ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପରିବାରରେ ତାଙ୍କ ସ୍ତ୍ରୀ, ବୁଡି ମା’, ଦୁଇ ପୁଅ ଏବଂ ୧୭ ବର୍ଷୀୟ ଝିଅ କୁମ ହରିଜନ ଅଛନ୍ତି। ସେମାନେ ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି।

୨୦୨୧ରେ ପୂର୍ଣଚନ୍ଦ୍ରଙ୍କ ଦେହାନ୍ତ ସମୟରେ ଝିଅ କୁମ ମାଟ୍ରିକ ପଢୁଥିଲେ। ମାଟ୍ରିକ ପରେ ସେ ପରିବାରର ଆର୍ଥିକ ବୋଝକୁ କିଛି ମାତ୍ରାରେ ହାଲୁକା କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥିଲେ। ନିଜେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଦୁଇ ଭାଇଙ୍କୁ ପାଠ ପଢ଼ାଇ ମଣିଷ କରିବା ପାଇଁ ସେ ବର୍ତ୍ତମାନ ତାମିଲନାଡୁରେ କାମ କରୁଛନ୍ତି। ଏପରିକି ସେ ସେଠାରେ ଚଳିବା ସହ ଘରକୁ ଟଙ୍କା ପଠାଉଥିବା କହିଛନ୍ତି କୁମଙ୍କ ମା’ ପ୍ରତି ହରିଜନ ।

ଏହି ଖବର ପାଇବା ପରେ କାଣ୍ଡେଲ ଗ୍ରାମସ୍ଥିତ ଆୟୁର୍ବେଦିକ ସେବା ସଦନର ଡାକ୍ତର ସଦାନନ୍ଦ ପୁଟେଲ ସହାୟତାର ହାତ ବଢାଇଛନ୍ତି । ସେ ପ୍ରତି ହରିଜନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ୧୦ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି। ଏହି ଟଙ୍କାକୁ ଦୁଇ ପୁଅଙ୍କ ପାଠ ପଢା ଖର୍ଚ୍ଚରେ ବ୍ୟବହାର କରିବାକୁ ପରିବାର ଲୋକଙ୍କୁ କହିଥିବା ଡାକ୍ତର ସଦାନନ୍ଦ ପ୍ରକାଶ କରିଛନ୍ତି।

ଡାକ୍ତର ସଦାନନ୍ଦଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି। ‘ମାନବ ସେବା ହିଁ ମାଧବ ସେବା’ କହି ଲୋକଙ୍କୁ ସେବା ଜାରି ରହିଥିବା କହିଛନ୍ତି ଡାକ୍ତର ସଦାନନ୍ଦ। ଆଗକୁ ମଧ୍ୟ ଏହି ସେବା ଜାରି ରହିବ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ରାସ୍ତା ନା କାଦୁଅ ବିଲ…ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ରାସ୍ତା; ଆମ୍ବୁଲାନ୍ସ ଯିବା ବି କଷ୍ଟକର

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି…

ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଁ ଉଦ୍ୟମ: ୭ଟି ବନଖଣ୍ଡରେ ଚାଲିଛି କଦଳୀ ଚାରା ରୋପଣ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ): ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନହେବାରୁ ହାତୀପଲ ସମେତ ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। ଫଳରେ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri