Posted inଫୁରସତ

କରୋନା ଆଇସୋଲେଶନ୍‌ ଓ୍ବାର୍ଡ୍‌ରେ ନର୍ସଙ୍କୁ ଦୁର୍ବ୍ୟବହାର: ନିର୍ଧୁମ ଛେଚା ଖାଇଲେ ଡାକ୍ତର

ହରିୟାଣାର ପଞ୍ଚକୁଳାର ଏକ ଡାକ୍ତରଖାନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। କରୋନା ଆଇସୋଲେଶନ୍‌ ଓ୍ବାର୍ଡରେ ଜଣେ ନର୍ସଙ୍କ ସହ ଦୁର୍ବବ୍ୟହାର କରିବାକୁ ନେଇ ଡାକ୍ତରଙ୍କୁ ନିର୍ଧୁମ ମାଡ଼ ଖାଇବାକୁ ପଡ଼ିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ଶନିବାର ରାତିର ଏହି ଘଟଣା। କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆଇସୋଲେଶନ ଓ୍ବାର୍ଡରେ ଉକ୍ତ ନର୍ସଙ୍କ ଡ୍ୟୁଟି ଥିଲା। ଏହି ସମୟରେ ଡାକ୍ତରଜଣଙ୍କ ରାଉଣ୍ଡରେ ଆସିଥିଲେ। ସେଠାରେ ନର୍ସଙ୍କୁ ଏକୁଟିଆ ଦେଖି ତାଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇ ନ ଥିଲେ। ସେତେବେଳେ ସେ ମଦ ନିଶାରେ ଥିବା ନର୍ସଜଣଙ୍କ ଜାଣିବାକୁ ପାଇଥିଲେ।

ନର୍ସ ଏ ନେଇ ଡାକ୍ତରଖାନା ପରିଚାଳନା କମିଟିକୁ ଜଣାଇଥିଲେ। ଘଟଣାସ୍ଥଳରେ ପିଏମ୍‌ଓ ଏବଂ ଆର୍‌ଏମ୍‌ଓ ପହଞ୍ଚିଥିଲେ। ହେଲେ ସେତେବେଳକୁ ଡାକ୍ତର ଉକ୍ତ ଓ୍ବାର୍ଡ୍‌ରୁ ଚମ୍ପଟ ମାରିଥିଲେ। ହେଲେ ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ଡାକ୍ତରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ କାର୍‌ରେ ଟିଫିନ୍‌ ରଖିବାର ବାହାନା ଦେଖାଇ ଚାଲିଯାଇଥିଲେ। ହେଲେ ସେତେବେଳକୁ ସେ ନିର୍ଧୁମ ମାଡ଼ ଖାଇ ସାରିଥିଲେ। ପଞ୍ଚକୁଳା ସେକ୍ଟର ୫ ଥାନାରେ ଏନେଇ ଅଭିଯୋଗ ହେବା ପରେ ଉକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଏଥିସହ ମାମଲାର ଯାଞ୍ଚ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଖୁଆଇ ବାଛନ୍ତି ଜୀବନସାଥୀ

ହିନ୍ଦୁ ଧର୍ମରେ ବିବାହକୁ ପବିତ୍ର ଓ ସାତ ଜନ୍ମର ସମ୍ପର୍କ ଭାବେ ବିବେଚନା କରାଯାଏ। ଏଠାରେ ବିବାହର ଅନେକ ପ୍ରକାର ନୀତି ନିୟମ ଦେଖିବାକୁ ମିଳିଥାଏ।...

୬୦ ଲକ୍ଷ ଟଙ୍କା ଅଗ୍ରୀମ ନେଇ ବିବାହରେ ପହଞ୍ଚିଲେନି ଫଟୋଗ୍ରାଫର, ଆଉ ତା’ ପରେ…

ପ୍ରତ୍ୟେକ ଦମ୍ପତି ଏବଂ ସେମାନଙ୍କ ପରିବାର ପାଇଁ ବିବାହ ଏକ ସ୍ମରଣୀୟ ମୁହୂର୍ତ୍ତ। କେବଳ ବରକନ୍ୟା ନୁହନ୍ତି ବରଂ ବିବାହକୁ ଆସିଥିବା ଅତିଥିମାନଙ୍କ ସ୍ମୃତିକୁ ବି...

ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍‌ ମାଗିଲେ ଯୁବକ

ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର...

ଇଦ୍‌ ପାଇଁ ୮ ଫୁଟ୍‌ ଲମ୍ବ, ୧୬୦ କେଜିର ଛେଳି

ରାୟପୁର, ୩୧।୭: ଛତିଶଗଡ଼ ଦୁର୍ଗ ଜିଲାର ଏକ ଛେଳି ଏହାର ଅନନ୍ୟ କାରଣ ଲାଗି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଛେଳିର ବିଶେଷତା କାହାକୁ...

ବାଟଭୁଲା ପଥିକଙ୍କୁ ମୃତଦେହ ଦେଖାନ୍ତି ରାସ୍ତା…

ଦୁନିଆରେ ବାଟଭୁଲା ପଥିକଙ୍କୁ ଜୀବିତ ଲୋକ ବାଟ ବତାଇଥାନ୍ତି। ମାତ୍ର ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାକୁ ଯାଉଥିବା ପର୍ବତାରୋହୀଙ୍କୁ ବାଟ ଦେଖାଇଥାନ୍ତି ଏଠାରେ ଥିବା ୩...

ଅଜବ ମ୍ୟୁଜିୟମ୍‌ : ଯେଉଁଠି ସଂରକ୍ଷିତ ରହିଛି ଶୌଚାଳୟ ସାମଗ୍ରୀ

ଯଦି କେବେ ମ୍ୟୁଜିୟମ ଯାଇଥିବେ ତେବେ ନିଶ୍ଚିତ ଇତିହାସ ସହିତ ଜଡ଼ିତ କିଛି ସାମଗ୍ରୀ, ବିଲୁପ୍ତ ପଶୁପକ୍ଷୀଙ୍କ କଙ୍କାଳ, ମହାପୁରୁଷମାନେ ବ୍ୟବହାର କରୁଥିବା ଜିନିଷ ଦେଖିଥିବେ।...

ଅଭିନୟ ଦେଇଛି ପରିଚୟ

ନିଶା ତାଙ୍କର ଅଭିନୟ ମାତ୍ର ପେସାରେ ଜଣେ ବହି ଦୋକାନୀ । ଦୀର୍ଘ ୫ ଦଶନ୍ଧି ଧରି ସେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ବିଭିନ୍ନ ନାଟକରେ...

ଟଙ୍କିକିଆ ମୁଦ୍ରାରେ କିଣିଲେ ୨.୬ ଲକ୍ଷ ଟଙ୍କାର ବାଇକ୍‌

ସାଧାରଣତଃ ଯେତେବେଳେ ଜଣେ ଗ୍ରାହକ ଗାଡି କିଣିବାକୁ ଯାଆନ୍ତି, ଶୋ’ରୁମର ସମସ୍ତ କର୍ମଚାରୀ ଖୁସି ହୁଅନ୍ତି। କିନ୍ତୁ ଅନେକ ଥର ଗ୍ରାହକ କର୍ମଚାରୀଙ୍କୁ ଅସୁବିଧାରେ ପକାଇଥାନ୍ତି।...

Advertisement
Archives

Model This Week