Posted inଖେଳ

ଜୋକୋଭିଚ ବର୍ଷ ଶେଷ ନମ୍ବର ଓ୍ବାନ

ତୁରିନ୍‌, ୧୪ା୧୧ (ଏପି): ସର୍ବୀୟ ଟେନିସ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌ ଏଟିପି ଫାଇନାଲ୍ସରେ ହେଲ୍‌ଗର ରୁନ୍‌ଙ୍କୁ ୭-୬ (୪), ୬-୭ (୧), ୬–୩ ସେଟ୍‌ରେ ପରାସ୍ତ କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ ୩ ଘଣ୍ଟାରୁ ଅଧିକ ସମୟ ଖେଳାଯାଇଥିଲା। ଏହି ବିଜୟ ଦ୍ୱାରା ବର୍ଷ ଶେଷ ର଼୍ୟାଙ୍କିଙ୍ଗ ତାଲିକାରେ ସର୍ବାଧିକ ନମ୍ବର ଓ୍ବାନ ଖେଳାଳି ହେବାରେ ତାଙ୍କ ନାମରେ ରହିଥିବା ରେକର୍ଡ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସୋମବାର ଅପରାହ୍ନରେ ଏଟିପି ସଭାପତି ଆଣ୍ଡ୍ରିଆ ଗଡେଞ୍ଜି ତାଙ୍କର ଏହି ସଫଳତା ପାଇଁ ଜୋକୋଭିଚ୍‌ଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସର୍ବୀୟ ଖେଳାଳି ପରେ ତାଙ୍କର ଦଳର କୋଚ, ଫିଜିକାଲଟ୍ରେନର ଏବଂ ପରିବାର ସଦସ୍ୟମାନଙ୍କ ସହିତ ମିଳିତ ଫଟୋ ଉଠାଇଥିଲେ। ୩୬ ବର୍ଷୀୟ ଜୋକୋଭିଚ୍‌ ଦୁଇ ବର୍ଷ ପୂର୍ବେ ପିଟ୍‌ ସାମ୍ପ୍ରାସ (୬ବର୍ଷ ନମ୍ବର ଓ୍ବାନ)ଙ୍କ ନାମରେ ରହିଥିବ ରେକର୍ଡକୁ ଭଙ୍ଗ କରିଦେଇଥିଲେ। କାର୍ଲୋସ ଅଲକାରାଜ ଏହି ସମ୍ମାନ ଗତବର୍ଷ ଲାଭ କରିଥିଲେ। କିନ୍ତୁ ଜୋକୋଭିଚ ଚଳିତବର୍ଷ ୪ଟି ପ୍ରମୁଖ ଟାଇଟଲ ମଧ୍ୟରୁ ୩ଟିରେ ବିଜୟ ଲାଭ ସହ ଓ୍ବିମ୍ବେଲଡନରେ ଅଲକାରାଜଙ୍କଠାରୁ ହାରି ରନର୍ସ ଅପ୍‌ ହୋଇ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ଜୋକୋଭିଚ୍‌ କହିଛନ୍ତି, ତାଙ୍କ ଜୀବନ ଓ କ୍ୟାରିୟରର ଏହି ପର୍ଯ୍ୟାୟରେ ନମ୍ବର ଓ୍ବାନ ବାସ୍ତବିକ୍‌ ଖୁବ୍‌ ଆନନ୍ଦର ବିଷୟ। ଏହି ଟୁର୍ନାମେଣ୍ଟ ପରେ ୪୦୦ ସପ୍ତାହ ପାଇଁ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗରେ ରହିବାରେ ଜୋକୋଭିଚ୍‌ ପ୍ରଥମ ଖେଳାଳି ହେବେ। ତାଙ୍କ ପଛକୁ ଫେଡେରର (୩୧୦) ରହିଛନ୍ତି। ଏହି ଦୁଇଜଣକୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳି ୩୦୦ ଡେଇଁ ପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri