Posted inଫୁରସତ

ଔଷଧ ଖୋଳ ଉପରେ କାହିଁକି ଲାଲ୍‌ ରଙ୍ଗର ଗାର ଥାଏ ଜାଣନ୍ତି…

ଆମ ମଧ୍ୟରୁ ଅଧିକାଂଶ ଲୋକ ଅସୁସ୍ଥ ହେବା ପରେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ସିଧା ମେଡିସିନ ଷ୍ଟୋରକୁ ଯାଇଥାନ୍ତି। କିଛି ଚିନ୍ତା ନ କରି ରୋଗ ପାଇଁ ଔଷଧ କିଣି ଆଣନ୍ତି। ବେଳେବେଳେ ଲୋକେ ଏହି ଔଷଧ ଦ୍ୱାରା ଆରୋଗ୍ୟ ହୁଅନ୍ତି ସତ ମାତ୍ର ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଔଷଧ କିଣିବା ସମୟରେ କେବେ ଧ୍ୟାନ ଦେଇଛନ୍ତି କି ଖୋଳ ଉପରେ ଏକ ଲାଲ୍‌ ରଙ୍ଗର ଗାର ପଡ଼ିଥାଏ। ଜାଣନ୍ତି ଏପରି ଗାର କାହିଁକି ପଡ଼ିଥାଏ? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଲାଲ ରଙ୍ଗର ଏହି ଗାର ସମ୍ପର୍କରେ ଡାକ୍ତରଙ୍କୁ ବେଶ୍‌ ଭଲ ଭାବେ ଜଣାଥାଏ। କାରଣ ସାଧାରଣ ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ଧାରଣା ନ ଥାଏ। ଏମିତିରେ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଷ୍ଟୋରରୁ ଔଷଧ ଆଣିଥାନ୍ତି। ପରେ ନାନା ସମସ୍ୟାରେ ପଡ଼ିଥାନ୍ତି। ତେଣୁ ମେଡିସିନ କିଣିବା ସମୟରେ ଭଲ ଭାବରେ ଧ୍ୟାନ ଦେବା ଜରୁରୀ ଅଟେ। ଏହି ଲାଲ୍‌ ରଙ୍ଗ ଗାରର ଅର୍ଥ ଡାକ୍ତରଙ୍କ ବିନା ଏହି ଔଷଧ କିଣାଯାଇ ପାରିବ ନାହିଁ କିମ୍ବା ବିକା ଯାଇପାରିବ ନାହିଁ। କେବଳ ଆଣ୍ଟିବାୟୋଟିକ୍‌ର ଭୁଲ ବ୍ୟବହାରକୁ ରୋକିବା ପାଇଁ ଔଷଧଉପରେ ଏପରି ଲାଲ୍‌ ରଙ୍ଗର ଗାର ପଡ଼ିଥାଏ।

ଲାଲ୍‌ ରଙ୍ଗର ଗାର ବ୍ୟତୀତ ଔଷଧ ଖୋଳରେ ଆଉ ମଧ୍ୟ କିଛି ଲେଖାଥିବାର ଆପଣ ଦେଖିଥିବେ। ଏଥିରେ ଆର୍‌ଏକ୍ସ ଲେଖାଥିବା ନିଶ୍ଚିତ ଦେଖିଥିବେ। ଏହାର ଅର୍ଥ ଏହି ଔଷଧ କେବଳ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗ୍ରହଣ କରାଯିବା ଉଚିତ୍‌। ଆଉ କିଛି ଔଷଧ ଖୋଳରେ ଏନ୍‌ଆର୍‌ଏକ୍ସ ମଧ୍ୟ ଲେଖାଥାଏ। ଏହାର ଅର୍ଥ ହେଉଛି କେବଳ ସେହି ଡାକ୍ତରମାନଙ୍କ ପରାମର୍ଶ ଦରକାର ଯେଉଁମାନେ କି ଔଷଧ ପାଇଁ ଲାଇସେନ୍ସପ୍ରାପ୍ତ ଅଟନ୍ତି। ଆଉ କିଛି ଔଷଧରେ ଏକ୍ସଆର୍‌ଏକ୍ସ ମଧ୍ୟ ଲେଖାଥାଏ। ଏହାର ଅର୍ଥ ଏହି ଔଷଧ କେବଳ ଡାକ୍ତରଙ୍କ ପାଖରୁ ନିଆଯାଇପାରିବ। ଡାକ୍ତର ଏହି ଔଷଧକୁ ରୋଗୀଙ୍କୁ ସିଧାସଳଖ ଦେଇପାରିବେ। ରୋଗୀ ଏହାକୁ କୌଣସି ମେଡିସିନ ଷ୍ଟୋରରୁ କିଣିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri