ଟୁଇଟରରେ ଏଡିଟ୍‌ ବଟନ୍‌ ଚାହଁ କି

ଓ୍ବାଶିଂଟନ୍‌,୬ା୪: କୌଣସି ଖବର, ସୋସିଆଲ ମିଡିଆ ପୋଷ୍ଟ କିମ୍ବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା, ଟ୍ରୋଲ, ଗସିପ୍‌ ଆଦି ନିମନ୍ତେ ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟରର ବ୍ୟବହାର କିଛି ବର୍ଷ ହେଲା ବ୍ୟାପକ ହୋଇଛି। ବିଶେଷ କରି କୌଣସି ଟୁଇଟ୍‌ରେ ବନାନ୍‌ ଭୁଲ୍‌ କିମ୍ବା ସାମାନ୍ୟ ତ୍ରୁଟି ପାଇଁ ଅନେକ ସମୟରେ ରାଜନେତା, ସେଲିବ୍ରିଟିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ତେଣୁ ଏହି ପ୍ଲାଟ୍‌ଫର୍ମରେ ଏଡିଟ୍‌ ବଟନ୍‌ ବିକଳ୍ପ ରଖାଯିବା ଉପରେ ଏବେ ଚର୍ଚ୍ଚା ଜୋର ଧରିଛି। ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଟୁଇଟରରେ ଏକ ପୋଷ୍ଟ କରି ଏଡିଟ୍‌ ଅପ୍‌ସନ୍‌ ରଖାଯିବା ଉପରେ ସର୍ଭେ କରିବା ପରେ ଏହା ଉପରେ ବିତର୍କ ଆରମ୍ଭ ହୋଇଛି। ୟୁଜର୍ସମାନେ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମରେ ଏଡିଟ୍‌ ବଟନ୍‌ ଚାହୁଁଛନ୍ତି କି ବୋଲି ମସ୍କ ଏକ ପୋଷ୍ଟ କରିଛନ୍ତି। ଟୁଇଟରରେ ମସ୍କ ସର୍ବାଧିକ ୯.୨% ଅଂଶଧନ କ୍ରୟ କରିଥିବା ନେଇ ପ୍ରକାଶ କରିବା ପରେ ତାଙ୍କ ଉକ୍ତ ପୋଷ୍ଟ ପୁଣି ଚର୍ଚ୍ଚାକୁ ଆସିଛି। ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲ ମସ୍କଙ୍କ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଏହି ସର୍ଭେର ପରିଣାମ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ଯତ୍ନର ସହ ଭୋଟ ଦେବାକୁ ପରାଗ ଅଗ୍ରଓ୍ବାଲ ଏକ ଟୁଇଟ୍‌ କରିଛନ୍ତି।
ପୂର୍ବରୁ ମସ୍କ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ଟୁଇଟର୍‌ର ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ୟୁଜର୍ସ ଏକ ନୂଆ ପ୍ଲାଟ୍‌ଫର୍ମ ଚାହୁଁଛନ୍ତି କି ବୋଲି ମଧ୍ୟ ସେ ପଚାରିଥିଲେ। ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ବାଧୀନତା ଜରୁରୀ। ଟୁଇଟର କ’ଣ ଏହି ନୀତିକୁ ପାଳନ କରୁଛି ବୋଲି ମସ୍କ ଏକ ଟୁଇଟ୍‌ କରି ପ୍ରଶ୍ନ କରିଥିଲେ। ପରେ ମସ୍କ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମରେ ସବୁଠାରୁ ଅଧିକ ଅଂଶଧନ କ୍ରୟ କରିଥିବା ସମ୍ପର୍କରେ ଜଣାଇଥିଲେ। ଦୀର୍ଘଦିନ ହେବ ଟୁଇଟରରେ ଏଡିଟ୍‌ ବିକଳ୍ପ ରଖିବା ପାଇଁ ୟୁଜର୍ସମାନେ ଦାବି କରିଆସୁଛନ୍ତି। ଟୁଇଟର ଏହା ଉପରେ କାମ କରୁଛି ବୋଲି ଗତ ୧ ତାରିଖରେ ଏକ ପୋଷ୍ଟ କରିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ୨୦୧୮ ମସିହାର ଏକ ପୁରୁଣା ଟୁଇଟ୍‌କୁ ପୋଷ୍ଟ କରି ଏହି ସୋସିଆଲ ମିଡିଆ ସାଇଟ୍‌କୁ ଉପହାସ କରିଛନ୍ତି। ସେହି ଟୁଇଟ୍‌ରେ ଥରୁର ଏଡିଟ୍‌ ବିକଳ୍ପ ରଖିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ୨୦୨୨ରେ ଟୁଇଟର ତାଙ୍କ କଥା ଶୁଣିଥିବାରୁ ଥରୁର ମଜାଳିଆ ଢଙ୍ଗରେ କମ୍ପାନୀକୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ଜଳିଗଲା ବିମାନ, ସାମ୍ନାକୁ ଆସିଲା ଲୋମ ଟାଙ୍କୁରା ଭିଡ଼ିଓ

କିନସାସା,୮।୬: ଡୋମିନିକାନ ଗଣରାଜ୍ୟର ଏକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନରେ ଥିବା ଉଭୟ…

TVK ଏଣ୍ଟ୍ରି, DMK-AAP ଆଉଟ, ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗଦେବେ ରାହୁଲ, ମମତା, ଅଖିଳେଶ

ନୂଆଦିଲ୍ଲୀ,୮।୬: ପଶ୍ଚିମବଙ୍ଗରେ ଟିଏମସି ଏବଂ ତାମିଲନାଡୁରେ ଡିଏମକେର ପରାଜୟ ପରେ ପରିବର୍ତ୍ତନଶୀଳ ରାଜନୈତିକ ସମୀକରଣ ମଧ୍ୟରେ ସୋମବାର ଇଣ୍ଡିଆ ମେଣ୍ଟର ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଗଙ୍ଗଓ୍ବାର

ଭୁବନେଶ୍ୱର, ୮ା୬ (ତ୍ରିନାଥ ମହାନ୍ତି) ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମ୍‌ ବ୍ରାଞ୍ଚ(ସିବି) ସ୍କାନରକୁ ଆସିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦୟାଲ ଗଙ୍ଗଓ୍ବାର। ତାଙ୍କ ଘରେ…

୧,୪୦୦ କି.ମି. ଯାଇ ଦିଲ୍ଲୀ ପ୍ରଫେସରଙ୍କୁ ହତ୍ୟା କରିଥିଲେ ପଶ୍ଚିମବଙ୍ଗ ଦମ୍ପତି

ନୂଆଦିଲ୍ଲୀ,୮ା୬: ଦିଲ୍ଲୀ ୟୁନିଭର୍ସିଟିର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ଗତ ବୁଧବାର ପୂର୍ବ ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭସ୍ଥିତ ସତ୍ୟମ ଆପାର୍ଟମେଣ୍ଟରେ…

ବକୁଳବନ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର/ଖୋର୍ଦ୍ଧା, ୮।୬ (ରବିନାରାୟଣ ଜେନା/ ପ୍ରଭାତ ପାଣିଗ୍ରାହୀ) ରାଜ୍ୟରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଏବଂ ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇ ଦେବାପାଇଁ ରାଜ୍ୟ ସରକାର…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri