌ ଫର୍‌ ବେଙ୍ଗଲ’ର କସ୍ତୁରୀ ବାସୁ ଓ ଦ୍ୱୈପାୟନ ବାନାର୍ଜୀଙ୍କ ସମେତ ଉତ୍ସବର ଆୟୋଜକ ଶିବପଦ ସ୍ବାଇଁ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ। ଉପସ୍ଥିତ ଅତିଥିମାନେ ସିନେମା ଓ ଜୀବନର ସାମ୍ପ୍ରତିକ ଦୃଶ୍ୟରେ ଡକ୍ୟୁମେଣ୍ଟାରି ଫିଲ୍ମର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?