ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ

ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ଦେଖାଯାଇଛି। ନିକଟରେ ଆସିଥିବା ଏକ ଫଟୋରୁ ଏହା ସ୍ପଷ୍ଟ ବାରି ହୋଇପଡିଛି। ଉକ୍ତ ଫଟୋରେ ଦେଖିବାକୁ ମିଳିଥିଲା ଜଣେ ଡାକ୍ତର ଏକ ଟ୍ରଲିରେ ବସି କୋଭିଡ କେୟାର ସେଣ୍ଟରକୁ ଯାତ୍ରା କରୁଛନ୍ତି। ଏହା ବିହାରର ସୁପୌଲର ବୋଲି ଜଣାପଡିଛି। ସେଠାରେ ଥିବା କୋଭିଡ-୧୯ ସେଣ୍ଟରରେ ପାଣି ପଶି ଯିବାରୁ ଡାକ୍ତର ଅମରେନ୍ଦ୍ର କୁମାର ଏକ ଟ୍ରଲିରେ ବସି ସେଠାକୁ ଯିବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏବେ ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଥିବା ବେଳେ ରୋଗୀଙ୍କୁ ସଠିକ୍‌ ଚିକିତ୍ସା ମିଳି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ବିହାରର ରାଜ୍ୟପାଳଙ୍କ ନିବାସଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିବାସ ପର୍ଯ୍ୟନ୍ତ ସବୁଠି କରୋନା ପହଞ୍ଚି ସାରିଥିବା ବେଳେ ସ୍ବାସ୍ଥ୍ୟସେବା ନ ମିଳିବା ଦୁଃଖର ବିଷୟ ବୋଲି କୁହାଯାଉଛି। ନିକଟରେ ଗୃହ ବିଭାଗର ଜଣେ ସଚିବଙ୍କୁ ୨୪ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା ନ ମିଳିବାରୁ କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସିଏମ୍‌ଓର ପରାମର୍ଶ: ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସ୍କୁଲ ଫି’ ହ୍ରାସ/ସ୍ଥଗିତ ରଖାଯାଉ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟରେ ଏବେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏହାଫଳରେ ଆର୍ଥିକ ବୋଝ ବଢ଼ିଛି। ଏପରି କରିବା ଦ୍ୱାରା ଅଭିଭାବକମାନଙ୍କ ରୋଜଗାର...

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୨ା୨: ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି...

ହାତରେ ଫାର୍ଶା ଧରି ନିଜ ଦଳର ନେତାଙ୍କୁ ଧମକାଇଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୧।୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନିଜ ଦଳର ନେତାଙ୍କ ବେକ ଫାର୍ଶାରେ...

ବାରାକ ଓବାମା କରୋନା ପଜିଟିଭ୍‌, ନେଇଥିଲେ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ,୧୪।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ୍‌ ହୋଇଛନ୍ତି। ସେ ବୁଷ୍ଟର ଡୋଜ୍‌ ମଧ୍ୟ ନେଇଥିଲେ। ନେଇ ଓବାମା ଟୁଇଟ୍‌ କରି...

ଦୁଇବର୍ଷ ପରେ ହେବାକୁ ଯାଉଛି ହରିୟାଣା ମନ୍ତ୍ରିମଣ୍ଡଳର ସଂପ୍ରସାରଣ

ଚଣ୍ଡିଗଡ଼,୨୮ ।୧୨: ହରିୟାଣା ମନ୍ତ୍ରିମଣ୍ଡଳର ମେଣ୍ଟ ସରକାର ଦୁଇବର୍ଷ ପରେ ପ୍ରଥମଥର ଲାଗି ମଙ୍ଗଳବାର ସଂପ୍ରସାରଣ ହେବାକୁ ଯାଉଛି । ନୂଆବର୍ଷ ପୂର୍ବରୁ ଭାରତୀୟ ଜନତା...

କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍‌ ନମୁନା ସଂଗ୍ରହ

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ରବିବାର ସକାଳ ୫ଟା ୧୭ ମିନିଟ...

ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ, ୧୪ା୩: କରୋନା ଭୂତାଣୁ ଭାରତରେ ଆଉ ଏକ ମୁଣ୍ଡ ନେଇଛି। ମଙ୍ଗଳବାର କର୍ନାଟକର କାଲବୁର୍ଗୀରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ...

ଆଜି ରାଜ୍ୟରେ ୪୦୦ ପାର୍‌ କଲା କରୋନା

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୪୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

Advertisement
Archives

Model This Week