Posted inଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କିଏ ଲେଖନ୍ତି ଜାଣନ୍ତି କି

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶକ୍ତିଶାଳୀ ତଥା ଆକର୍ଷଣୀୟ ଭାଷଣ ପାଇଁ ଜଣାଶୁଣା। ‘ମନ କି ବାତ’ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ, ମୋଦି ପ୍ରାୟ ପ୍ରତିଦିନ ଭାଷଣ ଦିଅନ୍ତି। ଭାଜପା ରାଲି ଏବଂ ନିର୍ବାଚନ ରାଲିରେ ମୋଦିଙ୍କ କଥା ଶୁଣିବା ପାଇଁ ଭିଡ଼ ଜମେ। ମୋଦି ତାଙ୍କ ଭାଷଣରେ ପ୍ରାୟତଃ ସମାନ ପ୍ରକାରର ଶବ୍ଦ ବ୍ୟବହାର କରନ୍ତି ଏବଂ ବିରୋଧୀଙ୍କ ପାଇଁ ନିଆରା ଢଙ୍ଗରେ ପ୍ରତିକ୍ରିୟା ଦିଅନ୍ତି। ତେବେ ମନରେ ପ୍ରଶ୍ନ ଉଙ୍କି ମାରେ, ପ୍ରଧାନମନ୍ତ୍ରୀ ଏହାକୁ ନିଜେ ଲେଖନ୍ତି ନା ଅନ୍ୟ କେହି ଏହାକୁ ପ୍ରସ୍ତୁତ କରୁଛନ୍ତି? ସୂଚନା ଅଧିକାର ଆଇନ (ଆରଟିଆଇ) ଅଧୀନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ଏ ବିଷୟରେ ସୂଚନା ମଗାଯାଇଥିଲା।
ଏହାର ଜବାବରେ ପିଏମଓ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନିଜ ଭାଷଣକୁ ନିଜେ ଏଡିଟିଂ କରନ୍ତି। ଘଟଣା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ବ୍ୟକ୍ତି, ଅଧିକାରୀ, ବିଭାଗ, ୟୁନିଟ, ସଂଗଠନ ଇତ୍ୟାଦିରୁ ସୂଚନା ଦିଆଯାଏ। ଏହି ସୂଚନା ଆଧାରରେ ପ୍ରଧାନମନ୍ତ୍ରୀ ନିଜେ ଅନ୍ତିମ ଭାଷଣ ପ୍ରସ୍ତୁତ କରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଲେଖିବାକୁ ଏକ ଟିମ ଅଛି କି ବୋଲି ପିଏମଓଙ୍କୁ ମଧ୍ୟ ପଚରାଯାଇଥିଲା? ଯଦି ହଁ, ଏହାର କେତେ ସଦସ୍ୟ ଅଛନ୍ତି? ସେମାନଙ୍କୁ କେତେ ଦରମା ଦିଆଯାଏ? ତଥାପି, ପିଏମଓ ତରଫରୁ ଏହି ପ୍ରଶ୍ନର ଉତ୍ତର ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀ ୧୫କୁ ଘୁଞ୍ଚିଲା ଫାସ୍‌ଟାଗ୍‌

ନୂଆଦିଲ୍ଲୀ, ୧।୧:ଜାତୀୟ ରାଜପଥଗୁଡ଼ିକରୁ ଫାସ୍‌ଟାଗ୍‌ ମାଧ୍ୟମରେ ଶତପ୍ରତିଶତ ଟୋଲ୍‌ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫...

ଭାଜପା ସହ ମେଣ୍ଟ ପରେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୨୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣା ଓଟରା। ଶିବସେନା ଏହି ପଦ ପାଇଁ ଅଡି ବସିଥିବା...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ: ଖଣ୍ଡନ କଲା ପୋଲିସ

ନୂଆଦିଲ୍ଲୀ,୮।୧୨- ଆନ୍ଦୋଳନରତ କୃଷକଙ୍କୁ ଭେଟିବାର ପର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ ରଖାଯାଇଥିବା ମଙ୍ଗଳବାର ସକାଳେ ଅଭିଯୋଗ ଆଣିଥିଲା ଆମ ଆଦମି...

ସରକାରୀ ନିଯୁକ୍ତିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡିଗଡ଼, ୧୪।୧୦: ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପଞ୍ଜାବର କଗ୍ରେସ ସରକାର। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସରକାରୀ ଚାକିରିରେ...

ନେହେରୁ ସଂଗ୍ରହାଳୟର ନାମ ବଦଳିଲା…

ନୂଆଦିଲ୍ଲୀ, ୨୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହା ପିଏମ୍‌(ପ୍ରଧାନମନ୍ତ୍ରୀ)...

ପଶ୍ଚିମବଙ୍ଗରେ ୧୧୨ ଜୀବନ୍ତ ବୋମା ଉଦ୍ଧାର: ୩୯୯ଜଣ ଗିରଫ

କୋଲକାତା,୭।୭: ପଶ୍ଚିମବଙ୍ଗରେ କିଛିଦିନ ହେବ ଲାଗି ରହିଥିବା ରାଜନୈତିକ ହିଂସା ଥମୁ ନ ଥିବା ବେଳେ ପୋଲିସ ଶନିବାର ସୁଦ୍ଧା ପ୍ରାୟ ୧୧୨ଟି ଜୀବନ୍ତ ବୋମା...

ପୂର୍ବତନ କେନ୍ଦ୍ର ଗୃହ ସଚିବଙ୍କ ପରଲୋକ

ନୂଆଦିଲ୍ଲୀ,୨୫।୪: ପୂର୍ବତନ କେନ୍ଦ୍ର ଗୃହ ସଚିବ ମାଧବ ଗଡବୋଲେଙ୍କର ହୃଦ୍‌ଘାତରେ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ୧୯୯୩ରେ ଆଇଏଏସ...

ବନ୍ଦ ହେବ ସରକାରୀ ମଦ ଦୋକାନ

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଔପଚାରିକ ଭାବେ ଏବେ ସରକାରୀ ମଦ ଦୋକାନ ବନ୍ଦ ହେବାକୁ ଯାଉଛି । ଏବେ ଏହା କେବଳ ଘରୋଇ ଦୋକାନରେ...

Advertisement
Archives

Model This Week