ଜୈବିକ କୃଷି ପ୍ରତି ବଢୁନି ଆଗ୍ରହ

କେନ୍ଦ୍ରାପଡ଼ା ଅଫିସ, ୧୭ା୯: କେନ୍ଦ୍ରାପଡ଼ା ଜିଲାର ଧାନ ଚାଷ ପରେ ସର୍ବାଧିକ କ୍ଷେତରେ ତୈଳବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରୁଥିଲେ। ଉପଯୁକ୍ତ ଜଳବାୟୁ, ମୂର୍ତ୍ତିକା ଓ କଠିନ ପରିଶ୍ରମର ଫଳ ରୂପେ ସାଧାରଣ ଖାଇବା ତେଲଠାରୁ ଆରମ୍ଭ କରି ରାଶି ଲଡୁ ପର୍ଯ୍ୟନ୍ତ ସାଧାରଣରେ ଉପଲବ୍ଧ ହେଉଥିଲା। ତେବେ ଜିଲାରେ ତୈଳବୀଜ ଚାଷ ଏକ ପ୍ରକାର ହଜିଯାଇଛି। ୧୯୯୫ରୁ ୨୦୧୫ ମଧ୍ୟରେ ଥିବା କୃଷି ତଥ୍ୟକୁ ଅନୁଧ୍ୟାନ କଲେ ତୈଳବୀଜ ଚାଷର ନୈରାଶ୍ୟଜନକ ସ୍ଥିତି ଦେଖିବାକୁ ମିଳୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ବଜେଟରେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଥିବା ଦର୍ଶାଯାଉଥିଲେ ମଧ୍ୟ ତୃଣମୂଳସ୍ତରରେ ଏହି ବାର୍ତ୍ତା ପହଞ୍ଚତ୍ ପାରୁନାହିଁ। ଆଧୁନିକତା ସ୍ପର୍ଶରେ ତୈଳବୀଜ ଚାଷ ହଜିବାକୁ ବସିଛି। ଜିଲାରେ ଜୈବିକ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁନି। ପ୍ରୋତ୍ସାହନ ମିଳିଲେ ବାହାର ଜିଲାକୁ ଚାଲାଣ ପାଇଁ ତୈଳବୀଜ ଉପତ୍ାଦନ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ କଳ୍ପତରୁ ସାମନ୍ତରାୟ, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ଚାଷୀ ଜଗଦୀଶ ପତି ପ୍ରମୁଖ କହିଛନ୍ତି, ବହୁଳ ମାତ୍ରାରେ ତୈଳବୀଜ ଚାଷ ଏହି ଜିଲାର ଅର୍ଥନୀତିକୁ ବଦଳାଇ ଦେଇପାରିବ। ଜିଲାରେ ମୋଟ ୮୧୬ କି.ମି. ଜଳପଥ ଅଛି। ଏହାର ଦୁଇ ପାର୍ଶ୍ୱରେ ୪୭ ହଜାର ହେକ୍ଟର ଅଞ୍ଚଳକୁ କେନାଲ ମାଧ୍ୟମରେ ଜଳ ଯୋଗାଣ ହେଉଥିବା ବେଳେ ତୈଳବୀଜ ଚାଷ ପାଇଁ ୩ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଉପଯୁକ୍ତ। ୩ ଦଶନ୍ଧି ଧରି ତୈଳବୀଜ ଚାଷ ସ୍ଥିତି ବିଗିଡି ଯାଇଛି। ଗତ ୨୦୧୭ ନଭେମ୍ବରରେ ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସ ଇନ୍‌ଭେନ୍‌ସନ ପତ୍ରିକାରେ ପ୍ରକାଶିତ ଗ୍ରୋଥ ଆଣ୍ଡ ଇନ୍‌ଷ୍ଟାବିଲିଟି ଇନ ଅଏଲସିଡ୍‌ସ ପ୍ରଡକ୍‌ଶନ ଇନ୍‌ ଓଡ଼ିଶା ତଥ୍ୟ ଅନୁଯାୟୀ, ୧୯୯୫- ୯୬ ଆର୍ଥିକ ବର୍ଷରେ ତୈଳବୀଜ ଚାଷ ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୫- ୧୬ ଆର୍ଥିକ ବର୍ଷରେ ୬୭ ପ୍ରତିଶତ ହ୍ରାସ ପାଇଛି। ତୈଳବୀଜ କେବଳ ଖାଇବା ତେଲରେ ସୀମିତ ନୁହେଁ। ମଣିଷ ପାଇଁ ପୌଷ୍ଟିକ ଖାଦ୍ୟ ପରି ଏହାକୁ ବିଭିନ୍ନ ତେଲ, ଘିଅ, ସାବୁନ, ସଫା କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ ଆଦିରେ ବ୍ୟବହାର କରାଯାଉଛି। ସାମ୍ପ୍ରତିକ ସମୟରେ ଖାଇବା ତେଲ ଦର କେଜି ପ୍ରତି ୨୦୦ ଟଙ୍କାରୁ ଅଧିକ ରହୁଛି। ଜିଲାରେ ହେଉଥିବା ଶୋରିଷକୁ ଘଣାରେ ପେଡି ଖାଦ୍ୟ ସହ ଏହାର ପିଡିଆକୁ ଚାଷ ଓ ମାଛର ଖାଦ୍ୟ ଭାବେ ବ୍ୟବହାର କରାଯାଉଥିଲା। ସେହିପରି ରାଶି ଲଡୁ ସମସ୍ତଙ୍କ ପ୍ରିୟ ଥିଲା। ଜଡା ତେଲ ବିଜୁଳି ଆଲୋକ ଅଭାବର ନିରାକରଣ କରୁଥିବା ବେଳେ ସ୍ବାସ୍ଥ୍ୟଗତ ସମସ୍ୟାରେ ଉପଯୋଗୀ ହେଉଥିଲା। ଏଥିପାଇଁ ପ୍ରତି ଗ୍ରାମରେ କୁଟୀରଶିଳ୍ପ ଗଢ଼ି ଉଠିଥିଲା। ଏବେ ତୈଳବୀଜ ସାମଗ୍ରୀ ସୀମିତ ସଂଖ୍ୟକ କମ୍ପାନୀ ହାତକୁ ଚାଲିଯାଇଛି। ଆକର୍ଷଣୀୟ ବିଜ୍ଞାପନ ଓ ଚକଚକିଆ ଖୋଳ ଆକର୍ଷଣରେ ଆମେ ନକଲି ସାମଗ୍ରୀ ଖାଇବାକୁ ବାଧ୍ୟ ହେଉଛୁ। ଗତ କେନ୍ଦ୍ର ସରକାରଙ୍କ ବଜେଟ ଉପସ୍ଥାପନ ସମୟରେ ଚାଷ ଓ ଚାଷୀଙ୍କ ପାଇଁ ଏହା ଉତ୍ସର୍ଗୀକୃତ ବୋଲି ଉପସ୍ଥାପନା କରାଗଲା। ସେହିପରି ରାଜ୍ୟ ଓ ଜିଲା କୃଷି ବଜେଟରେ ଅଧିକ ଅର୍ଥ ଦିଆଯାଉଛି ବୋଲି ସୂଚନା ମିଳୁଛି। ବାସ୍ତବରେ ଏହି ବଜେଟ ଅର୍ଥ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁଛି କି ନାହିଁ, ତନଖି ପାଇଁ କହାରି ମଧ୍ୟ ଆଗ୍ରହ ନାହିଁ। ଏପରି କି କେନ୍ଦ୍ରାପଡ଼ା ଜିଲାରେ କେନ୍ଦ୍ର ସରକାରଙ୍କ ଜୈବିକ ଚାଷ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହି ଚାଷକୁ ଗୁରୁତ୍ୱ ଦିଆଗଲେ ଖାଇବା ତେଲରେ ସ୍ବାବଲମ୍ବୀ ହେବା ସହ ଏହାର ଉପତ୍ାଦ ବାହାରକୁ ପଠାଇ ହେବ। ଏସମ୍ପର୍କରେ କୃଷି ବିକାଶ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡ. ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ ପଚାରିବାରେ ଧାନ ଚାଷ ସହ ତୈଳବୀଜ ଚାଷ ହେଉଥିବାରୁ ଏହାକୁ ପ୍ରାଧାନ୍ୟ ମିଳିପାରୁନାହିଁ। ସ୍ବତନ୍ତ୍ର ଯୋଜନାରେ ତୈଳବୀଜ ଚାଷକୁ ଗୁରୁତ୍ୱ ଦିଆଗଲେ ଏହାର ଉପତ୍ାଦନ ଆଶାତୀତ ଭାବେ ବୃଦ୍ଧି ହେବ। ଏଥିପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ହୋଇଛି। ଏହାର ଫାଇଦା ଚାଷୀ ନେଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍‌ କହିଲେ…

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…

ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?