Posted inଜାତୀୟ

ବୃଦ୍ଧି ହେବ ଡାକ୍ତରଙ୍କ ଅବସର ବୟସ ସୀମା

ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଡାକ୍ତରଙ୍କ ଅବସର ବୟସ ସୀମାକୁ ଆଉ ୫ ବର୍ଷ ବଢାଇବାକୁ ନିଷ୍ପତ୍ତିି ନେଇଛନ୍ତି । ଏଥିପାଇଁ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏମିତି ପ୍ରସ୍ତାବକୁ ନେଇ କେତେକ ଡାକ୍ତର ଖୁସିଥିବା ବେଳେ ଅନ୍ୟ କେତେକ ଏହାକୁ ବିରୋଧ କରୁଛନ୍ତି । ବର୍ତ୍ତମାନ ଡାକ୍ତରଙ୍କ ଅବସର ବୟସ ସୀମା ରହିଛି ୬୫ ଏହାକୁ ଆଉ ୫ ବର୍ଷ ବୃଦ୍ଧି କରାଗଲେ ଡାକ୍ତରଙ୍କ ଅବସର ବୟସ ସୀମା ୭୦ ହୋଇଯିବ । ତେବେ କରୋନା ସମୟରେ ଡାକ୍ତରଙ୍କ ଅଭାବକୁ ପରିଲକ୍ଷିତ କରି ଯୋଗୀ ସରକାର ଏଭଳି ପ୍ରସ୍ତାବ ଆଣିଥିବା କୁହାଯାଉଛି । ଏହାସହ ଅନୁଭବି ଡାକ୍ତରଙ୍କଠାରୁ ଭଲ ସେବା ମିଳିବ ବୋଲି ମଧ୍ୟ ଚିନ୍ତା କରାଯାଇଛି । ହେଲେ ଲକ୍ଷ୍ନୌରେ ଥିବା ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନର ଫ୍ୟାକଲ୍ଟି ଫୋରମ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ବିରୋଧ କରିଛି । ଫୋରମର ସଦସ୍ୟଙ୍କ କହିବା କଥା ହେଲା ବୟସ ବଢିବା ସହ ଶାରୀରିକ ଓ ମାନସିକ ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ଅଧିକ ବୟସର ଡାକ୍ତର ଭଲ ଚିକିତ୍ସା କରି ନ ପାରନ୍ତି । ଏହାସହ ଯଦି ଜଣେ ଡାକ୍ତର ୭୦ ବର୍ଷ ବୟସ ପର୍ଯ୍ୟନ୍ତ କାମ କରନ୍ତି ତେବେ ନୂଆମାନଙ୍କୁ ସୁଯୋଗ ମିଳିପାରିବ ନାହିଁ । ତେଣୁ ଏହି ବୟସସୀମା ବୃଦ୍ଧି କରିବା ଅନୁଚିତ । ଅନ୍ୟପଟେ ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ବୟସ ବଢିଲେ ଅନୁଭୁତି ବଢିଥାଏ । ତେଣୁ ଜଣେ ଅଧିକ ବୟସର ଡାକ୍ତର ରୋଗୀଙ୍କର ଭଲ ଚିକିତ୍ସା କରିପାରିବେ । ଏମିତି ଦେଖାଯାଇଛି କି ଅବସର ପରେ ଡାକ୍ତରମାନେ ନିଜର କ୍ଲିନିକ ଖୋଲି ବସୁଛନ୍ତି ଅବା କୌଣସି ଘରୋଇ ଡାକ୍ତରଖାନାରେ କାମ କରୁଛନ୍ତି । ତେଣୁ ଏହି ସମୟ ମଧ୍ୟରେ ସେ ଯଦି ସରକାରଙ୍କୁ ସେହି ସେବା ଯୋଗାଇ ଦିଅନ୍ତି ତେବେ ସେଥିରେ ସମସ୍ତଙ୍କର ଲାଭ ହେବ । ଏହି ପ୍ରସ୍ତାବ କ୍ୟାବିନେଟରେ ମଞ୍ଜୁରୀ ପାଇବା ପରେ ଯାଇ ଲାଗୁ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri