ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା, ନଚେତ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ ଅତିବାହିତ କରିପାରିବ। ସେଭଳି ଗୋଟିଏ ବିଷୟ ହେଲା ବିଶ୍ୱାସ।
ଚାଣକ୍ୟ କୁହନ୍ତି କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ତାଙ୍କୁ ପରଖି ନେବା ଉଚିତ। କାରଣ ଏହାଦ୍ୱାରା ଭବିଷ୍ୟତରେ ପ୍ରତାରିତ ହେବାରୁ ନିଜକୁ ରକ୍ଷା କରିହେବ। ତେବେ ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ରଖିବା ଉଚିତ।

ଚାଣକ୍ୟ ଏହି ଶ୍ଲୋକରେ କହିଛନ୍ତି, ଶୁଦ୍ଧ ସୁନାକୁ ପରଖିବା ପାଇଁ ଯେପରି ଘଷିବା, କାଟିବା, ନିଆଁରେ ତତାଇବା ଏବଂ ହାତୁଡ଼ି ପାହାର ଖାଇବାକୁ ପଡ଼ିଥାଏ, ସେହିଭଳି କୌଣସି ବ୍ୟକ୍ତିକୁ ପରଖିବା ପାଇଁ ତ୍ୟାଗ, ଗୁଣ, କର୍ମ ଏବଂ ଚରିତ୍ର ଭଳି ଚାରୋଟି କଥାକୁ ଧ୍ୟାନ ଦେବା ଉଚିତ।

-ତ୍ୟାଗର ଭାବନା: କୌଣସି ବ୍ୟକ୍ତି ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ଅନ୍ୟପାଇଁ ତ୍ୟାଗ କରିଛନ୍ତି କି ନାହିଁ ଜାଣି ନିଅନ୍ତୁ। ଯଦି କେହି ଅନ୍ୟର ସୁଖ ପାଇଁ ନିଜର ସୁଖକୁ ତ୍ୟାଗ କରେ ତେବେ ସେଭଳି ବ୍ୟକ୍ତି ବିଶ୍ୱାସଯୋଗ୍ୟ

-ଚରିତ୍ର:ଯେଉଁ ଲୋକର ଚରିତ୍ର ଭଲ ସେ ଅନ୍ୟ ବିଷୟରେ କେବେହେଲେ ଖରାପ କଥା ଚିନ୍ତା କରନ୍ତି ନାହିଁ। ଏଭଳି ଲୋକ ଉପରେ ବିଶ୍ୱାସ କରିହୁଏ। ଅପରପକ୍ଷେ ଅନ୍ୟ ବିଷୟରେ ଖରାପ କଥା କହୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ।

-ଗୁଣର ତୁଳନା: ଯେଉଁ ଲୋକଙ୍କ ମଧ୍ୟରେ କ୍ରୋଧ, ଆଳସ୍ୟ, ସ୍ବାର୍ଥ, ମିଥ୍ୟା ଏବଂ ଅହଙ୍କାର ଭଳି ଅବଗୁଣ ଥାଏ, ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁଲୋକ ଶାନ୍ତ ସ୍ବଭାବର ଏବଂ ସତ୍ୟର ପଥରେ ଚାଲିଥାଏ ତାଙ୍କର ବିଶ୍ୱାସ କରନ୍ତୁ।

-କର୍ମକୁ ପରଖିବା: ଯେଉଁ ଲୋକ ନିଜ ସ୍ବାର୍ଥ ପାଇଁ କାହାକୁ ପ୍ରତାରିତ କରିପାରେ। ଲୋଭୀ ସ୍ବଭାବର ଏବଂ ମିଛ କହି ଧନ କମାଇଥାଏ, ସେଭଳି ଲୋକଙ୍କ ଉପରେ ଭରସା କରିବା ଉଚିତ ନୁହେଁ। ଏଣୁ କେବଳ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମରେ ଫଙ୍ଗାଲ ଇନ୍‌ଫେକ୍ସନ

ଖରାଦିନେ ଅଧିକ ଗରମ ଯୋଗୁ ଅନେକଙ୍କ ଠାରେ ଝାଳ ଲାଗି କୁଣ୍ଡେଇ ହେବା, ଲାଲ୍‌ ପଡିବା କିମ୍ବା ଫଙ୍ଗାଲ ଇନ୍‌ଫେକ୍ସନ ଭଳି ସମସ୍ୟା ଦେଖା ଦେଇଥାଏ।...

ମଟର କବାବ

ଆବଶ୍ୟକ ସାମଗ୍ରୀ: କଟା ପାଳଙ୍ଗ ଶାଗ- ୫୦୦ ଗ୍ରାମ, ସିଝା ମଟର- ୫୦୦ ଗ୍ରାମ, କଟା କଞ୍ଚାଲଙ୍କା-୨ଟା, ଅଦା ପେଷ୍ଟ-୧ଚାମଚ, ଗୋଲମରିଚ ଗୁଣ୍ଡ-୧/୪ଚାମଚ, ପାଉଁରୁଟି-୨ଟା ସ୍ଲାଇସ୍‌,...

ଏହି ୪ଟି ଜିନିଷ ସର୍ବଶକ୍ତିମାନ; ଜୀବନର ମହତ୍ୱ ସହ ବଢ଼ାଏ ଶକ୍ତି: ଜାଣିରଖନ୍ତୁ…

ନିଜର ନୀତିଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ କିଛି ବିଷୟ ଉଲ୍ଲେଖ କରିଛନ୍ତି। ସେଭଳି ଏକ ଶ୍ଳୋକରେ ଚାଣକ୍ୟ ଏଭଳି...

ସତର୍କତା ଜରୁରୀ

ପରିବାରର ସୁରକ୍ଷା ଦାୟିତ୍ୱ ସାଧାରଣତଃ ଗୃହିଣୀମାନଙ୍କ ଉପରେ। ପିଲାମାନଙ୍କଠାରୁ ଆରମ୍ଭ କରି ବଡ଼ମାନଙ୍କର ବି ଦେହର ଯତ୍ନ, ଖାଦ୍ୟପେୟ, ପୋଷାକ ଆଦି ବିଷୟରେ ଟିକିନିଖି ବୁଝିବାକୁ...

ମାସ୍କ ପିନ୍ଧିବାରେ ଅସୁବିଧା ହେଉଛି କି? ଏସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ..

ସାରା ବିଶ୍ୱରେ ଏବେ କରୋନାର ଭୟାବହତା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ହଜାର ହଜାର ସଂଖ୍ୟାରେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି। ଭାରତରେ ଏହି ସଂଖ୍ୟା...

ପିଲାଙ୍କ ମସ୍ତିଷ୍କ ବୃଦ୍ଧି କରେ ପ୍ରତ୍ୟହ ଗୋଟିଏ ଅଣ୍ଡା

ଓ୍ବାଶିଂଟନ୍‌: ଆମେରିକାର କେତେଜଣ ଗବେଷକଙ୍କ ମତାନୁଯାୟୀ ଶିଶୁଙ୍କୁ ଦୈନିକ ଗୋଟିଏ ଲେଖାଁ ଅଣ୍ଡା ଖାଇବାକୁ ଦେଲେ ସେମାନଙ୍କ ମସ୍ତିଷ୍କର ବିକାଶ ଠିକ୍‌ ଭାବେ ହୋଇଥାଏ। ଅଣ୍ଡା...

କୋଭିଡ୍‌ ଜ୍ୱାଳାକୁ କମାଇପାରିବ ପ୍ରୋଟିନ୍‌

ଟରଣ୍ଟୋ,୬ା୭(ପି.ଟି.): ବୈଜ୍ଞାନିକମାନେ ଏକ ପ୍ରକାର ପ୍ରୋଟିନ୍‌ ଆବିଷ୍କାର କରିଛନ୍ତି ଯାହା କୋଭିଡ୍‌-୧୯ ଜନିତ ପ୍ରଦାହକୁ ହ୍ରାସ କରିପାରିବ ବୋଲି ସେମାନେ ଦାବି କରିଛନ୍ତି। ଏହି ନୂଆ...

ଏସବୁ କୁଅଭ୍ୟାସ ଥିଲେ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଯେ ଲୋକେ ମୋଟା ହୁଅନ୍ତି ତାହା ନୁହେଁ, ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା...

Advertisement
Archives

Model This Week