ବିମାନ ଶୋଭାଯାତ୍ରାରେ ଡିଜେ, ବାଣ ବନ୍ଦ

ଡେରାବିଶ, ୨୮ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ପ୍ରସିଦ୍ଧ ଓଳକଣା ମେଳଣ ମାର୍ଚ୍ଚ ୬ରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କୋଭିଡ କଟକଣା ନ ଥିବାରୁ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟାରେ ପ୍ରଶାସନିକ ବୈଠକ ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମେଳଣ ସମନ୍ବୟ କମିଟି ସଭାପତି ଡ. ନାମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କଟକ ଜିଲା ପ୍ରଶାସନ ପକ୍ଷରୁ ମାହାଙ୍ଗା ତହସିଲଦାର ଉମାକାନ୍ତ ବିଶ୍ୱାଳ ଓ ଭଦ୍ରେଶ୍ୱର ଥାନା ଏଏସ୍‌ଆଇ ପ୍ରୀତିକାନ୍ତ ରାୟ, କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଡେରାବିଶ ବିଡିଓ ଦାସରଥି ଜେନା, ଏବିଡିଓ ଭଞ୍ଜ କିଶୋର ନାୟକ, ଡେରାବିଶ ଥାନା ଏସ୍‌ଆଇ ନାରାୟଣ ମହାରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ତେବେ ୨୦୨୨ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲା ବାଲିଆଠାରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ପ୍ରଶାସନ ନିୟମକୁ ଉଲ୍ଲଂଘନ କରି ଡିଜେ ବଜାଇବା ସହ ବାଣ ଫୁଟାଯାଇଥିଲା। ଫଳରେ ଏଠାରେ ବାଣ ବିସ୍ଫୋରଣ ଘଟି ବହୁଲୋକ ଗୁରୁତର ହେବା ସହ ୨ଜଣଙ୍କ ମୃତ୍ୟୁ ହୋଇଥିବା ବିଷୟରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଠାକୁରବାଡ଼ି ସେବକ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଓଳକଣା ମେଳନରେ ଅଧିକ ଜନସମାଗମ ହେଉଥିବାରୁ ଏହି ମେଳନର ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୌଣସି ବିମାନ ସମ୍ମୁଖରେ ଡିଜେ ନବାଜାଇବା ଓ ବାଣ ନ ଫୁଟାଇବାକୁ ପ୍ରଶାସନିକ ଅଧିକାରୀମାନେ ତାଗିଦ୍‌ କରିଥିଲେ। ତେବେ ପ୍ରତ୍ୟେକ ବିମାନ ସମ୍ମୁଖରେ କେବଳ ପାରମ୍ପରିକ ବାଦ୍ୟ ଶୋଭାଯାତ୍ରାରେ ଆସିପାରିବ ବୋଲି ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ମେଳଣ ପଡ଼ିଆ ମଧ୍ୟକୁ ୪ ଦ୍ୱାର ଦେଇ ଆସୁଥିବା ବିମାନ ପାଇଁ ସେହି ରାସ୍ତାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଓ ମେଳଣ ପଡ଼ିଆରେ ପାନୀୟ ଜଳ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବ୍ୟବସ୍ଥା ନେଇ ହଳଦିଆ ସରପଞ୍ଚଙ୍କ ପ୍ରତିନିଧି ଜ୍ଞାନେନ୍ଦ୍ର କୁମାର ସାହୁ ଓ ଏଣ୍ଡର ସରପଞ୍ଚ ଦୁର୍ଯ୍ୟୋଧନ ମଳିକ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ନିର୍ଦ୍ଧିଷ୍ଟ ସମୟରେ ସମସ୍ତ ବିମାନ ମେଳଣ ପଡ଼ିଆକୁ ଆସିବା ପାଇଁ ସଭାପତି ଡ. ଦାସ ଉପସ୍ଥିତ ସମସ୍ତ ଠାକୁରବାଡ଼ି ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ଏଥିରେ ଜିଲା ପରିଷଦ ସଭ୍ୟ ଧନେଶ୍ୱର ସେଠୀ, କରୁଣାକର କର, ମକର ଚନ୍ଦ୍ର ପ୍ରଧାନ, ବିଜୟ କୁମାର ମଲିକ, ରତିକାନ୍ତ ସାମଲ, ସୁଧାକର ଦାସ, ଉପେନ୍ଦ୍ର ନାୟକ, ବେବର୍ତ୍ତା ଅଜୟ ବଲ୍ଲଭ ଦାସ, ପ୍ରଭଞ୍ଜନ ପ୍ରଧାନ, ବିନେଦ କୁମାର ପଣ୍ଡାଙ୍କ ସମେତ ବହୁ ଠାକୁରବାଡ଼ି ସେବକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଓଳକଣା ମେଳଣ ପଡ଼ିଆକୁ ଆସୁଥିବା ୧୨୦ରୁ ଊର୍ଦ୍ଧ୍ୱ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଉପବେଶନ କରିଥିବା ବେଳେ ସ୍ଥାନୀୟ ମାହାଙ୍ଗା ବ୍ଲକ ପ୍ରସିଦ୍ଧ ଶୈବପୀଠ ଭଦ୍ରେଶ୍ୱରଙ୍କ ମନ୍ଦିର ବେଢ଼ାରୁ ସୁସଜ୍ଜିତ ବିମାନରେ ଶିବଶକ୍ତି ୧୦୮ ଘଣ୍ଟ ପଟୁଆର ମଧ୍ୟରେ ପଡ଼ିଆ ଭିତରକୁ ପ୍ରବେଶ କରିଥାନ୍ତି। ସେହିପରି ଆଳି ରାଜାଙ୍କ ଇଲାକାରେ ଥିବା ଏହି ମେଳଣ ପଡ଼ିଆରେ ଆଳି ରାଜାଙ୍କ ୨ଟି ବିମାନ, ଗୋଟିଏ ରାଜନଗରରୁ ଆସିଥାଏ, ଯେଉଁଥିରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଥାଏ। ଅନ୍ୟ ଏକ ବିମାନ ଡେରାବିଶ ଆରାଧ୍ୟ ଶ୍ରୀଦଧିବାମନଜୀଉଙ୍କ ମନ୍ଦିରରୁ ଆସିଥାଏ। ଯେଉଁଥିରେ ମା’ ଲକ୍ଷ୍ମୀଙ୍କ ବିଜେ ପ୍ରତିମା ଥାଆନ୍ତି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ମାଟି ନିର୍ମିତ କନକ ବେଦିରେ ଉଭୟ ବିମାନ ଉପବେଶନ କରିଥାନ୍ତି। ମେଳଣ ପଡ଼ିଆରେ ଥିବା ୪ଟି ଦ୍ୱାର ରହିଛି। ପ୍ରଥମେ ଆଳି ରାଜାଙ୍କ ବିମାନ ପଡ଼ିଆ ମଧ୍ୟକୁ ପ୍ରବେଶ କରିବା ପରେ ଅନ୍ୟ ୩ଦ୍ୱାର ଦେଇ କ୍ରମାନ୍ବୟରେ ବିମାନଗୁଡ଼ିକ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥାନ୍ତି। ଶେଷରେ ଭଦ୍ରେଶ୍ୱରଙ୍କ ବିମାନ ପଡ଼ିଆ ମଧ୍ୟରେ ପହଞ୍ଚତ୍ବା ପଡ଼ିଆ ନିକଟସ୍ଥ ଅରାଖଣ୍ଡଠାରେ ଥିବା ଭକ୍ତ ବିଦୂରଙ୍କ ମନ୍ଦିରକୁ ଆଳିତ ଯାଇଥାଏ। ଅନ୍ୟ ମେଳଣଗୁଡ଼ିକରେ ଭୋଗଡାଲା ପ୍ରତ୍ୟେକ ବିମାନ ସମ୍ମୁଖରେ ଲାଗି ହେଉଥିବା ବେଳେ ଏହି ମେଳଣରେ ଭୋଗ ପରମ୍ପରା ସମ୍ପୂର୍ଣ୍ଣ ନିଆରା। ମେଳଣ ପଡ଼ିଆକୁ ଆସୁଥିବା ସମସ୍ତ ବିମାନ ସମ୍ମୁଖରେ ପଡ଼ିଥିବା ଚାଦରରେ ମାନସିକଧାରୀ ଶ୍ରଦ୍ଧାଳୁମାନେ ଭୋଗ ଲଗାଇଥାଆନ୍ତି। କୌଣସି ବିମାନକୁ ବିଦାକି ଦେବାର ବ୍ୟବସ୍ଥା ନ ଥିଲା ବେଳେ ଆସନ୍ତାବର୍ଷ ମେଳଣ ପାଇଁ ଆଳି ରାଜାଙ୍କ ବିମାନ ପକ୍ଷରୁ ପ୍ରତ୍ୟେକ ବିମାନକୁ ଫୁଲ ଅବିର ଦିଆଯାଇ ବରଣୀ କରାଯାଇଥାଏ। ଏହା ଏକ ମେଳଣର ବୈଶିଷ୍ଟ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?