ଏମ୍‌କେସିଜିରେ ଡାକ୍ତର ଅଭାବ: ସମସ୍ୟା ସମାଧାନ ନ ହେଲେ ରାଜଧାନୀରେ ଧାରଣା

ବ୍ରହ୍ମପୁର ଅଫିସ,୬ା୨: ବ୍ରହ୍ମପୁର ବଡ଼ ମେଡିକାଲ ଏବେ ନାନା ଅବ୍ୟବସ୍ଥାରେ ଛନ୍ଦି ହୋଇ ହୋଇପଡ଼ିଛି। ଏଠାରୁ ବାରମ୍ବାର ବରିଷ୍ଠ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଉଛି। ଡାକ୍ତର ଅଭାବ ଦୂର କରିବାରେ ସରକାର ବିଫଳ ରହିଛନ୍ତି। ନାମକୁ ମାତ୍ର କେତେକ ଜୁନିୟର ଡାକ୍ତରଙ୍କ ସେଠାରେ ନିଯୁକ୍ତି ଦିଆଯାଉଛି ବୋଲି ସାମାଜିକ କର୍ମୀ ବିନୋଦ ସାବତ ଅଭିଯୋଗ କରିଛନ୍ତି। ଏମ୍‌କେସିଜିରେ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ଦୂରକରି ଏଠାରେ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରଦାନ ଦାବି ନେଇ ସାବତଙ୍କ ନେତୃତ୍ୱରେ ଗଣ ଆନ୍ଦୋଳନ କରାଯାଇଥିଲା। ମୁଖ୍ୟତଃ କାର୍ଡିଓଥରାସିସ୍‌(ହୃଦ୍‌ରୋଗ) ବିଭାଗରେ ଡାକ୍ତର ଶୂନ୍ୟ ହୋଇପଡ଼ିଥିବା ଯୋଗୁ ତୁରନ୍ତ ଡାକ୍ତର ନିଯୁକ୍ତି ଦେବା, ଅଚଳ ହୋଇପଡିଥିବା ଏଣ୍ଡୋସ୍କୋପିକ ମେଶିନ କାର୍ଯ୍ୟକ୍ଷମ କରିବା, ୨୪ ଘଣ୍ଟା ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷା କରିବା, ବନ୍ଦ ହୋଇଯାଇଥିବା ଅଙ୍କୋଲୋଜି ବିଭାଗ ଖୋଲିବା ଏବଂ ଖାଲିପଡ଼ିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ ଦାବି ନେଇ ମେଡିକାଲ କଲେଜ ସମ୍ମୁଖରେ ୩ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ଏ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ତଥା ଡିନ୍‌ ଡାକ୍ତର ଅବନୀକାନ୍ତ ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ସମସ୍ୟା ସମାଧାନ ଦିଗରେ ଖୁବ୍‌ଶୀଘ୍ର ଯଦି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ତେବେ ଆଗାମୀ ଦିନରେ ଭୁବନେଶ୍ୱରରେ ଧାରଣା ଦିଆଯିବ ବୋଲି ଧାରଣାରତ କର୍ମୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା: ବନ୍ୟଜନ୍ତୁ ବି କଲବଲ

କେନ୍ଦୁଝର, ୪ା୫ (ସ୍ବ.ପ୍ର.): ଏକ ପକ୍ଷରେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁ ବନ୍ୟ ଜନ୍ତୁ ବାସହରା ହୋଇଯାଇଥିବାବେଳେ ଖାଦ୍ୟାଭାବ ଯୋଗୁ ଜଙ୍ଗଲ ଛାଡି ଜନବସତି ମୁହାଁ...

ଦୁର୍ଘଟଣାରେ ଯୁବକ ମୃତ

ବାରିପଦା ଅଫିସ,୧୫ା୧୧- ବାରିପଦା ସହରର ମୁର୍ଗବାଡି ଗୋଲଇ ନିକଟରେ ଗୁରୁବାର ସାରେ ଏକ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ...

ଭୋଟ୍‌ ବର୍ଜନ କରିବେ ଚିଟ୍‌ଫଣ୍ଡ ଜମାକରୀ

ବରଗଡ଼ ଅଫିସ୍‌,୧୭।୧: ଚିଟଫଣ୍ଡ୍‌ ସଂସ୍ଥାରେ କ୍ଷତିଗ୍ରସ୍ତ ଜମାକାରୀମାନେ ଏପର୍ଯ୍ୟନ୍ତ ସେମାନଙ୍କ ଜମାଟଙ୍କା ଫେରି ପାଇନାହାନ୍ତି। ଏହାକୁ ନେଇ ସମ୍ପୃକ୍ତ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।...

ବଦଳି ଆବେଦନପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ଦେବା ପାଇଁ ଲାଞ୍ଚ: ସାଉଥ୍‌କୋ ସହକାରୀ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ଜଣେ ଲାଇନ ମ୍ୟାନଙ୍କ ବଦଳି ଆବେଦନପତ୍ରକୁ ଛତ୍ରପୁର ସବ୍‌ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ଖଲ୍ଲିକୋଟ ସାଉଥକୋର ଜଣେ ସହକାରୀ ଯନ୍ତ୍ରୀ...

ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ ଅଫିସ,୧୩।୩: ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ । ଏହି ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ନୀତି କରାଯିବ । ଠାକୁରେ...

ଗଛରୁ ପଡ଼ି ଯୁବକଙ୍କ ଜୀବନଗଲା

ଠାକୁରମୁଣ୍ଡା, ୧।୫ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତର କୁଚେଇଡ଼ିହି ଗ୍ରାମ ଜାମଚୁଆ ସାହିରେ ଶୁକ୍ରବାର ସକାଳେ ଜଣେ ଯୁବକ ଗଛରୁ ପଡିଯିବାରୁ...

ବାତ୍ୟା ପରେ ବନ୍ୟା ଭୟ

ବାରିପଦା ଅଫିସ,୨୭।୫: ବାତ୍ୟା ‘ୟାସ’ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏବେ ବନ୍ୟା ଚିନ୍ତା ଘାରିଛି। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି...

ଏସ୍‌ଆଇଙ୍କୁ ଛୁରାମାଡ଼ ମାମଲା ଦୋଷୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ,୧୦ା୧୨-୨୦୧୮ରେ ଫୁଲବାଣୀ ଟାଉନ ଥାନାର ତତ୍କାଳୀନ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ତରୁଣ ତପନ ବେହେରାଙ୍କୁ ହୋଇଥିବା ଛୁରାମାଡ଼ ମାମଲାର ବିଚାର କରି ସୋମବାର ମୁଖ୍ୟ ବିଚାର...

Advertisement
Archives

Model This Week