Posted inଜାତୀୟ

ଛାତ୍ରଙ୍କ ସହ ଫେରାର୍‌ ହେଲେ ଟ୍ୟୁସନ୍‌ ଦିଦି

ପାନିପତ୍‌,୧।୬: ହରିୟାଣାର ପାନିପତ୍‌ରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ୧୭ ବର୍ଷର ଛାତ୍ରଙ୍କ ସହ ଫେରାର ହୋଇଯାଇଛନ୍ତି ଟ୍ୟୁସନ୍‌ ଦିଦି। ପାନିପତର ଦେଶରାଜ କଲୋନୀରେ ଏହି ଘଟଣା ସାମ୍ନାକୁ ଆସିଛି। ସମ୍ପୃକ୍ତ ମହିଳା ଜଣଙ୍କ ପୂର୍ବରୁ ବିବାହ କରିଥିଲେ। ସ୍ବାମୀଙ୍କଠାରୁ ଛାଡପତ୍ର ନେଇ ନିଜ ଘରେ ରହୁଥିଲେ। ଛାତ୍ରଙ୍କ ପିତା ପୋଲିସ ଷ୍ଟେଶନରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ଯେ, ମେ ୨୯ ଦିନ ଦିଦିଙ୍କ ଘରକୁ ଟ୍ୟୁସନ୍‌ ହେବାକୁ ତାଙ୍କ ପୁଅ ଯାଇଥିଲା। ଏହାପରଠାରୁ ସେ ଆଉ ଫେରିନାହିଁ। ଶିକ୍ଷୟତ୍ରୀଙ୍କ ପରିବାର ଲୋକେ ପ୍ରଥମେ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। କିନ୍ତୁ ବିଳମ୍ବ ହେବା ପରେ ଶିକ୍ଷୟତ୍ରୀଙ୍କ ପିତା ମଧ୍ୟ ତାଙ୍କ ଝିଅ ଘରେ ନ ଥିବା କହିଥିଲେ। ପୋଲିସ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କ ନାଁରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଏବେ ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କୁ ଖୋଜୁଛି। ଫେରାର ହେବା ପରେ ଉଭୟଙ୍କ ମୋବାଇଲ୍‌ ସୁଇଚ୍‌-ଅଫ୍‌ ଆସୁଛି। ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ହେବ ଛାତ୍ର ଜଣଙ୍କ ମହିଳାଙ୍କ ପାଖରେ ଟ୍ୟୁସନ୍‌ ହେଉଥିଲେ। ଲକ୍‌ଡାଉନ୍‌ରେ ସ୍କୁଲ ବନ୍ଦ ଥିବାରୁ ମହିଳାଙ୍କ ପାଖରେ ୪ ଘଣ୍ଟା ପାଠ ପଢୁଥିଲେ ଛାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଯାତ୍ରୀଙ୍କୁ ଜାତୀୟ ପତାକା ବାଣ୍ଟିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଏୟାର ଇଣ୍ଡିଆ ପକ୍ଷରୁ ଦେଶର ସମସ୍ତ ମେଟ୍ରୋ ସହର ସମେତ ଶ୍ରୀନଗର ବିମାନ ବନ୍ଦରରେ ଯାତ୍ରୀଙ୍କୁ ରବିବାର ଜାତୀୟ ପତାକା...

ରାହୁଲଙ୍କୁ ଭେଟିଲେ ଗିରଫ ସିଦ୍ଦିକ କାପ୍ପାନଙ୍କ ସ୍ତ୍ରୀ

ଥିରୁଭାନନ୍ତପୁରମ୍‌, ୨୨ା୧୦: ହାଥ୍‌ରସରେ ପୀଡ଼ିତା ପରିବାରକୁ ଭେଟିବା ଲାଗି ଯିବା ବାଟରେ ଉତ୍ତରପ୍ରଦେଶ ପୋଲିସ କେରଳର ଖବରଦାତା ସିଦ୍ଦିକ କାପ୍ପାନଙ୍କ ସହ ଅନ୍ୟ ୩ ଜଣଙ୍କୁ...

ଅଫିସରେ ଝଗଡ଼ା, ଘରକୁ ଡାକି କାଟିଦେଲେ ସହକର୍ମୀଙ୍କ ମୁଣ୍ଡ

ନୂଆଦିଲ୍ଲୀ,୮।୧୨: ଜଣେ ବ୍ୟକ୍ତି ତାଙ୍କ ସହକର୍ମୀଙ୍କୁ ଘରକୁ ଡାକି ହତ୍ୟା କରିବା ପରେ ମୃତଦେହର ପାଖରେ ଶୋଇଥିଲେ। ପର ଦିନ ସକାଳେ ଶବରୁ ମୁଣ୍ଡ ଅଲଗା...

ବିଶ୍ୱର ପ୍ରସିଦ୍ଧ ବାମହାତୀ

ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍‌...

ହସ୍ପିଟାଲରେ ସିଦ୍ଧୁ

ଚଣ୍ଡିଗଡ,୨୩।୫: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଟିଆଲା ଜେଲ୍‌ରୁ ତାଙ୍କୁ ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ମେଡିକାଲ...

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ରାଜ ଠାକରେଙ୍କ ଏଣ୍ଟ୍ରି

ମୁମ୍ବାଇ,୨୭।୬: ମହାରାଷ୍ଟ୍ର ରାଜନୀତି ଝଡ ଉଗ୍ର ରୂପ ଧାରଣ କରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟପଟେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ...

ଅକ୍ଟୋବରରେ ପିକ୍‌କୁ ଯିବ କରୋନା ସଂକ୍ରମଣ, ଦୈନିକ ଚିହ୍ନଟ ହେବେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ

ନୂଆଦିଲ୍ଲୀ,୩ ।୮: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଦେଖାଦେଇଛି । ଏହାକୁ ଦେଖି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି କି ଅଗଷ୍ଟରେ କରୋନାର ତୃତୀୟ...

କରୋନା ସଂକ୍ରମଣ: ଇଟାଲୀକୁ ପଛରେ ପକାଇ ଆଉ ଗୋଟିଏ ପାହାଚ ଉପରକୁ ଗଲା ଭାରତ

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଗଲାଣି ସଂକ୍ରମିତଙ୍କ ସଂଖ୍ୟା।...

Advertisement
Archives

Model This Week