ପାଟିରେ ୧୫୦ ମହମବତୀ ଜଳାଇ ଓ୍ବାଲର୍‌ଡ ରେକର୍ଡ

ଓ୍ବାଶିଂଟନ୍‌,୨୨।୧୦: ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରେକର୍ଡ ପାଇଁ ଲୋକମାନେ ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି। ଇତିମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ଦେଢ଼ଶହ ଜଳନ୍ତା ମହମବତୀକୁ ପାଟିରେ ୩୦ସେକେଣ୍ଡ ପର୍ଯ୍ୟନ୍ତ ରଖି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ନିଜ ନାମକୁ ସାମିଲ୍‌ କରିଥିବା ଜଣାପଡ଼ିଛି। ଗତ ଡିସେମ୍ବରରେ ଇଡାହୋର ଡେଭିଡ୍‌ ରଶ୍‌ ମହମବତୀକୁ ପାଟିରେ ରଖି ରେକର୍ଡ କରିବାକୁ ଉଦ୍ୟମ କରିଥିବା ବେଳେ ସେଥିରେ ସେ ଅସଫଳ ହୋଇଥିବା କହିଛନ୍ତି। କ୍ୟାଣ୍ଡେଲଗୁଡ଼ିକର ଓଜନ ବହୁତ ଅଧିକ ହୋଇଥିବା ବେଳେ ପାଟିରେ ସେଗୁଡ଼ିକୁ ରଖିବା ସହଜ ନ ଥିଲା। ପାଟିରୁ ଲାଳ ବାହାରିବା କାରଣରୁ ଏଗୁଡ଼ିକ ଖସିଯାଉଥିଲା। ତେବେ ମହମବତୀ ସବୁକୁ ଦାନ୍ତରେ ଜୋର୍‌ରେ କାମୁଡ଼ି ରଖିବା ଦ୍ୱାରା ୩୦ ସେକେଣ୍ଡ ପର୍ଯ୍ୟନ୍ତ ଏହା ପାଟିରେ ରହିଥିଲା ବୋଲି ରଶ୍‌ କହିଛନ୍ତି। ୟୁଟ୍ୟୁବରେ ଏହାର ଏକ ଭିଡିଓକୁ ରଶ୍‌ ନିଜେ ଶେୟାର କରିଛନ୍ତି। ତେବେ ଗୋଟିଏ ପରେ ଗୋଟିଏ ଜଳନ୍ତା କ୍ୟାଣ୍ଡେଲ ସେ ପାଟିରେ ରଖୁଥିବାର ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଟୁଇଟକୁ ନେଇ ଚର୍ଚ୍ଚା

ୱାଶିଂଟନ,୯ ।୫: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କ୍ରୟ କରିବା ପରେ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ ତାଙ୍କର ଏକ...

କାଲାପାନି ଅଞ୍ଚଳ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦିଆ ଯିବନି ଗୋଟେ ଇଞ୍ଚ ଜମି

କାଠମାଣ୍ଡୁ,୧୮।୧୧: ଭାରତ-ନେପାଳ-ତିବ୍ବତ ମଧ୍ୟରେ ଥିବା କାଲାପାନି ଟ୍ରାଇ ଜଙ୍କଶନ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଚେତାବନୀ...

ଘର ସଫା କରିବା ସମୟରେ ମିଳିଲା ଜେଜେବାପାଙ୍କ ଡାଏରୀ, ଏଥିରେ ଯାହା ଲେଖାଥିଲା ନାତି ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକ ତାଙ୍କ ମା’ଙ୍କ ସହିତ ଘର ସଫା କରୁଥିବା ସମୟରେ ଏକ ଡାଏରୀ ପାଇଥିଲେ। ଏଥିରୁ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ...

ଆଫଗାନିସ୍ତାନରେ ଭୂକମ୍ପ: ୬ ମୃତ, ୯ ଆହତ

କାବୁଲ,୫ା୯: ସୋମବାର ଆଫଗାନିସ୍ତାନ ଏବଂ ପାକିସ୍ତାନର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା। ଏହି ଭୂକମ୍ପରେ ୬...

ପବନରେ ଏମିତି ଉଡ଼ୁଛି ହରିଣ, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ରୁଷିଆକୁ ଅସ୍ତ୍ର ଦେଲେ ଭୟଙ୍କର ପରିଣାମ

ଓ୍ବାଶିଂଟନ୍‌/ମ୍ୟୁନିକ୍‌,୨୦ା୨: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ରୁଷିଆକୁ ଚାଇନା ଅସ୍ତ୍ରଶସ୍ତ୍ର ଓ ଅନ୍ୟ...

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ...

ଇସ୍ରାଇଲ: କରୋନା ଭାକ୍ସିନ ନେବା ପରେ ପାରାଲିସସ୍‌ର ସମ୍ମୁଖୀନ ହେଲେ ୧୩ ବ୍ୟକ୍ତି

ଜେରୁସେଲମ,୧୭।୧: ଇସ୍ରାଏଲରେ କରୋନା ଭାକ୍ସିନ ନେବା ପରେ ଅତିକମ୍‌ରେ ୧୩ ଜଣ ବ୍ୟକ୍ତିଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟମ ଧରଣର...

Advertisement
Archives

Model This Week