ପ୍ରତିଦିନ ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ…

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା ଏବଂ ଉଠିବା ପର୍ଯ୍ୟନ୍ତ ସମୟକୁ ନଜର ରଖିବାକୁ ପଡ଼ିଥାଏ। ଯଦିଓ ମଧୁମେହକୁ ସମ୍ପୂର୍ଣ୍ଣ ଠିକ୍‌ କରିଦେବା ସମ୍ଭବ ନୁହେଁ, ହେଲେ ଏହାକୁ ନିୟନ୍ତ୍ରଣ କରି ଜଣେ ସାଧାରଣ ଜୀବନଯାପନ କରିପାରିବ। ହେଲେ ମଧୁମେହକୁ ନେଇ ଇନ୍‌ସୁଲିନ୍‌ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ସେମାନଙ୍କ ଶରୀରରେ ଇନ୍‌ସୁଲିନ୍‌ ତିଆରି ହୋଇ ନ ଥାଏ। ଏଣୁ ଯଦି ଆପଣ ଇନ୍‌ସୁଲିନ୍‌ ନେଉଛନ୍ତି ତେବେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ…

-ଇନ୍‌ସୁଲିନ୍‌ ଦୁଇ ପ୍ରକାରର। ସେଗୁଡ଼ିକ ହେଲା ବାସାଲ ଏବଂ ବୋଲସ। ସାଧାରଣତଃ ଲୋକେ ଏ ବିଷୟରେ ବିଶେଷ ଜାଣି ନ ଥାନ୍ତି। ରୋଗୀଙ୍କ ସ୍ଥିତିକୁ ଦେଖି ଡାକ୍ତର ଏହି ଦୁଇଟି ମଧ୍ୟରୁ ଗୋଟିଏ ନଚେତ ଦୁଇଟିଯାକ ନେବାକୁ ପରାମର୍ଶ ଦେଇଥାନ୍ତି।

-କାହାକୁ କେତେବେଳେ ବ୍ୟବହାର କରାଯାଏ: ବାସାଲ ଇନ୍‌ସୁଲିନ ଖାଇବା ପରେ ଅଥବା ମଝିରେ ଦିଆଯାଏ। ସେହିଭଳି ବୋଲସ ରୋଗୀ ଶରୀରରେ ଶର୍କରା ଭାଗ ଅଧିକ ହେଲେ ଦିଆଯାଇଥାଏ।

-ସର୍ବଦା ବାସାଲ ଇନ୍‌ସୁଲିନ୍‌ ସର୍ବଦା ବ୍ୟବହାର ହୋଇଥାଏ। ଏଥିସହ ଇନ୍‌ସୁଲିନ୍‌ର ମାତ୍ରାକୁ ନଜର ରଖାଯାଏ। ଡାକ୍ତରଙ୍କ ପରାମର୍ଶ ବିନା ଏହାର କମ୍‌ କିମ୍ବା ବେଶୀ ମାତ୍ର ନେବା ଉଚିତ ନୁହେଁ।

-ସମୟ ସହ ବୋଲସର ମାତ୍ରା ବଦଳିଥାଏ। ରୋଗୀଙ୍କ ଶାରୀରିକ ସ୍ଥିତିକୁ ଦେଖି ଏହାର ମାତ୍ରା ବଢ଼ାଯାଏ ନଚେତ କମାଯାଏ। ରୋଗୀଙ୍କ ଜୀବନଶୈଳୀ, ଓଜନ, ଚିକିତ୍ସାନୁଯାୟୀ ଶରୀରକୁ କେତେମାତ୍ରାରେ ଡୋଜ୍‌ ଦିଆଯିବ ତାହା ନିଶ୍ଚିତ କରାଯାଏ। ଏଥିସହ ଡାଏଟ୍‌ରେ ପରିବର୍ତ୍ତନ ଏବଂ ଶର୍କରା କମ୍‌ ଥିବା ଖାଇବା ଖାଇ ଇନ୍‌ସୁଲିନ୍‌ ସ୍ତର କମ୍‌ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri