Posted inଜାତୀୟ

ଏ. ରାଜାଙ୍କ ମନ୍ତବ୍ୟକୁ ନେଇ ବିବାଦ

ଚେନ୍ନାଇ,୧୪।୯: ଡିଏମ୍‌କେ ନେତା ଏ. ରାଜା ଶୂଦ୍ର ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ବୋଲି ଡିଏମ୍‌କେ ଏମ୍‌ପି କହିବା ପରେ ଭାଜପା ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ସେ ଏକ ସମ୍ପ୍ରଦାୟ ବିରୋଧରେ ଘୃଣାର ପ୍ରସାର କରୁଥିବା ଗୈରିକ ଦଳ ଅଭିଯୋଗ କରିଛି। ଏ. ରାଜାଙ୍କ କହିବା ଅନୁଯାୟୀ ମନୁସ୍ମୃତିରେ ଶୂଦ୍ରଙ୍କୁ ଅପମାନିତ କରାଯାଇଛି। ସେମାନଙ୍କୁ ସମାନତା, ଶିକ୍ଷା, ନିଯୁକ୍ତି ଓ ମନ୍ଦିର ପ୍ରବେଶରୁ ବଞ୍ଚିତ କରାଯାଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ଏବଂ ଶୂଦ୍ର ଥିବାଯାଏ ଗଣିକାର ପୁଅ। ହିନ୍ଦୁ ଥିତ୍ବାଯାଏ ତୁମେ ଦଳିତ ଓ ଅସ୍ପୃଶ୍ୟ ବୋଲି ରାଜା ଏକ ସଭାରେ ଉଦ୍‌ବୋଧନ ଦେବା ବେଳେ କହିଛନ୍ତି। ତାଙ୍କର ଏଭଳି ଭାଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଜା ବିଭିନ୍ନ ସମୟରେ ମହିଳା ଓ ହିନ୍ଦୁମାନଙ୍କୁ ଅପମାନିତ କରିଥିବା ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନଥି ଶ୍ରୀନିବାସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ କେଜରିଓ୍ବାଲ!

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ଅଙ୍କ କଷା। ଆମ ଆଦମୀ ପାର୍ଟି(ଏଏପି) ଏଥର ବହୁମତରେ ଆସି ପୁଣିଥରେ ଦିଲ୍ଲୀରେ...

ସାବାଳକଙ୍କୁ ଟିକା ପାଇଁ ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୨୫।୪: ଆସନ୍ତା ମାସ ୧ ତାରିଖରୁ ସମସ୍ତ ସାବାଳକଙ୍କୁ କୋଭିଡ୍‌ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣକୁ ସଫଳ କରାଇବା ପାଇଁ କେନ୍ଦ୍ର ସରକାର...

ପ୍ରଥମେ ଚିନ୍ତାଧାରା ପରିବର୍ତ୍ତନ କର, ତେବେ ଯାଇ ବଦଳିବ ଦେଶ

ନୂଆଦିଲ୍ଲୀ,୧୮।୩: ମହିଳାମାନେ ପିନ୍ଧୁଥିବା ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଦେଇଥିବା ମନ୍ତବ୍ୟ ଏବେ ଦେଶରେ ଆଲୋଚନାର ବିଷୟ ହୋଇଛି। ଏହାକୁ ନେଇ...

ଅକ୍ସିଜେନ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟଙ୍କୁ କେନ୍ଦ୍ରର ଚିଠି…

ନୂଆଦିଲ୍ଲୀ,୨୪।୧୨ : କରୋନା ମୁକାବିଲା ପାଇଁ ନିୟମିତ ଅକ୍ସିଜେନ ଯୋଗାଣ ନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛି। ଏହା ସହିତ,...

ଜାମିନ ପରେ ବି ଜେଲରେ ରହିବେ ଅନୀଲ ଦେଶମୁଖ…

ମୁମ୍ବାଇ,୪।୧୦ : ଅର୍ଥ ହେରଫେର ମାମଲାରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏକ...

ନେହେରୁ ସଂଗ୍ରହାଳୟର ନାମ ବଦଳିଲା…

ନୂଆଦିଲ୍ଲୀ, ୨୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହା ପିଏମ୍‌(ପ୍ରଧାନମନ୍ତ୍ରୀ)...

ଅଜଣା ରୋଗ ନେଲାଣି ୭ ଶିଶୁଙ୍କ ଜୀବନ

ଜୟପୁର,୧୬।୪: ରାଜସ୍ଥାନର ସିରୋହିରେ ୨ରୁ ୧୪ ବର୍ଷ ବୟସର ୭ ଜଣ ପିଲା ଅଜଣା ରୋଗରେ ପ୍ରାଣ ହରାଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ୭ ପିଲାଙ୍କ...

ଆସିଲା ନୂଆ ଗାଇଡଲାଇନ୍‌: ୫୦% ସରକାରୀ କର୍ମଚାରୀ ଘରୁ କରିବେ କାମ

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ବାୟୁ ପ୍ରଦୂଷଣକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ପରେ...

Advertisement
Archives

Model This Week