Posted inଫୁରସତ

ମିସ୍‌ କଲ୍‌ରୁ ପ୍ରେମ, ପରେ ଥାନା; ଶେଷରେ ମନ୍ଦିରରେ ପହଞ୍ଚିଲା ଏହି ପ୍ରେମକାହାଣୀ

ମିରଟ: ମିସ୍‌ କଲରୁ ସୃଷ୍ଟି ହୋଇଥିଲା ପ୍ରେମ। ପରେ ଘଟଣା ପହଞ୍ଚିଥିଲା ଥାନାରେ। ପ୍ରାୟ ୩ ବର୍ଷ ପ୍ରେମସମ୍ପର୍କ ପରେ ପ୍ରେମିକ ପ୍ରେମିକାକୁ ବିବାହ କରିଦେବାକୁ ମନା କରିବାରୁ ପ୍ରେମିକା ଜଣକ ହଙ୍ଗାମା କରିଥିଲେ। ଫଳରେ ମାମଲା ଥାନାକୁ ଯାଇଥିଲା। ପୋଲିସ ଅଭିଯୁକ୍ତକୁ ହାଜତକୁ ପଠାଇଥିଲା। ଏହା ପରେ ପ୍ରେମିକ ଜଣକ ବିବାହ ପାଇଁ ରାଜି ହୋଇଯିବାରୁ ମାମଲାର ଅନ୍ତ ଘଟିଥିଲା।
ଏପରି ଘଟଣା ଘଟିଛି ଆଜମଗଢ଼ର ସଞ୍ଜରପୁରସ୍ଥିତ ଭବନଗାଓ୍ବା ନିବାସୀ ପୁନମଙ୍କ କ୍ଷେତ୍ରରେ। ସେ ବର୍ତ୍ତମାନ ମିରଟର ଶିବଶକ୍ତି ନଗରରେ ରହୁଛନ୍ତି। ପ୍ରାୟ ୩ ବର୍ଷ ତଳେ ଏକ ମିସ୍‌ କଲ୍‌ରୁ ତାଙ୍କ ଭଓ୍ବାନାର କୌଲ ଗ୍ରାମ ନିବାସୀ ମନୀଷଙ୍କ ସହ ପ୍ରେମ ହୋଇଥିଲା। ମନୀଷ ପେସାରେ ଜଣେ ବିଦ୍ୟୁତ ମରାମତି କର୍ମଚାରୀ। ମିରଟରୁ ଜିନିଷପତ୍ର ଆଣିବା ପାଇଁ ଯିବା ସମୟରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପୁନମ ଯେତେବେଳେ ବିବାହ କରିବାକୁ ଜିଦ୍‌ ଧରିଲେ ମନୀଷ ମନା କରିଦେଲେ। ମଙ୍ଗଳବାର ଅପରାହ୍ନରେ ପୁନମ ମନୀଷଙ୍କ ଘରେ ପହଞ୍ଚି ବିବାହ କରିବାକୁ କହିଲେ। ମନୀଷ ମନା କରିବାରୁ ପୁନମ ୧୧୨କୁ କଲ୍‌ କରିଥିଲେ। ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମନୀଷ ସମେତ ଉଭୟ ପକ୍ଷ ଥାନାକୁ ନେଇଥିଲା। ଦୁଇପକ୍ଷଙ୍କ ମଧ୍ୟରେ କିଛି ଘଣ୍ଟା ଧରି ଥାନା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୀର୍ଘ ସମୟ ପରେ ମନୀଷ ପୁନମଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଏହା ପରେ ଦୁଇଜଣ ଶିବମନ୍ଦିରରେ ପହଞ୍ଚି ଜଣେ ଜଣଙ୍କୁ ବରଣମାଳା ପିନ୍ଧାଇଥିଲେ। ଏସ୍‌ଓ ସତୀଶ କୁହନ୍ତି, ଦୁଇପକ୍ଷ ବିବାହ କରିବାକୁ ରାଜି ହୋଇଥିବା ଲିଖିତ ଆକାରରେ ଦେଇଛନ୍ତି। ପ୍ରେମୀଯୁଗଳଙ୍କ ବିବାହ ପରେ ବନ୍ଧୁପରିଜନମାନେ ଆଶୀର୍ବାଦ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଏଡ଼ାଇବାକୁ ଆଇଏଏସ୍‌

ଚଣ୍ଡିଗଡ଼: କଠିନ ପରିଶ୍ରମ ଆଉ ଦୃଢ଼ ମନୋବଳ ହିଁ ସଫଳତାର ମୂଳମନ୍ତ୍ର। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ନିଧି ସିବାଚ। ବିବାହ ପ୍ରସ୍ତାବକୁ ଏଡ଼ାଇବା...

ପରିବେଶ ପାଇଁ ୧୦ ବିଲିୟନ ଡଲାର

ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍‌ ବେଜୋସ୍‌ଙ୍କ ଅର୍ଥ ନିବେଶ ଥିବା ଆର୍ଥ ଫଣ୍ଡ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ପାଇଁ ୧୦ ବିଲିୟନ...

ଏଠି ଚପଲ ପିନ୍ଧିବା ମନା

ଆଜିକାଲି ଜୋତା, ଚପଲ ଜୀବନର ଏକ ଅଙ୍ଗ ପାଲଟିଗଲାଣି। ଖାଲି ବାହାରେ ନୁହେଁ ଘରେ ବି ଚପଲ ପିନ୍ଧିବା ସାଧାରଣ କଥା ହୋଇଗଲାଣି। ଖାଲି ଯାହା...

ସିଦ୍ଧିଦୁର୍ଗା ପାହାଡ଼ରୁ ଆସିଥିଲା ୭୩୦ ପଥର

ବରେନ୍‌ ପାହାଡ଼ ପଥର ଚିହ୍ନଟ ଦଳର ଦଳପତି ଥିଲେ ଗଦେଇ ମହାରଣା। ଗଦେଇ ମହାରଣା ଆଜି ନାହାନ୍ତି କି ବରେନ୍‌ ପାହାଡ଼ ବି ନାହିଁ। ତରାବୋଇ...

୭ ସନ୍ତାନର ପିତା କରିବାକୁ ଯାଉଥିଲେ ପଞ୍ଚମ ବିବାହ: ଧରାପଡିବା ପରେ…

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶର ସୀତାପୁରରେ ଏକ ରୋଚକ ଘଟଣା ଘଟିଛି। ୭ ସନ୍ତାନର ପିତା ଗୁପ୍ତ ଭାବେ ପଞ୍ଚମ ବିବାହ କରିବାକୁ ଯାଉଥିବାବେଳେ ତାଙ୍କର ପିଲାମାନେ...

ଲୋକଙ୍କୁ ଆକର୍ଷିତ କରୁଛି ଏହି କୁକୁର

ଏବେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କୁକୁରଟି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରୁଥିବାରୁ ଭିଡିଓଟି ଭାଇରାଲ ହେଉଛି।...

ପ୍ରଥମ ଦରମା ବାବାଙ୍କ ହାତରେ ଦେଇଥିଲି: ପ୍ରତିଭା ବଳିୟାର ସିଂ

ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ସାଲୁଣୀ ଗାଁରେ ମୋ ଜନ୍ମ। ମାମା ସଚଳା ସୁନ୍ଦରୀ ବଳିୟାର ସିଂ ଓ ବାବା କୃଷ୍ଣଚନ୍ଦ୍ର ବଳିୟାର ସିଂଙ୍କର ୯...

‘ସୁପର ଆନାକୋଣ୍ଡା’ ପରେ ‘ଶେଷନାଗ’

ନୂଆଦିଲ୍ଲୀ: ଯାତ୍ରୀଗଣ…ଏହି ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଆଖି ଆଗରେ ଭାସିଉଠେ ଭାରତୀୟ ରେଳସେବାର ଚିତ୍ର। ତେବେ କରୋନାଜନିତ ଲକ୍‌ଡାଉନ୍‌ ଯୋଗୁ ସବୁଠାରୁ ବେଶି ପ୍ରଭାବିତ...

Advertisement
Archives

Model This Week