ଛାଡ଼ପତ୍ର ଜୀବନ ବଞ୍ଚାଏ

ଦିଲ୍ଲୀ ହାଇକୋର୍ଟ ନିକଟରେ ଏକ ରାୟରେ କହିଛନ୍ତି, ଜଣେ ଅବିବାହିତା କିମ୍ବା ବିଧବା ହୋଇଥିବା ଝିଅ ସେମାନଙ୍କ ସ୍ୱର୍ଗବାସୀ ପିତାଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ। ହେଲେ ଛାଡ଼ପତ୍ର ପାଇଥିବା ଝିଅ ଭରଣପୋଷଣ ପାଇବାକୁ ଯୋଗ୍ୟ ଥିବାରୁ ସେ ବାପଘର ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ। ଏକ ମାମଲାର ବିଚାର କରିବାକୁ ଯାଇ ବିଚାରପତି କହିଛନ୍ତି, ହିନ୍ଦୁ ପୋଷ୍ୟ ଗ୍ରହଣ ଏବଂ ଭରଣପୋଷଣ ଆଇନ ଅନୁଯାୟୀ କେବଳ ନିର୍ଭରଶୀଳ ସଦସ୍ୟ ଭରଣପୋଷଣ ମାଗିପାରିବେ। ସମ୍ପୂର୍ଣ୍ଣ ଆଇନଗତ ଦିଗକୁ ଦେଖିଲେ ହାଇକୋର୍ଟଙ୍କ ରାୟ ଯୁକ୍ତିଯୁକ୍ତ ଲାଗୁନାହିଁ। କାରଣ ଅଧିକାଂଶ ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ସ୍ୱାମୀ କେବେହେଲେ ନିଜ ସମ୍ପତ୍ତିରୁ କିଛି ଦେବାକୁ ଚାହାନ୍ତି ନାହିଁ। ଅନେକ ସମୟରେ ଆଇନଗତ ବିଚ୍ଛେଦ ହୋଇଥିଲେ ମଧ୍ୟ ଆଲିମୋନି ବା ଭରଣପୋଷଣ ଠିକ୍‌ ଭାବେ ମିଳି ନ ଥାଏ। କିନ୍ତୁ ସ୍ୱାମୀର ଦେହାନ୍ତ ପରେ ବିଧବା ସ୍ତ୍ରୀ ସମ୍ପତ୍ତିର ଆଇନଗତ ମୁଖ୍ୟ ଉତ୍ତରାଧିକାରୀ ଭାବେ ବିବେଚିତ ହୋଇଥାନ୍ତି। ଅନ୍ୟପକ୍ଷରେ ଏକ ସାମାଜିକ ଚଳଣି ଓ ବ୍ୟବସ୍ଥାକୁ ଅନିଶା କଲେ ଅବିବାହିତା ଝିଅ ଓ ବିଧବା ହୋଇଯାଇଥିବା ଝିଅଙ୍କ ପରି ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇଥିବା ଝିଅ କୌଣସି ସାହାଯ୍ୟ ନ ପାଇଲେ ତାଙ୍କ ଜୀବନ ଦୁର୍ବିଷହ ହୋଇଯାଇଥାଏ। ସେହି ଦୃଷ୍ଟିରୁ ଦେଖିଲେ ଛାଡ଼ପତ୍ର ପାଇଥିବା ମହିଳାଙ୍କ ଦୁଃଖ କମ୍‌ ନୁହେଁ।
ହିନ୍ଦୁ ସାମାଜିକ ବ୍ୟବସ୍ଥାକୁ ଦେଖିଲେ ଛାଡ଼ପତ୍ର ପାଉଥିବା ମହିଳାକୁ ଅନେକେ ଘୃଣା ଦୃଷ୍ଟିରେ ଦେଖିଥାଆନ୍ତି। ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରୁଥିବ। ପାରିବାରିକ ଅଶାନ୍ତି ଯୋଗୁ ପିଲାଙ୍କୁ ନଦୀକୁ ଫିଙ୍ଗିଦେଇ କିମ୍ବା କଟୁରିରେ ହାଣି ନିଜେ ଆତ୍ମହତ୍ୟା କରିବା ଭଳି ଅନେକ ବୀଭତ୍ସ ଖବର ବାରମ୍ବାର ଦୃଷ୍ଟିକୁ ଆସୁଛି। ପାରିବାରିକ ଅଶାନ୍ତିରୁ ବାପା ତା’ର ପିଲାମାନଙ୍କୁ ହତ୍ୟା କରିବା ପରେ ସ୍ତ୍ରୀକୁ ମାରିବା ଭଳି ଖବର ମଧ୍ୟ ପଦାକୁ ଆସୁଛି, ଯେଉଁଥିରୁ ପ୍ରମାଣ ମିଳୁଛି ଯେ ଉଭୟ ସ୍ତ୍ରୀ ଏବଂ ସ୍ୱାମୀ ଘରୋଇ ହିଂସା ଯୋଗୁ ଚରମ ପଦକ୍ଷେପ ନେଉଛନ୍ତି। ଏଭଳି ଘଟଣା କ୍ୱଚିତ ଘଟେ ବୋଲି କହିବା ତ୍ରୁଟିପୂର୍ଣ୍ଣ ହେବ। ଏବକାର ସମୟରେ ଏହା ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଏହି ପାରିବାରିକ ଅଶାନ୍ତିରୁ ହତ୍ୟା କିମ୍ବା ଆତ୍ମହତ୍ୟା ପରିବର୍ତ୍ତେ ଯଦି ସ୍ୱାମୀ-ସ୍ତ୍ରୀ ବିଚ୍ଛେଦ ହୋଇଯାଇ ପାରନ୍ତେ ତେବେ ହୁଏତ ପୁନର୍ବାର ଏକ ନୂଆ ଜୀବନ ଆରମ୍ଭକରି ଉଭୟେ ଶାନ୍ତିରେ ରହିପାରନ୍ତେ। ଛାଡ଼ପତ୍ର ଦେଇଥିବା ଝିଅ ପ୍ରତି ନିଜ ଶାଶୁଘରେ ଯେତିକି ଘୃଣା ସୃଷ୍ଟି ହୋଇଥାଏ, ତା’ଠାରୁ ଯଥେଷ୍ଟ ଅଧିକ ଘୃଣା ନିଜ ବାପଘରୁ ଦେଖିବାକୁ ମିଳେ। ଅର୍ଥାତ୍‌ କଠୋର ଏବଂ ନିର୍ଦ୍ଦୟ ଅନେକ ମାତାପିତା ନିଜ ଝିଅକୁ ବିବାହ ପରେ ପୁନର୍ବାର ଘରକୁ ସ୍ବାଗତ କରନ୍ତି ନାହିଁ। ମନେହୁଏ ଯେପରି ଛାଡ଼ପତ୍ର ଦେଇ ଜୀବିତ ଝିଅକୁ ଫେରିବା ପରିବର୍ତ୍ତେ ଆମର ସଂସ୍କୃତି ଓ ପରମ୍ପରାରେ ଉବୁଟୁବୁ ଅଧିକାଂଶ ମାତାପିତା ନିଜ ଝିଅର ମୃତଦେହ ଦେଖିବାକୁ ଅଧିକ ପସନ୍ଦ କରିବେ।
ଦିଲ୍ଲୀ ହାଇକୋର୍ଟର ବିଚାରପତି ଛାଡ଼ପତ୍ର ଦେଇଥିବା ମହିଳାଙ୍କୁ ନିଜ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିବା ସଂକ୍ରାନ୍ତ ଦେଇଥିବା ରାୟ ପ୍ରମାଣ କରୁଛି ଯେ, ବିଚାର ବିଭାଗରେ ମଧ୍ୟ ସେହି କୁଚିନ୍ତା ପ୍ରବଳ ମାତ୍ରାରେ ଘୂରିବୁଲୁଛି।
ଅବିବାହିତାଙ୍କର ଏକ ଭିନ୍ନ କାହାଣୀ ରହିଛି। ନିଜ ମାତାପିତାଙ୍କ ସଙ୍ଗେ ରୁହନ୍ତୁ କିମ୍ବା ଏବେ ଯେମିତି ସହରାଞ୍ଚଳରେ ଅନେକ ଝିଅ ବିବାହ ନ କରି ଅଲଗା ରହୁ୍‌ଛନ୍ତି, ସେମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଭାଗ ଦେବା ଏକ ସ୍ବାଭାବିକ ଚିନ୍ତାଧାରା। ଝିଅ କିମ୍ବା ପୁଅଙ୍କର ନିଜ ପୈତୃକ ସମ୍ପତ୍ତି ଉପରେ ଏକପ୍ରକାର ଅଧିକାର ରହିବା କଥା। ସେହିଭଳି ସ୍ବାମୀଙ୍କ ବିୟୋଗ ପରେ ବିଧବା ହୋଇ ଅନେକ ମହିଳା ନୂଆ ଜୀବନ ଆରମ୍ଭ କରିପାରୁଛନ୍ତି। ଅନେକ ସମୟରେ ଶାଶୁ ଶ୍ୱଶୁର ମଧ୍ୟ ବୋହୂଙ୍କୁ ପୁନର୍ବିବାହ କରିବା ପାଇଁ ଉତ୍ସାହିତ କରୁଛନ୍ତି। ତେଣୁ ବିଧବା ମହିଳା ମଧ୍ୟ ନିଜର ପୈତୃକ ସମ୍ପତ୍ତି ଉପରେ ଦାବିଦାର ହେବା ସହିତ ସ୍ବାମୀଙ୍କ ସମ୍ପତ୍ତି ଭାଗ ଉପରେ ମଧ୍ୟ ଅଧିକାର ପାଇବାର ହକ୍‌ଦାର ରହିବା କଥା।
ଏହି ଯୁକ୍ତିକୁ ପ୍ରଚ୍ଛଦପଟ୍ଟରେ ରଖି ଦେଖିଲେ ଛାଡ଼ପତ୍ର ପାଇଥିବା ମହିଳା ମଧ୍ୟ ଆଲିମୋନି ସମେତ ନିଜ ପୈତୃକ ସମ୍ପତ୍ତିର ଭାଗ ପାଇବା ପାଇଁ ଯୋଗ୍ୟ। ସେଥିରୁ ତାଙ୍କୁ ଆଇନଗତ ବଞ୍ଚିତ କରିବା ଅତ୍ୟନ୍ତ ଦୁଃଖଦାୟକ ଓ ସେହି ମହିଳାଙ୍କ ପ୍ରତି ଘୋର ଅନ୍ୟାୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri