Posted inଫୁରସତ

ମିସ୍‌ କଲ୍‌ରୁ ପ୍ରେମ, ପରେ ଥାନା; ଶେଷରେ ମନ୍ଦିରରେ ପହଞ୍ଚିଲା ଏହି ପ୍ରେମକାହାଣୀ

ମିରଟ: ମିସ୍‌ କଲରୁ ସୃଷ୍ଟି ହୋଇଥିଲା ପ୍ରେମ। ପରେ ଘଟଣା ପହଞ୍ଚିଥିଲା ଥାନାରେ। ପ୍ରାୟ ୩ ବର୍ଷ ପ୍ରେମସମ୍ପର୍କ ପରେ ପ୍ରେମିକ ପ୍ରେମିକାକୁ ବିବାହ କରିଦେବାକୁ ମନା କରିବାରୁ ପ୍ରେମିକା ଜଣକ ହଙ୍ଗାମା କରିଥିଲେ। ଫଳରେ ମାମଲା ଥାନାକୁ ଯାଇଥିଲା। ପୋଲିସ ଅଭିଯୁକ୍ତକୁ ହାଜତକୁ ପଠାଇଥିଲା। ଏହା ପରେ ପ୍ରେମିକ ଜଣକ ବିବାହ ପାଇଁ ରାଜି ହୋଇଯିବାରୁ ମାମଲାର ଅନ୍ତ ଘଟିଥିଲା।
ଏପରି ଘଟଣା ଘଟିଛି ଆଜମଗଢ଼ର ସଞ୍ଜରପୁରସ୍ଥିତ ଭବନଗାଓ୍ବା ନିବାସୀ ପୁନମଙ୍କ କ୍ଷେତ୍ରରେ। ସେ ବର୍ତ୍ତମାନ ମିରଟର ଶିବଶକ୍ତି ନଗରରେ ରହୁଛନ୍ତି। ପ୍ରାୟ ୩ ବର୍ଷ ତଳେ ଏକ ମିସ୍‌ କଲ୍‌ରୁ ତାଙ୍କ ଭଓ୍ବାନାର କୌଲ ଗ୍ରାମ ନିବାସୀ ମନୀଷଙ୍କ ସହ ପ୍ରେମ ହୋଇଥିଲା। ମନୀଷ ପେସାରେ ଜଣେ ବିଦ୍ୟୁତ ମରାମତି କର୍ମଚାରୀ। ମିରଟରୁ ଜିନିଷପତ୍ର ଆଣିବା ପାଇଁ ଯିବା ସମୟରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପୁନମ ଯେତେବେଳେ ବିବାହ କରିବାକୁ ଜିଦ୍‌ ଧରିଲେ ମନୀଷ ମନା କରିଦେଲେ। ମଙ୍ଗଳବାର ଅପରାହ୍ନରେ ପୁନମ ମନୀଷଙ୍କ ଘରେ ପହଞ୍ଚି ବିବାହ କରିବାକୁ କହିଲେ। ମନୀଷ ମନା କରିବାରୁ ପୁନମ ୧୧୨କୁ କଲ୍‌ କରିଥିଲେ। ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମନୀଷ ସମେତ ଉଭୟ ପକ୍ଷ ଥାନାକୁ ନେଇଥିଲା। ଦୁଇପକ୍ଷଙ୍କ ମଧ୍ୟରେ କିଛି ଘଣ୍ଟା ଧରି ଥାନା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୀର୍ଘ ସମୟ ପରେ ମନୀଷ ପୁନମଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଏହା ପରେ ଦୁଇଜଣ ଶିବମନ୍ଦିରରେ ପହଞ୍ଚି ଜଣେ ଜଣଙ୍କୁ ବରଣମାଳା ପିନ୍ଧାଇଥିଲେ। ଏସ୍‌ଓ ସତୀଶ କୁହନ୍ତି, ଦୁଇପକ୍ଷ ବିବାହ କରିବାକୁ ରାଜି ହୋଇଥିବା ଲିଖିତ ଆକାରରେ ଦେଇଛନ୍ତି। ପ୍ରେମୀଯୁଗଳଙ୍କ ବିବାହ ପରେ ବନ୍ଧୁପରିଜନମାନେ ଆଶୀର୍ବାଦ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?