ଟୁଇଟରରେ ଏଡିଟ୍‌ ବଟନ୍‌ ଚାହଁ କି

ଓ୍ବାଶିଂଟନ୍‌,୬ା୪: କୌଣସି ଖବର, ସୋସିଆଲ ମିଡିଆ ପୋଷ୍ଟ କିମ୍ବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା, ଟ୍ରୋଲ, ଗସିପ୍‌ ଆଦି ନିମନ୍ତେ ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟରର ବ୍ୟବହାର କିଛି ବର୍ଷ ହେଲା ବ୍ୟାପକ ହୋଇଛି। ବିଶେଷ କରି କୌଣସି ଟୁଇଟ୍‌ରେ ବନାନ୍‌ ଭୁଲ୍‌ କିମ୍ବା ସାମାନ୍ୟ ତ୍ରୁଟି ପାଇଁ ଅନେକ ସମୟରେ ରାଜନେତା, ସେଲିବ୍ରିଟିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ତେଣୁ ଏହି ପ୍ଲାଟ୍‌ଫର୍ମରେ ଏଡିଟ୍‌ ବଟନ୍‌ ବିକଳ୍ପ ରଖାଯିବା ଉପରେ ଏବେ ଚର୍ଚ୍ଚା ଜୋର ଧରିଛି। ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଟୁଇଟରରେ ଏକ ପୋଷ୍ଟ କରି ଏଡିଟ୍‌ ଅପ୍‌ସନ୍‌ ରଖାଯିବା ଉପରେ ସର୍ଭେ କରିବା ପରେ ଏହା ଉପରେ ବିତର୍କ ଆରମ୍ଭ ହୋଇଛି। ୟୁଜର୍ସମାନେ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମରେ ଏଡିଟ୍‌ ବଟନ୍‌ ଚାହୁଁଛନ୍ତି କି ବୋଲି ମସ୍କ ଏକ ପୋଷ୍ଟ କରିଛନ୍ତି। ଟୁଇଟରରେ ମସ୍କ ସର୍ବାଧିକ ୯.୨% ଅଂଶଧନ କ୍ରୟ କରିଥିବା ନେଇ ପ୍ରକାଶ କରିବା ପରେ ତାଙ୍କ ଉକ୍ତ ପୋଷ୍ଟ ପୁଣି ଚର୍ଚ୍ଚାକୁ ଆସିଛି। ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲ ମସ୍କଙ୍କ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଏହି ସର୍ଭେର ପରିଣାମ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ଯତ୍ନର ସହ ଭୋଟ ଦେବାକୁ ପରାଗ ଅଗ୍ରଓ୍ବାଲ ଏକ ଟୁଇଟ୍‌ କରିଛନ୍ତି।
ପୂର୍ବରୁ ମସ୍କ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ଟୁଇଟର୍‌ର ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ୟୁଜର୍ସ ଏକ ନୂଆ ପ୍ଲାଟ୍‌ଫର୍ମ ଚାହୁଁଛନ୍ତି କି ବୋଲି ମଧ୍ୟ ସେ ପଚାରିଥିଲେ। ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ବାଧୀନତା ଜରୁରୀ। ଟୁଇଟର କ’ଣ ଏହି ନୀତିକୁ ପାଳନ କରୁଛି ବୋଲି ମସ୍କ ଏକ ଟୁଇଟ୍‌ କରି ପ୍ରଶ୍ନ କରିଥିଲେ। ପରେ ମସ୍କ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମରେ ସବୁଠାରୁ ଅଧିକ ଅଂଶଧନ କ୍ରୟ କରିଥିବା ସମ୍ପର୍କରେ ଜଣାଇଥିଲେ। ଦୀର୍ଘଦିନ ହେବ ଟୁଇଟରରେ ଏଡିଟ୍‌ ବିକଳ୍ପ ରଖିବା ପାଇଁ ୟୁଜର୍ସମାନେ ଦାବି କରିଆସୁଛନ୍ତି। ଟୁଇଟର ଏହା ଉପରେ କାମ କରୁଛି ବୋଲି ଗତ ୧ ତାରିଖରେ ଏକ ପୋଷ୍ଟ କରିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ୨୦୧୮ ମସିହାର ଏକ ପୁରୁଣା ଟୁଇଟ୍‌କୁ ପୋଷ୍ଟ କରି ଏହି ସୋସିଆଲ ମିଡିଆ ସାଇଟ୍‌କୁ ଉପହାସ କରିଛନ୍ତି। ସେହି ଟୁଇଟ୍‌ରେ ଥରୁର ଏଡିଟ୍‌ ବିକଳ୍ପ ରଖିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ୨୦୨୨ରେ ଟୁଇଟର ତାଙ୍କ କଥା ଶୁଣିଥିବାରୁ ଥରୁର ମଜାଳିଆ ଢଙ୍ଗରେ କମ୍ପାନୀକୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri