୧୦ ଟଙ୍କିଆ ଏହି ପୁରୁଣା ନୋଟ ଥିଲେ ହୋଇଯିବେ ମାଲାମାଲ୍‌: ଜାଣନ୍ତୁ ଏହା ବଦଳରେ ପାଇବେ ଏତିକି ଟଙ୍କା

ଲୋକମାନେ ଏବେ ଆଉ ହାତରେ ଟଙ୍କା କାରବାର କରିବାକୁ ପସନ୍ଦ କରୁ ନାହାନ୍ତି। ଡିଜିଟାଲ ଯୁଗରେ ଅନ୍‌ଲାଇନ୍‌ ଟଙ୍କା କାରବାର କରିବାକୁ ସମସ୍ତେ ଭଲ ପାଉଛନ୍ତି। ହେଲେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ପୁରୁଣା ଟଙ୍କାକୁ ନିଜ ପାଖରେ ସାଇତି ରଖିବାକୁ ଭଲ ପାଆନ୍ତି। ଏହି ପୁରୁଣା ଟଙ୍କା ଦ୍ୱାରା ଏବେ ସେମାନେ ମାଲାମାଲ ହୋଇପାରିବେ।


ବ୍ରିଟିସ ଇଣ୍ଡିଆ ସମୟରେ ଏମିତି ଅନେକ ନୋଟ ଥିଲା, ଯାହା ବିଷୟରେ ଏବେର ଲୋକମାନେ ସେତେଟା ଜାଣି ନ ଥିବେ। ହେଲେ ସେହି ନୋଟର ସ୍ଥାନ ଏବେ ନୂଆ ନୋଟ ନେଇସାରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ୧୦ ଟଙ୍କିଆ ନୋଟ। ଏହି ପୁରୁଣା ନୋଟର ଗୋଟିଏ ପଟେ ଅଶୋକ ସ୍ତମ୍ବ ରହିଛି। ଅନ୍ୟପଟେ ଗୋଟିଏ ବାଘର ୩ ମୁହଁ। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡାଆର ଗଭର୍ଣ୍ଣର ସି ଡି ଦେଶମୁଖଙ୍କ ହସ୍ତାକ୍ଷର ମଧ୍ୟ ରହିଛି। ଏହି ସ୍ବତନ୍ତ୍ର ୧୦ ଟଙ୍କିଆ ନୋଟ ପଛରେ ଏକ ଡଙ୍ଗାର ଚିତ୍ର ରହିଛି। ଏଥିସହ ଉଭୟ ପାର୍ଶ୍ୱରେ ଇଂରାଜୀରେ ୧୦ ଟଙ୍କା ବୋଲି ଲେଖାଯାଇଛି। ଏବେ ଯଦି ଆପଣଙ୍କ ପାଖରେ ଏହି ୧୦ ଟଙ୍କିଆ ନୋଟ ଥାଏ, ତେବେ ଆପଣ ମାଲାମାଲ ହୋଇପାରିବେ। ଗୋଟିଏ ୧୦ ଟଙ୍କିଆ ନୋଟ ବଦଳରେ ଆପଣ ୨୦ରୁ ୨୫ ହଜାର ଟଙ୍କା ପାଇପାରିବେ। ଏହାକୁ ବିକିବା ପାଇଁ ଆପଣଙ୍କୁ କୁଆଡେ ଯିବାକୁ ମଧ୍ୟ ପଡ଼ିବ ନାହିଁ। ଘରେ ଅନ୍‌ଲାଇନ୍‌ରେ ଏହାକୁ ବିକ୍ରି କରିପାରିବେ। ଇଣ୍ଡିଆ ମାର୍ଟ, ଶପ୍‌କ୍ଲୁଜ୍‌ ଏବଂ ମରୁଧର ଓ୍ବେବ୍‌ସାଇଟ୍‌ରେ ଏହି ନୋଟକୁ ବିକ୍ରି କରିପାରିବେ। କଏନ ବଜାର ଡଟ୍‌ କମ୍‌ରେ ଗୋଟିଏ ୧୦ ଟଙ୍କିଆ ନୋଟ ପରିବର୍ତ୍ତେ ୨୫ ହଜାର ଟଙ୍କା ପାଇପାରିବେ। ଏହାର ମୂଲ୍ୟ ନୋଟର ଅବସ୍ଥା ଉପରେନିର୍ଭର କରୁଛି। ଯଦି ଏହି ନୋଟ ଭଲ ଅବସ୍ଥାରେ ଥିବ, ଚିରି ନ ଥିବ ତେବେ ଏହାର ମୂଲ୍ୟ ଅଧିକ ହେବ।

ସେହିପରି ଏହି କଳା ରଙ୍ଗର ପୁରୁଣା ୧୦ ଟଙ୍କିଆ ନୋଟ ଦେଇ ୧୩ରୁ ୧୪ ହଜାର ଟଙ୍କା ପାଇପାରିବେ। ଅନ୍‌ଲାଇନ୍‌ ଏହି ନୋଟର ବହୁତ ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ସୁସ୍ଥ ହୋଇଛନ୍ତି ୮୯ ପ୍ରତିଶତ କରୋନା ସଂକ୍ରମିତ ରୋଗୀ

ବେଜିଂ,୨୩।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୮୮ ଦେଶକୁ ବ୍ୟାପି ସାରିଲାଣି। ଚାଇନାରେ ଏହା ପ୍ରାୟ ୩ ହଜାର ୫ଶହ ମୁଣ୍ଡ...

କାର୍‌ ଚଳାଇ ଭୁଲରେ ପହଞ୍ଚିଲେ ଆମେରିକା: ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟ ଗିରଫ

ନ୍ୟୁୟର୍କ: ପରିବାର ସହ କୁଆଡେ ବୁଲିଯାଉଥିବା ବେଳେ ଅନ୍ୟମାନଙ୍କ ସହ କଥାବର୍ତ୍ତା ହୋଇ ଅନ୍ୟମନସ୍କ ହୋଇଯାଇଥାଉ। ବେଳେବେଳେ ଏଭଳି ହୋଇଥାଏ ଯେ, ଅନ୍ୟମନସ୍କତା ଯୋଗୁ ଭୁଲ...

କୁଇନ୍ସ ୟୁନିଭର୍ସିଟି ଚାନ୍‌ସେଲର ହେଲେ ହିଲାରୀ

ଓ୍ବାଶିଂଶନ/ଲଣ୍ଡନ,୩ା୧(ପି.ଟି.):ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ହିଲାରୀ ରୋଡ୍‌ହାମ୍‌ କ୍ଲିଣ୍ଟନଙ୍କୁ ବ୍ରିଟେନର କୁଇନ୍ସ ୟୁନିଭର୍ସିଟିର ପ୍ରଥମ ମହିଳା ଚାନ୍‌ସେଲର ଭାବେ ନିଯୁକ୍ତି ମିଳିଛି। ୨୦୧୮ରେ ଉକ୍ତ ବିଶ୍ୱବିଦ୍ୟାଳୟରୁ...

୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି...

ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍‌ ଏସିକୁ ସାବଧାନ !

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି...

ଗରମ ପ୍ରକୋପ: ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଆଇଲେ ଭକ୍ତ

ବାରାଣସୀ,୨୯।୫: ଉତ୍ତର ଭାରତରେ ଗରମର ପ୍ରକୋପ ବଢ଼ିବାରେ ଲାଗିଛି। ଗରମ ଯୋଗୁ ସାଧାରଣ ଲୋକଙ୍କ ବ୍ୟତୀତ ଭଗବାନ ବି ଏଥିରୁ ନିସ୍ତାର ପାଇପାରୁ ନାହାନ୍ତି। ତେବେ...

ଏପରି ଦେଶ ଯେଉଁଠି ଅପରାଧୀଙ୍କ ମୂର୍ତ୍ତି କରାଯାଏ ପୂଜା…

ଲୋକେ ଭଗବାନଙ୍କ ମୂର୍ତ୍ତିିକୁ ପୂଜା କରିଥାନ୍ତି। ତେବେ ଲାଟିନ୍‌ ଆମେରିକାର ଭେନଜୁଏଲାରେ ମୃତ୍ୟୁ ଘଟିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମୂର୍ତ୍ତି ପୂଜା କରିବା ପରମ୍ପରା ରହିଛି। ସ୍ପେନ୍‌ର...

ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ...

Coronavirus Update

Archives

Model This Week

Why Dharitri