ଜୈବିକ କୃଷି ପ୍ରତି ବଢୁନି ଆଗ୍ରହ

କେନ୍ଦ୍ରାପଡ଼ା ଅଫିସ, ୧୭ା୯: କେନ୍ଦ୍ରାପଡ଼ା ଜିଲାର ଧାନ ଚାଷ ପରେ ସର୍ବାଧିକ କ୍ଷେତରେ ତୈଳବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରୁଥିଲେ। ଉପଯୁକ୍ତ ଜଳବାୟୁ, ମୂର୍ତ୍ତିକା ଓ କଠିନ ପରିଶ୍ରମର ଫଳ ରୂପେ ସାଧାରଣ ଖାଇବା ତେଲଠାରୁ ଆରମ୍ଭ କରି ରାଶି ଲଡୁ ପର୍ଯ୍ୟନ୍ତ ସାଧାରଣରେ ଉପଲବ୍ଧ ହେଉଥିଲା। ତେବେ ଜିଲାରେ ତୈଳବୀଜ ଚାଷ ଏକ ପ୍ରକାର ହଜିଯାଇଛି। ୧୯୯୫ରୁ ୨୦୧୫ ମଧ୍ୟରେ ଥିବା କୃଷି ତଥ୍ୟକୁ ଅନୁଧ୍ୟାନ କଲେ ତୈଳବୀଜ ଚାଷର ନୈରାଶ୍ୟଜନକ ସ୍ଥିତି ଦେଖିବାକୁ ମିଳୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ବଜେଟରେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଥିବା ଦର୍ଶାଯାଉଥିଲେ ମଧ୍ୟ ତୃଣମୂଳସ୍ତରରେ ଏହି ବାର୍ତ୍ତା ପହଞ୍ଚତ୍ ପାରୁନାହିଁ। ଆଧୁନିକତା ସ୍ପର୍ଶରେ ତୈଳବୀଜ ଚାଷ ହଜିବାକୁ ବସିଛି। ଜିଲାରେ ଜୈବିକ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁନି। ପ୍ରୋତ୍ସାହନ ମିଳିଲେ ବାହାର ଜିଲାକୁ ଚାଲାଣ ପାଇଁ ତୈଳବୀଜ ଉପତ୍ାଦନ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ କଳ୍ପତରୁ ସାମନ୍ତରାୟ, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ଚାଷୀ ଜଗଦୀଶ ପତି ପ୍ରମୁଖ କହିଛନ୍ତି, ବହୁଳ ମାତ୍ରାରେ ତୈଳବୀଜ ଚାଷ ଏହି ଜିଲାର ଅର୍ଥନୀତିକୁ ବଦଳାଇ ଦେଇପାରିବ। ଜିଲାରେ ମୋଟ ୮୧୬ କି.ମି. ଜଳପଥ ଅଛି। ଏହାର ଦୁଇ ପାର୍ଶ୍ୱରେ ୪୭ ହଜାର ହେକ୍ଟର ଅଞ୍ଚଳକୁ କେନାଲ ମାଧ୍ୟମରେ ଜଳ ଯୋଗାଣ ହେଉଥିବା ବେଳେ ତୈଳବୀଜ ଚାଷ ପାଇଁ ୩ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଉପଯୁକ୍ତ। ୩ ଦଶନ୍ଧି ଧରି ତୈଳବୀଜ ଚାଷ ସ୍ଥିତି ବିଗିଡି ଯାଇଛି। ଗତ ୨୦୧୭ ନଭେମ୍ବରରେ ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସ ଇନ୍‌ଭେନ୍‌ସନ ପତ୍ରିକାରେ ପ୍ରକାଶିତ ଗ୍ରୋଥ ଆଣ୍ଡ ଇନ୍‌ଷ୍ଟାବିଲିଟି ଇନ ଅଏଲସିଡ୍‌ସ ପ୍ରଡକ୍‌ଶନ ଇନ୍‌ ଓଡ଼ିଶା ତଥ୍ୟ ଅନୁଯାୟୀ, ୧୯୯୫- ୯୬ ଆର୍ଥିକ ବର୍ଷରେ ତୈଳବୀଜ ଚାଷ ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୫- ୧୬ ଆର୍ଥିକ ବର୍ଷରେ ୬୭ ପ୍ରତିଶତ ହ୍ରାସ ପାଇଛି। ତୈଳବୀଜ କେବଳ ଖାଇବା ତେଲରେ ସୀମିତ ନୁହେଁ। ମଣିଷ ପାଇଁ ପୌଷ୍ଟିକ ଖାଦ୍ୟ ପରି ଏହାକୁ ବିଭିନ୍ନ ତେଲ, ଘିଅ, ସାବୁନ, ସଫା କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ ଆଦିରେ ବ୍ୟବହାର କରାଯାଉଛି। ସାମ୍ପ୍ରତିକ ସମୟରେ ଖାଇବା ତେଲ ଦର କେଜି ପ୍ରତି ୨୦୦ ଟଙ୍କାରୁ ଅଧିକ ରହୁଛି। ଜିଲାରେ ହେଉଥିବା ଶୋରିଷକୁ ଘଣାରେ ପେଡି ଖାଦ୍ୟ ସହ ଏହାର ପିଡିଆକୁ ଚାଷ ଓ ମାଛର ଖାଦ୍ୟ ଭାବେ ବ୍ୟବହାର କରାଯାଉଥିଲା। ସେହିପରି ରାଶି ଲଡୁ ସମସ୍ତଙ୍କ ପ୍ରିୟ ଥିଲା। ଜଡା ତେଲ ବିଜୁଳି ଆଲୋକ ଅଭାବର ନିରାକରଣ କରୁଥିବା ବେଳେ ସ୍ବାସ୍ଥ୍ୟଗତ ସମସ୍ୟାରେ ଉପଯୋଗୀ ହେଉଥିଲା। ଏଥିପାଇଁ ପ୍ରତି ଗ୍ରାମରେ କୁଟୀରଶିଳ୍ପ ଗଢ଼ି ଉଠିଥିଲା। ଏବେ ତୈଳବୀଜ ସାମଗ୍ରୀ ସୀମିତ ସଂଖ୍ୟକ କମ୍ପାନୀ ହାତକୁ ଚାଲିଯାଇଛି। ଆକର୍ଷଣୀୟ ବିଜ୍ଞାପନ ଓ ଚକଚକିଆ ଖୋଳ ଆକର୍ଷଣରେ ଆମେ ନକଲି ସାମଗ୍ରୀ ଖାଇବାକୁ ବାଧ୍ୟ ହେଉଛୁ। ଗତ କେନ୍ଦ୍ର ସରକାରଙ୍କ ବଜେଟ ଉପସ୍ଥାପନ ସମୟରେ ଚାଷ ଓ ଚାଷୀଙ୍କ ପାଇଁ ଏହା ଉତ୍ସର୍ଗୀକୃତ ବୋଲି ଉପସ୍ଥାପନା କରାଗଲା। ସେହିପରି ରାଜ୍ୟ ଓ ଜିଲା କୃଷି ବଜେଟରେ ଅଧିକ ଅର୍ଥ ଦିଆଯାଉଛି ବୋଲି ସୂଚନା ମିଳୁଛି। ବାସ୍ତବରେ ଏହି ବଜେଟ ଅର୍ଥ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁଛି କି ନାହିଁ, ତନଖି ପାଇଁ କହାରି ମଧ୍ୟ ଆଗ୍ରହ ନାହିଁ। ଏପରି କି କେନ୍ଦ୍ରାପଡ଼ା ଜିଲାରେ କେନ୍ଦ୍ର ସରକାରଙ୍କ ଜୈବିକ ଚାଷ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହି ଚାଷକୁ ଗୁରୁତ୍ୱ ଦିଆଗଲେ ଖାଇବା ତେଲରେ ସ୍ବାବଲମ୍ବୀ ହେବା ସହ ଏହାର ଉପତ୍ାଦ ବାହାରକୁ ପଠାଇ ହେବ। ଏସମ୍ପର୍କରେ କୃଷି ବିକାଶ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡ. ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ ପଚାରିବାରେ ଧାନ ଚାଷ ସହ ତୈଳବୀଜ ଚାଷ ହେଉଥିବାରୁ ଏହାକୁ ପ୍ରାଧାନ୍ୟ ମିଳିପାରୁନାହିଁ। ସ୍ବତନ୍ତ୍ର ଯୋଜନାରେ ତୈଳବୀଜ ଚାଷକୁ ଗୁରୁତ୍ୱ ଦିଆଗଲେ ଏହାର ଉପତ୍ାଦନ ଆଶାତୀତ ଭାବେ ବୃଦ୍ଧି ହେବ। ଏଥିପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ହୋଇଛି। ଏହାର ଫାଇଦା ଚାଷୀ ନେଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri