ଦୀପାବଳି ପାଳିଲେ ହାରିସ୍‌, ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୧୦: ଆମେରିକାର ନ୍ୟୁୟର୍କ ସିଟିସ୍ଥିତ ଆଇକନିକ୍‌ ଟାଇମ୍ସ ସ୍କୋୟାରରେ ଶୁକ୍ରବାରଠାରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ନିଜ ବାସଭବନରେ ଆଲୋକର ପର୍ବ ପାଳନ କରିଛନ୍ତି। ଆମେରିକାରେ ବସବାସ କରୁଥିବା ବିଶିଷ୍ଟ ଭାରତୀୟ-ଆମେରିକୀୟମାନେ ଗୁରୁବାର ରାତିରୁ ରାଜଧାନୀକୁ ଯାତ୍ରା କରିବାରେ ଲାଗିଛନ୍ତି। ବାଇଡେନ୍‌ ପ୍ରଶାସନ ଓ କଂଗ୍ରେସ ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବ ସପ୍ତାହେ ଧରି ଚାଲିବ। କମଲା ହାରିସ୍‌ ଅନେକ ବିଶିଷ୍ଟ ଭାରତୀୟ-ଆମେରିକୀୟ, କୂଟନୀତିଜ୍ଞ ଓ ପ୍ରଶାସନର ମେମ୍ବରଙ୍କୁ ଶୁକ୍ରବାର ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ। ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ମଧ୍ୟ ଆସନ୍ତା ୨୪ରେ ହ୍ବାଇଟ୍‌ ହାଉସ୍‌ରେ ଦୀପାବଳି ପାଳିବେ। ଆସନ୍ତା ବର୍ଷରୁ ନ୍ୟୁୟର୍କ ସିଟିର ସ୍କୁଲଗୁଡ଼ିକରେ ଦୀପାବଳି ପାଇଁ ସରକାରୀ ଛୁଟି ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ବ୍ରିଟେନ ମିଳିତ ସମରାଭ୍ୟାସ: ଅଜେୟ ଓ୍ବାରିଅର-୨୦୨୦

ଲଣ୍ଡନ,୧୮।୨: ଭାରତ ଏବଂ ବ୍ରିଟେନ ମଧ୍ୟରେ ୫ମ ଥର ପାଇଁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ମିଳିତ ସମରାଭ୍ୟାସ ଅଜେୟ ଓ୍ବାରଅର-୨୦୨୦ ବ୍ରିଟେନର ସାଲିସବୁରୀ ସମତଳ...

ରୁଷିଆ ବିରୋଧରେ ଦକ୍ଷିଣ କୋରିଆ: ଖୁସି ବ୍ୟକ୍ତ କଲେ ଜେଲେନସ୍କି

କିଭ୍‌,୨୬ା୨: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ବର୍ଷେ ପୂରଣ ହେବା ପରେ ଦକ୍ଷିଣ କୋରିଆ ରୁଷିଆ ବିରୋଧରେ ଠିଆ ହୋଇଛି। ଦକ୍ଷିଣ କୋରିଆ ଏନେଇ...

ଭାରତକୁ ଧମକ ଦେଉଛି ଚାଇନା ଗଣମାଧ୍ୟମ!

ବେଜିଂ,୧।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ତେବେ ଏହାକୁ କମ୍‌ କରିବାକୁ ବ୍ରିଗେଡ କମାଣ୍ଡର ସ୍ତରରେ ଆଲୋଚନା କରାଯାଉଛି। ଅନୁମାନ କରାଯାଉଛି...

ପ୍ରଥମଥର ପାଇଁ ମଙ୍ଗଳଗ୍ରହକୁ ରୋଭର ସହିତ ହେଲିକପ୍ଟର ପଠାଇବ ନାସା

ଓ୍ବାଶିଂଟନ୍‌,୩୦ା୭: ମଙ୍ଗଳଗ୍ରହକୁ ମିଶନ ପଠାଇବା ପାଇଁ ବର୍ତ୍ତମାନ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ୧୧ ଦିନ ଭିତରେ ତୃତୀୟ ମିଶନ ହେବାକୁ ଯାଉଛି। ବର୍ତ୍ତମାନ ଆମେରିକା...

ଢାକା ବସ୍ତିରେ ଅଗ୍ନିକାଣ୍ଡ: ୧୦ ହଜାର ବାସହରା

ଢାକା,୧୯ା୮(ଏଏଫ୍‌ପି): ବାଂଲାଦେଶ ରାଜଧାନୀ ଢାକାର ଏକ ଜନଗହଳିପୂର୍ଣ୍ଣ ବସ୍ତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ...

‘ଭାରତ ଆମର ବଡ ଭାଇ ପରି’

କଲମ୍ବୋ,୭।୪: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ମହାନ ଖେଳାଳି ସନଥ ଜୟସୁରିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଙ୍କଟ...

ମିଳିଲା ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ…

ପାକିସ୍ତାନର ଖୈବର ପଖସ୍ତୁନଖ୍ବା ଅଞ୍ଚଳରୁ ଏକ ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ମିଳିଛି। ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍‌ମାନେ ସ୍ବାତ୍‌ ଜିଲାର ବାରିକୋଟ୍‌ରେ...

ଇରାନ୍‌ରେ ଭୂକମ୍ପ

ତେହେରାନ୍‌, ୮।୭: ଇରାନ୍‌ର ପଶ୍ଚିମ ଅଞ୍ଚଳରେ ସୋମବାର ଭୂକମ୍ପ ଅନୁଭୁତ ହୋଇଛି। ସ୍ଥାନୀୟ ଅହଭାଜ୍‌ ଅଞ୍ଚଳରେ ଏହା ହୋଇଥିବା କୁହାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା...

Advertisement
Archives

Model This Week